ETV Bharat / bharat

New Speaker of Karnataka: ୟୁଟି ଖାଦେର ହେଲେ କର୍ଣ୍ଣାଟକର ପ୍ରଥମ ମୁସଲିମ୍‌ ବାଚସ୍ପତି - କର୍ଣ୍ଣାଟକ ବିଧାନସଭା ପ୍ରଥମ ମୁସଲିମ ବାଚସ୍ପତି

ୟୁ.ଟି ଖାଦେର କର୍ଣ୍ଣାଟକ ବିଧାନସଭାର ନୂତନ ତଥା ପ୍ରଥମ ମୁସଲିମ୍‌ ବାଚସ୍ପତି ନିର୍ବାଚିତ । ପ୍ରାର୍ଥୀ ଦେଲେନି ବିରୋଧୀ । ନିର୍ଦ୍ବନ୍ଦରେ ଅଧିକ ପଢନ୍ତୁ

New Speaker of Karnataka: ୟୁଟି ଖୋଦେର ହେଲେ କର୍ଣ୍ଣାଟକର ପ୍ରଥମ ମୁସଲିମ ବାଚସ୍ପତି

author img

By

Published : May 24, 2023, 5:09 PM IST

ବେଙ୍ଗାଲୁରୁ: ବରଂଷ୍ଠ କଂଗ୍ରେସ ନେତା ୟୁ.ଟି ଖାଦେର କର୍ଣ୍ଣାଟକ ବିଧାନସଭାର ନୂତନ ତଥା ପ୍ରଥମ ମୁସଲିମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଥିବା ଏହି 53 ବର୍ଷୀୟ ବରିଷ୍ଠ କଂଗ୍ରେସ ନେତାଙ୍କ ନାମ ବାତସ୍ପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପ୍ରସ୍ତାବ ରଖିଥିଲେ । ବିରୋଧୀ ଭାରତୀୟ ଜନତା ପାର୍ଟି ଓ ଜନତା ଦଳ ସେକ୍ୟୁଲାର ପକ୍ଷରୁ ବାଚସ୍ପତି ପଦ ପାଇଁ କୌଣସି ପ୍ରତିଦ୍ବନ୍ଦ୍ବୀ ଘୋଷଣା କରାଯାଇନଥିଲା । ଫଳରେ ୟୁଟି ଖାଦେର ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ଆଜି(ବୁଧବାର) ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଖାଦେରଙ୍କ ନାମ ବାଚସ୍ପତି ପଦ ପାଇଁ ପ୍ରସ୍ତାବ ରଖିବା ପରେ ଏହାକୁ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ସମର୍ଥନ ଜଣାଇଥିଲେ । ପରେ କୌଣସି ବିରୋଧୀ ଦଳ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ କାମଚଳା ବାଚସ୍ପତି ଆର.ଭି ଦେଶପାଣ୍ଡେ ଗୃହରେ ଭୋଟିଂ ପାଇଁ ପ୍ରସ୍ତାବ ରଖିଥିଲେ । ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ଖାଦେର ନିର୍ଦ୍ବନ୍ଦରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାଶବରାଜ ବୋମ୍ମାଇ, ଉପମୁଖ୍ୟମନ୍ତ୍ରୀ ଶିବକୁମାର, ଖାଦେରଙ୍କୁ ବାଚସ୍ପତି ଆସନ ପର୍ଯ୍ୟନ୍ତ ପାଛୋଟି ନେବା ସହ ଶୁଭେଚ୍ଛା ଜଣାଇଥିଲେ । ଏହି ବରିଷ୍ଠ କଂଗ୍ରେସ ନେତା ଖାଦେର ଦକ୍ଷିଣ କନ୍ନଡ ଜିଲ୍ଲାରୁ ମୋଟ 5 ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେ ପୂର୍ବତନ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇ ସାରିଛନ୍ତି । ସେ ଏବେ କାମଚଳା ବାଚସ୍ପତି ଆର.ଭି ଦେଶପାଣ୍ଡେଙ୍କଠାରୁ ପୂର୍ଣ୍ଣକାଳୀନ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିବେ ।

ଖାଦେରଙ୍କୁ ଶୁଭେଚ୍ଛା ଜଣାଇ ବିରୋଧୀ ଦଳ ନେତା ବାସବରାଜ ବୋମ୍ମାଇ କହିଥିଲେ,"ଆପଣଙ୍କର ଜଣେ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଦୀର୍ଘ 20 ବର୍ଷର ଅଭିଜ୍ଞତା ରହିଛି । ଆପଣ ଦଳର ଉପନେତା ମଧ୍ୟ ରହି ସାରିଛନ୍ତି । ଏବେ ବାଚସ୍ପତି ଭାବେ ଆପଣଙ୍କ ନିର୍ଦ୍ଦେଶ ଓ ଗୃହ ପରିଚାଳନା ବିଧାନସଭାରେ ପରିଲକ୍ଷିତ ହେବ । ଆପଣ ଭାରସାମ୍ୟ ରକ୍ଷା କରି କାର୍ଯ୍ୟ କରିବେ ବୋଲି ଆଶା ।"

ଏକ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଖାଦେର । ତାଙ୍କ ପିତା ମଧ୍ୟ ବିଧାୟକ ଥିଲେ । 1990ରେ ଛାତ୍ର କଂଗ୍ରେସରୁ ସକ୍ରିୟ ରାଜନୀତି ଆରମ୍ଭ କରିଥିଲେ । 1990ରେ ସେ NSUI ସାଧାରଣ ସମ୍ପାଦକ ଓ ପରେ ଦକ୍ଷିଣ କନ୍ନଡ ଜିଲ୍ଲା ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ । 2008 ରେ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ । ଏହି ଆସନରୁ ସେ 5 ଥର ବିଧାନସଭାକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି । ଏବେ ସେ ରାଜ୍ୟର ପ୍ରଥମ ମୁସଲିମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.