ETV Bharat / bharat

ଟ୍ବିଟ୍‌ ଦ୍ବାରା ନୁହେଁ, ଆମ ରକ୍ତ ଓ ଝାଳରେ ତିଆରି ହୋଇଛି କଂଗ୍ରେସ: ଗୁଲାମ ନବୀ

କଂଗ୍ରେସ ଛାଡିବା ପରେ ଜମ୍ମୁରେ ପ୍ରଥମ ରାଜନୈତିକ ଜନସଭାକୁ ସମ୍ବୋଧିତ କଲେ ଗୁଲାମ ନବୀ ଆଜାଦ Ghulam Nabi Azad Jammu Rally। କହିଲେ ଆମ ରକ୍ତ ଓ ଝାଳରେ ଛିଡା ହୋଇଛି କଂଗ୍ରେସ । ଲୋକେ ଟ୍ବିଟ ଓ କମ୍ପ୍ୟୁଟରକୁ ସବୁ କିଛି ଭାବୁଛନ୍ତି । ମୋ ଦଳର ନାମ ଲୋକେ ସ୍ଥିର କରିବେ । ଏକ ହିନ୍ଦୁସ୍ଥାନୀ ନାମକରଣରେ ହେବ ଯାହା ସମସ୍ତଙ୍କୁ ବୁଝାପଡିବ । ଅଧିକ ପଢନ୍ତୁ

author img

By

Published : Sep 4, 2022, 6:38 PM IST

ଆମ ରକ୍ତ ଓ ଝାଳରେ ଛିଡା ହୋଇଛି କଂଗ୍ରେସ, ମୋ ଦଳର ନାମ ଲୋକ ସ୍ଥିର କରିବେ: ଆଜାଦ

ଶ୍ରୀନଗର: କଂଗ୍ରେସ ଆମ ରକ୍ତ ଏବଂ ଝାଳରେ ତିଆରି ହୋଇଛି । କମ୍ପ୍ୟୁଟର କିମ୍ବା ଟ୍ବିଟ କଂଗ୍ରେସକୁ ଗଢି ନାହିଁ । କିଛି ଲୋକ ଆମକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେମାନଙ୍କର ପହଞ୍ଚ କେବଳ କମ୍ପ୍ୟୁଟର ଏବଂ ଟ୍ୱିଟ ପର୍ଯ୍ୟନ୍ତ ସୀମିତ । ଜମ୍ମୁରେ ଆୟୋଜିତ ସାଧାରଣ ସଭାକୁ (Ghulam Nabi Azad Jammu Rally) ସମ୍ବୋଧିତ କରିବା ଅବସରରେ ଏପରି ଭାବେ କଂଗ୍ରେସକୁ ଘେରିଛନ୍ତି ନିକଟରେ ଦଳ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ।

ଆଜି (ରବିବାର) ଆଜାଦ ଜମ୍ମୁରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ଜାତୀୟ ଦଳ ଗଠନ କରିବାକୁ ଘୋଷଣା କରିଥିବା ଆଜାଦଙ୍କ ଏହା ହେଉଛି ପ୍ରଥମ ରାଜନୈତିକ ସମ୍ବୋଧନ । ଆଜି କାର୍ଯ୍ୟକ୍ରମରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ନିଜ ସମ୍ବୋଧନରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ବର୍ତ୍ତମାନ ଟ୍ବିଟ କରୁଥିବା ଲୋକ ତାଙ୍କୁ ସମାଲୋଚନା କରୁଛନ୍ତି କିନ୍ତୁ ଦଳ ତାଙ୍କ ରକ୍ତ ଓ ଝାଳରେ ଛିଡା ହୋଇଥିବା କଥା ସେମାନେ ଭୁଲି ଯାଇଥିବା ଆଜାଦ (Ghulam Nabi Azad) କହିଛନ୍ତି ।

  • #WATCH | Congress was made by us by our blood & sweat, not by computers, not by tweets. People trying to defame us but their reach is limited to computers & tweets: Former senior Congress leader Ghulam Nabi Azad in Jammu today pic.twitter.com/JfTJIFPEsS

    — ANI (@ANI) September 4, 2022 " class="align-text-top noRightClick twitterSection" data=" ">

କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ନିଜେ ଏକ ରାଜନୈତିକ ଦଳ ଗଢିବା ସହ ଆସନ୍ତା ଜମ୍ମୁ କାଶ୍ମୀର ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଥିଲେ ଆଜାଦ । ସେବେଠୁ ତାଙ୍କ ନୂଆ ରାଜନୈତିକ ଦଳକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ଦଳର ନାମ ଓ ବିଚାରଧାରା ନେଇ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

କିନ୍ତୁ ଦଳର ନାମକରଣ ପ୍ରସଙ୍ଗରେ ଆଜାଦ କହିଛନ୍ତି ‘‘ମୁଁ ଏପର୍ଯ୍ୟନ୍ତ ମୋ ଦଳର ନାମ ସ୍ଥିର କରିନାହିଁ । ଜାମ୍ମୁ କାଶ୍ମୀରର ଲୋକମାନେ ହିଁ ଦଳର ନାମ ଏବଂ ପତାକା ସ୍ଥିର କରିବେ । ମୁଁ ଏକାଧିକ ପ୍ରସ୍ତାବ ମଧ୍ୟ ପାଇଛି, ମୋ ପାର୍ଟିକୁ ଏକ ହିନ୍ଦୁସ୍ତାନୀ ନାମ ଦେବି ଯାହା ସମସ୍ତେ ବୁଝିପାରିବେ ।’’ ସେହାପରି ତାଙ୍କ ଦ୍ବାରା ଗଠିତ ହେବାକୁ ଥିବା ଦଳ କାଶ୍ମୀରର ପୂର୍ବ ପରି ପୂର୍ଣ୍ଣ ରାଜ୍ୟ ପାହ୍ୟା ଏବଂ ରୋଜଗାର ଯୋଗାଇବା ଉପରେ ବିଶେଷ ଭାବେ କାର୍ଯ୍ୟ କରିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି । ତେବେ ସେ ନିର୍ବାଚନ ଲଢିବା ସହ ଫଳାଫଳରେ ବିରୋଧୀଙ୍କୁ ଉତ୍ତର ଦେବେ ବୋଲି ପୂର୍ବରୁ କହିସାରିଛନ୍ତି ଆଜାଦ । କଂଗ୍ରେସ ଯୁବନେତା ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜଣେ ଅପରିପକ୍ବ ରାଜନେତା ବୋଲି ଚିତ୍ରଣ କରି କଂଗ୍ରେସ ସହ ଦୀର୍ଘ ୪ ଦଶନ୍ଧିର ସମ୍ପର୍କ ଛିନ୍ନ କରିଥିଲେ ଏହି ବରିଷ୍ଠ ନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.