ETV Bharat / bharat

ଇଭିଏମକୁ ନେଇ 'ଇଣ୍ଡିଆ' ବ୍ଲକ୍ ଚିନ୍ତିତ, ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ମାଗିଲେ ସମୟ - jayaram ramesh

INDIA bloc concern over VVPATS: ନିର୍ବାଚନୀ ବର୍ଷରେ ଇଭିଏମ ଉପରେ ପ୍ରଶ୍ନ ଉଠାଇଲେ ବିରୋଧୀ । ଇଭିଏମ ଏବଂ ଭିଭିପାଟକୁ ନେଇ ଇଣ୍ଡିଆ ବ୍ଲକ୍ ଚିନ୍ତିତ ଅଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ । ନିର୍ବାଚନ କମିଶନଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଲେ ବିରୋଧୀ । ଅଧିକ ପଢ଼ନ୍ତୁ,

ଇଭିଏମକୁ ନେଇ ଇଣ୍ଡିଆ ବ୍ଲକ୍ ଚିନ୍ତିତ
ଇଭିଏମକୁ ନେଇ ଇଣ୍ଡିଆ ବ୍ଲକ୍ ଚିନ୍ତିତ
author img

By ETV Bharat Odisha Team

Published : Jan 2, 2024, 12:30 PM IST

Updated : Jan 2, 2024, 1:06 PM IST

ନୂଆଦିଲ୍ଲୀ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଲୋକସଭା ପାଇଁ ହେବ ଭୋଟ୍ । ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ, ଇଲେକ୍ଟୋନିକ ଭୋଟିଂ ମେସିନ (EVM) ଏବଂ ଭିଭିପାର୍ଟ୍ସକୁ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଇଣ୍ଡିଆ ବ୍ଲକ୍ ଏନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବା ସହ ସାକ୍ଷାତ ପାଇଁ ସମୟ ମାଗିଛନ୍ତି । ବିରୋଧୀ ଦଳଗୁଡ଼ିକ ଇଭିଏମକୁ ନେଇ ଚିନ୍ତିତ ଥିବା ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ।

ଜୟରାମ ରମେଶ କହିଛନ୍ତି ଯେ, ସେ ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଚିଠି ଲେଖିବା ସହ ଇଣ୍ଡିଆ ମେଣ୍ଟ ନେତାମାନେ ତାଙ୍କୁ ଭେଟି ଆଲୋଚନା କରିବାକୁ ଚାହୁଁଥିବା ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କୁ ବିରୋଧୀ ମେଣ୍ଟର ତିନି ଚାରି ଜଣ ନେତା ଭେଟିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ, କମିଶନଙ୍କ ପକ୍ଷରୁ ସବୁଜ ସଂକେତ ଦିଆଯାଇନାହିଁ । ବାରମ୍ବାର ଅନୁରୋଧ ସତ୍ତ୍ବେ କମିଶନ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ରମେଶ ।

ଏହା ମଧ୍ଯ ପଢ଼ନ୍ତୁ: ECI to SC: '100% VVPAT ଗଣନା ଇଭିଏମ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇବ'

୨୦୨୩ ଡିସେମ୍ବର ୩୦ ତାରିଖରେ ନିର୍ବାଚନ କମିଶନଙ୍କୁ ଇଭିଏମ ସଂପର୍କରେ ଚିଠି ଲେଖିଥିଲେ ଜୟରାମ ରମେଶ । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ୨୦୨୩ ଅଗଷ୍ଟ ୯ରେ ନିର୍ବାଚନ କମିଶନଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଥିଲା । ଯେଉଁଥିରେ ଇଭିଏମ କାର୍ଯ୍ୟକାରିତା ନେଇ ଚିନ୍ତା ପ୍ରକଟ କରିଥିଲା ବିରୋଧୀ ପ୍ରଣ୍ଟ 'ଇଣ୍ଡିଆ' ମେଣ୍ଟ । ପରବର୍ତ୍ତୀ ସମୟରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅନେକ ଥର କୁହାଯାଇଛି । ମାତ୍ର କମିଶନଙ୍କ ପକ୍ଷରୁ କୌଣସି ଉତ୍ତର ଆସିନଥିବା କହିଛନ୍ତି ଜୟରାମ ରମେଶ । ଏହାକୁ ନେଇ ଇଣ୍ଡିଆ ମେଣ୍ଟ ଏକାଧିକ ଥର ବୈଠକ ମଧ୍ୟ କରି ସାରିଛି ।

ଏହା ମଧ୍ଯ ପଢ଼ନ୍ତୁ: EVM ବ୍ୟବହାରକୁ ନେଇ ପାଓ୍ବାରଙ୍କ ବାସଭବନରେ ବିରୋଧୀଙ୍କ ମାନସମନ୍ଥନ, ନିର୍ବାଚନ ଆୟୁକ୍ତଙ୍କୁ ଭେଟିବେ

ଇଭିଏମର ସଠିକ କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବିରୋଧୀ । ତେଣୁ ଭୋଟରଙ୍କୁ VVPAT ସ୍ଲିପ୍ ଦିଆଯିବା ସହ ଏହାର ଶତପ୍ରତିଶତ ଗଣନା ପାଇଁ ଦାବି କରିଛନ୍ତି ବିରୋଧୀ । ଗତ ନଭେମ୍ବର-ଡିସେମ୍ବରରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିବା ବେଳେ, ୩ଟି ରାଜ୍ୟରେ ​​ବିଜେପିର ବିପୁଳ ବିଜୟ ପରେ, ଅଧିକାଂଶ ବିରୋଧୀ ଦଳର ନେତା ଇଭିଏମ୍ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ବ୍ୟାଲେଟ ପେପରରେ ଭୋଟିଂ କରିବାକୁ ଦାବି କରିଛନ୍ତି । ସେପଟେ ବିରୋଧୀଙ୍କ ସନ୍ଦେହକୁ ପୂର୍ବରୁ ଖଣ୍ଡନ କରିସାରିଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ କହିବା କଥା, ପ୍ରତି ନିର୍ବାଚନ ମଣ୍ଡଳୀରେ ୫ଟି ଭୋଟ୍ କେନ୍ଦ୍ରରେ ଭିଭିପାଟ୍ ସ୍ଲିପ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 2, 2024, 1:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.