ETV Bharat / bharat

Punjab Politics: ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଆଜି ବସିବ ବୈଠକ

author img

By

Published : Sep 19, 2021, 10:48 AM IST

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପ୍ଟେନ ଅମରିନ୍ଦର ସିଂ । ଆଜି ଦିନ ୧୧ ଟାରେ ବସିବ ଦଳୀୟ ବୈଠକ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ଚେହେରା ସ୍ପଷ୍ଟ ହେବ । ଅଧିକ ପଢନ୍ତୁ...

Punjab Politics: ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଆଜି ବସିବ ବୈଠକ
Punjab Politics: ନୂଆ ମୁଖ୍ୟମନ୍ତ୍ରୀ ପାଇଁ ଆଜି ବସିବ ବୈଠକ

ଚଣ୍ଡିଗଡ: କ୍ୟାପ୍ଟେନ ଅମରିନ୍ଦର ସିଂ ଶନିବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ହାଇକମାଣ୍ଡଙ୍କ ଉପରେ । କାରଣ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ସମସ୍ତଙ୍କ ଅପେକ୍ଷା ।

ଅନ୍ୟପଟେ ଦଳ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବ ସେନେଇ ମଧ୍ୟ କସରତ ଆରମ୍ଭ ହୋଇଯାଇଛି । ଆଜି(ରବିବାର) 11 ଟା ରେ ଚଣ୍ଡିଗଡ଼ରେ କଂଗ୍ରେସ ବିଧାନସଭା ପାର୍ଟି(ସିଏଲପି)ର ବୈଠକ ବସିବ । ଏହାପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ସୂଚନାନୁସାରେ, ଆଜି CLP ବୈଠକ ପରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇପାରେ । ସୋମବାର ଶପଥ ଗ୍ରହଣ ସମାରୋହ ହେବାର ସମ୍ଭାବନା ରହିଛି ।

ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା CLP ବୈଠକରେ ପଞ୍ଜାବ କଂଗ୍ରେସ ବିଧାୟକମାନେ ସର୍ବସମ୍ମତି କ୍ରମେ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଅନୁରୋଧ କରିଥିବା ଚର୍ଚ୍ଚା ହେଉଛି।

ସେହିପରି ଗତକାଲି (ଶନିବାର) ସନ୍ଧ୍ୟାରେ ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ବାସଭବନରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏକ ଭିଡିଓରେ କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଲ ଏବଂ ଅମ୍ବିକା ସୋନିଙ୍କୁ ରାହୁଲଙ୍କ ଘର ବାହାରେ ନଜର ଆସିଥିଲେ । ତେବେ ଦଳ କାହାକୁ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ଦେଉଛି ତାହା ଆଜିର ବୈଠକ ପରେ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.