ETV Bharat / bharat

Budget Session: ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ - ସଂସଦର ବଜେଟ ଅଧିବେଶନ

କେନ୍ଦ୍ର ବିଜେପି ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ । ରବିବାର କଂଗ୍ରେସ ସାଂସଦ ମାନେ ବିଭିନ୍ନ ମୁଦ୍ଦାକୁ ନେଇ କେନ୍ଦ୍ରକୁ ଘେରିବାକୁ ଆଲୋଚନା କରିଛନ୍ତି। ଅଧିକ ପଢନ୍ତୁ

Budget Session: ସରକାରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ

author img

By

Published : Jan 30, 2022, 10:51 PM IST

ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବ ସଂସଦର ବଜେ଼ଟ ଅଧିବେଶନ। ଚଳିତ ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କଲା କଂଗ୍ରେସ । ଲୋକସଭାର ବିରୋଧୀଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ସହଯୋଗୀଙ୍କ ବୈଠକ ଅନୁଷ୍ଠିତ ହୋଇଛି।

ଚଳିତ ବଜେଟ ଅଧିବେଶନରେ କଂଗ୍ରେସ ପୁଣି ପେଗାସସ ମାମଲାକୁ ନେଇ କେନ୍ଦ୍ର ସରକାରକୁ ଘେରିବାକୁ ପ୍ରସ୍ତୁତ ହୋଇଛି। ଲୋକସଭାର ବିରୋଧୀଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଆଗାମୀ ବଜେଟ ଅଧିବେଶନରେ ପେଗାସସ ମାମଲା ସହ ଅନ୍ୟ ବିଷୟ ବସ୍ତୁକୁ ନେଇ ଚର୍ଚ୍ଚା କରାଯାଇଛି । କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରାଯାଇଛି ।

ଏହି ବୈଠକରେ କଂଗ୍ରେସ ସାଂସଦ ଗୌରବ ଗଗୋଇ, ଶଶୀ ଥରୁର ପ୍ରମୁଖ ସାମିଲ ହୋଇଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ କରାଯାଇଛି। ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରୀ ୩୧ ଆରମ୍ଭ ହୋଇ ଫେବୃଆରୀ ୧୪ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଫେବୃୟାରୀ ଶେଷର ମାର୍ଚ୍ଚ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ତେବେ ଚଳିତ ବଜେଟ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ବିଲକୁ ନେଇ ଆଲୋଚନା କରାଯିବା ସମ୍ଭାବନା ରହିଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଫେବୃୟାରୀ ୧ ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.