ETV Bharat / bharat

ଆଜି ଗେହଲଟଙ୍କ ଘରେ ବିଧାୟକ ଦଳ ବୈଠକ, ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ହୋଇପାରେ ଘୋଷଣା

author img

By

Published : Sep 25, 2022, 8:21 AM IST

ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘରେ ବସିବ ବିଧାୟକ ଦଳ ବୈଠକ । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ବୈଠକରେ ହୋଇପାରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ଆଜି ଗେହଲଟଙ୍କ ଘରେ ବିଧାୟକ ଦଳ ବୈଠକ, ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ହେବ ଘୋଷଣା

ନୂଆଦିଲ୍ଲୀ: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ଆଜି ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ(Congress Legislature Party) ବୈଠକରେ ଏହି ନିଷ୍ପତ୍ତି ନିଆଯାଇପାରେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ପଦ ଲାଗି ପ୍ରତିଦ୍ବନ୍ଦିତା କରିବେ ବୋଲି ସ୍ପଷ୍ଟ ହେବା ପରେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରିବାକୁ ଆଜି ସନ୍ଧ୍ୟାରେ ଗେହଲଟଙ୍କ ବାସଭବନରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେ ଉପସ୍ଥିତ ରହିବେ । ଏହି ବୈଠକ ପୂର୍ବରୁ ଶନିବାର ଅଜୟ ମାକେନ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ ।

ଅଲ ଇଣ୍ଡିଆ କଂଗ୍ରେସ କମିଟି ସାଧାରଣ ସାମ୍ପାଦକ କେସି ବେଣୁଗୋପାଳ(KC Venugopal) କହିଛନ୍ତି, ''କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଧାୟକ ଦଳ ବୈଠକର ପର୍ଯ୍ୟବେକ୍ଷକ ଭାବେ ଅଜୟ ମାକେନ ଏବଂ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ନିଯୁକ୍ତ କରିଛନ୍ତି । ଆଜି ସନ୍ଧ୍ୟା ୭ଟାରେ ସମୟରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବାସଭବନରେ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି ।'' ତେବେ ପାଇଲଟଙ୍କ ପ୍ରତି ଅଧିକାଂଶ ବିଧାୟକ ଏବଂ କେନ୍ଦ୍ରୀୟ ନେତୃତ୍ବର ସମର୍ଥନ ରହିଥିବାରୁ ସେ ହିଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ମତଦାନ ହେବ । ଏନେଇ ଶନିବାର ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନିର୍ବାଚନରେ ଦଳର ଦୁଇ ହେଭିୱେଟ ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର ଏବଂ ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ଅଶୋକ ଗେହଲଟ ପ୍ରତିଦ୍ବନ୍ଦିତା କରିବା ନେଇ ଚର୍ଚ୍ଚା ହେଉଛି । ଗତକାଲି ଥରୁର କଂଗ୍ରେସ ମୁଖ୍ୟାଳୟରୁ ଯାଇ ମଧ୍ୟ ନାମାଙ୍କନ ପତ୍ର ଆଣିଛନ୍ତି । ତେବେ ନାମାଙ୍କନ ଭରିବା ପୂର୍ବରୁ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: ଗାନ୍ଧୀ ପରିବାରରୁ କେହି ସଭାପତି ହେବେନି, ସ୍ପଷ୍ଟ କଲେ ଗେହଲଟ

ଯଦି ଗେହଲଟ ସଭାପତି ନିର୍ବାଚନ ଜିତନ୍ତି ତେବେ ଦଳର ଜଣେ ବ୍ୟକ୍ତି ଗୋଟିଏ ପଦବୀରେ ରହିବା ନେଇ ନିୟମ ଆଧାରରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବେ । ତେଣୁ ତାଙ୍କ ସ୍ଥାନରେ ସଚିନ ପାଇଲଟ ନୂଆ ରାଜ୍ୟ ମୁଖିଆ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଗତ ୨୫ ବର୍ଷ ମଧ୍ୟରେ କଂଗ୍ରେସ ପ୍ରଥମ ଥର ଅଣଗାନ୍ଧୀ ପରିବାରରୁ ନୂଆ ହାଇକମାଣ୍ଡ ଦେଖିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.