ନୂଆଦିଲ୍ଲୀ: ଚୀନର ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ସାମିଲ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚୀନ ଭାରତର ଜମି ହଡପ କରିଥିବା ଦାବିକୁ ଦୋହରାଇ ରାହୁଲ କହିଛନ୍ତି, ''ମୁଁ ବର୍ଷ ବର୍ଷ ହେଲାଣି କହୁଛି ଯେ ଲଦାଖରେ ଗୋଟିଏ ଇଞ୍ଚ ଜମି ଯାଇନି ବୋଲି ପ୍ରଧାନମନ୍ତ୍ରୀ କହିଥିବା କଥା ମିଛ । ପୁରା ଲଦାଖ ଜାଣିଛି ଚୀନ ଭାରତର ଜମି ହଡ଼ପ କରିଛି । ଚୀନର ମାନଚିତ୍ର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ସେମାନେ(ଚୀନ) ଆମର ଜମି ନେଇ ଯାଇଛନ୍ତି । ଏହା ଉପରେ ପ୍ରଧାନମନ୍ତ୍ରୀଙ୍କୁ କିଛି କହିବା ଉଚିତ୍ ।''
-
#WATCH | Delhi | While leaving for Karnataka, Congress MP Rahul Gandhi speaks on China government's '2023 Edition of the standard map of China'; says, "I have been saying for years that what the PM said, that not one inch of land was lost in Ladakh, is a lie. The entire Ladakh… pic.twitter.com/NvBg0uhNY1
— ANI (@ANI) August 30, 2023 " class="align-text-top noRightClick twitterSection" data="
">#WATCH | Delhi | While leaving for Karnataka, Congress MP Rahul Gandhi speaks on China government's '2023 Edition of the standard map of China'; says, "I have been saying for years that what the PM said, that not one inch of land was lost in Ladakh, is a lie. The entire Ladakh… pic.twitter.com/NvBg0uhNY1
— ANI (@ANI) August 30, 2023#WATCH | Delhi | While leaving for Karnataka, Congress MP Rahul Gandhi speaks on China government's '2023 Edition of the standard map of China'; says, "I have been saying for years that what the PM said, that not one inch of land was lost in Ladakh, is a lie. The entire Ladakh… pic.twitter.com/NvBg0uhNY1
— ANI (@ANI) August 30, 2023
ଚୀନର ମାନଚିତ୍ର ପ୍ରସଙ୍ଗରେ ରାହୁଲ ସମ୍ବାଦ ସରବରାହ ସଂସ୍ଥା ANIକୁ ଏହା କହିଛନ୍ତି । ଚୀନ ଗତ ସୋମବାର ଦିନ ନିଜ ମାନଚିତ୍ରର ନୂଆ ସଂସ୍କରଣ ଜାରି କରିଛି । ଏଥିରେ ଭାରତର ଅରୁଣାଚଳ ପ୍ରଦେଶ, ଅକ୍ସାଇ ଚିନ, ତାଇୱାନ ଓ ବିବାଦୀୟ ଦକ୍ଷିଣ ଚୀନ ସାଗରକୁ ନିଜର ଅଞ୍ଚଳ ଭାବେ ଦର୍ଶାଇଛି । ଅରୁଣାଚଳକୁ ଦକ୍ଷିଣ ତିବ୍ଦତ ଭାବେ ଦର୍ଶାଯାଇଛି । ଚୀନର ଏହି ଦାବିକୁ ଭାରତ ପକ୍ଷରୁ ପ୍ରତ୍ୟାଖାନ କରାଯାଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ଏସ୍ ଜୟଶଙ୍କର କହିଛନ୍ତି, ଏଭଳି ମ୍ୟାପ୍ ଜାରି କରିବା ପଡୋଶୀ ଦେଶର ପୁରୁଣା ଅଭ୍ୟାସ । ଭାରତର ଅଞ୍ଚଳକୁ ନିଜ ମାନଚିତ୍ରରେ ଦେଖାଇଲେ କିଛି ବଦଳି ଯିବନି । ଆମ ଅଞ୍ଚଳକୁ ନେଇ ସରକାର ସ୍ପଷ୍ଟ ଅଛନ୍ତି । ଅଯଥା ଦାବି କରିବା ଦ୍ବାରା ଅନ୍ୟ ଦେଶର ଅଞ୍ଚଳ ଆପଣଙ୍କର ହୋଇଯିବନି । ତେବେ ପୂର୍ବରୁ ଗତ ଏପ୍ରିଲରେ ଚୀନ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନକୁ ପୁନଃନାମିତ କରିବାକୁ ଚେଷ୍ଟା କରିଥିଲା ।
ଏହାମଧ୍ୟ ପଢନ୍ତୁ: China releases new map: ଚୀନର ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ସାମିଲ
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଚୀନର ତଥାକଥିତ ମାନଚିତ୍ରକୁ ଆମେ କଡା ବିରୋଧ କରୁଛୁ । ଚୀନର ଭିତ୍ତିହୀନ ଦାବିକୁ ପ୍ରତ୍ୟାଖାନ କରୁଛୁ । ଚୀନର ଏଭଳି କାର୍ଯ୍ୟ ସୀମା ବିବାଦ ସମାଧାନକୁ କେବଳ ଜଟିଳ କରୁଛି । ତେବେ ଦୁଇ ଦେଶ ମଧ୍ୟରେ ଏହି ବିବାଦ ଭିତରେ ଆସନ୍ତା ସପ୍ତାହରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଜି୨୦ ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସୁଛନ୍ତି ।