ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ସହ ଲଢେଇ ମଧ୍ୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କୁ ଭେଟିବେ ସିଦ୍ଧୁ - Punjab congress

ପଞ୍ଜାବ କଂଗ୍ରେସର ଚାଲିଛି କ୍ଷମତା ଲଢେଇ । ଏହାରି ମଧ୍ୟରେ ମଙ୍ଗଳବାର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବେ କ୍ରିକେଟରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ...

Navjote Singh Sidhu
ମୁଖ୍ୟମନ୍ତ୍ରୀଙ୍କ ସହ ଲଢେଇ ମଧ୍ୟରେ ମଙ୍ଗଳବାର ରାହୁଲ ଗାନ୍ଧୀଙ୍କୁ ଭେଟିବେ ସିଦ୍ଧୁ
author img

By

Published : Jun 28, 2021, 10:01 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଭେଟିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ମଙ୍ଗଳବାର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବେ କ୍ରିକେଟରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ପଞ୍ଜାବ କଂଗ୍ରେସରେ କ୍ଷମତା ଲଢେଇକୁ ନେଇ ବେଶ ଚର୍ଚ୍ଚାର ରହିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁ ।

ପଞ୍ଜାବ କଂଗ୍ରସରେ ଚାଲିଛି କ୍ଷମତା ଲଢେଇ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଦ୍ଧୁ ମଧ୍ୟରେ ଚାଲିଛି ରାଜନୈତିକ ଲଢେଇ । ଏହି ଲଢେଇ ମଧ୍ୟରେ ମଙ୍ଗଳବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । 2019ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ମନ୍ତ୍ରୀମଣ୍ଡଳରୁ ପୋର୍ଟଫୋଲିଓ ପରିବର୍ତ୍ତନକୁ ନେଇ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଥିଲେ । ଏହା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓ ସିଦ୍ଧୁ ମଧ୍ୟରେ ଆରମ୍ଭ ହୋଇଯାଇଛି କ୍ଷମତା ଲଢେଇ । ପଞ୍ଜାବ କଂଗ୍ରେସରେ ସିଦ୍ଧୁ ନେତୃତ୍ବ ପରିବର୍ତ୍ତନ ଚାହୁଁଥିବାବେଳେ ସେପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସିଦ୍ଧୁକୁ ଗୁରୁତ୍ବ ନ ଦେଉନାହାଁନ୍ତି ।

ସେପଟେ କୌଣସି ମୋତେ ଦଳରେ ଉପମୁଖ୍ୟମନ୍ତ୍ରୀ ପଦ କିମ୍ବା ପିସିସି ସଭାପତି ପଦ ପାଇଁ ଦାବି କରୁଛନ୍ତି ନବଜୋତ ସିଂ ସିଦ୍ଧୁ । ଉଭୟ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି । କଂଗ୍ରେସ ହାଇକମାଣ୍ଡ ଦଳର ନେତୃତ୍ବ ମଧ୍ୟରେ ସମାଧାନ କରିବା ପାଇଁ ବୈଠକ କରାଯାଉଛି କିନ୍ତୁ କୌଣସି ନିଷ୍ପତି ବାହାରିପାରୁନାହିଁ ।

ସେପଟେ କଂଗ୍ରେସ ହାଇକମାଣ୍ଡ ମଧ୍ୟ ପଞ୍ଜାବର ଲଢେଇକୁ ସମାଧାନ କରିବା ପାଇଁ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ବରେ ଏକ ତିନିଜଣିଆ କମିଟି ଗଠନ କରିଛନ୍ତି । ସୂଚାଥାଉକି ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନଜରରେ ରଖି କଂଗ୍ରେସ ଦଳୀୟ କନ୍ଦଳକୁ ସମାଧାନ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.