ETV Bharat / bharat

କଂଗ୍ରେସ ନେତାଙ୍କ ଘୋଷଣା: ହିନ୍ଦୁ ଧର୍ମକୁ ଧୋକା କହିଥିବା ସପା ନେତାଙ୍କ ଜିଭ କାଟିଲେ ମିଳିବ ୧୦ ଲକ୍ଷ - କଂଗ୍ରେସ ନେତାଙ୍କ ଘୋଷଣା

ଉତ୍ତର ପ୍ରଦେଶ କଂଗ୍ରେସ ନେତାଙ୍କ ଘୋଷଣା । ହିନ୍ଦୁ ଧର୍ମକୁ ଧୋକା କହିଥିବା ସପା ନେତାଙ୍କ ଜିଭ କାଟିଲେ ୧୦ ଲକ୍ଷ ଦେବେ ବୋଲି ଘୋଷଣା କଲେ । ଅଧିକ ପଢନ୍ତୁ

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ
ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିବାଦୀୟ ବୟାନ
author img

By ETV Bharat Odisha Team

Published : Aug 30, 2023, 1:33 PM IST

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ହିନ୍ଦୁ ଧର୍ମ ଉପରେ ବିବାଦୀୟ ବୟାନକୁ ନେଇ ଚାରିଆଡେ ବିବାଦ ଜୋର ଧରିଛି । ହିନ୍ଦୁ ଧର୍ମକୁ ଧୋକା କହିଥିବା ଏହି ସପା ନେତାଙ୍କ ଜିଭ କାଟିବାକୁ ୧୦ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶର ଜଣେ କଂଗ୍ରେସ ନେତା । ମୋରଦାବାଦର କଂଗ୍ରେସ ମାନବାଧିକାର ବିଭାଗର ଅଧ୍ୟକ୍ଷ ପଣ୍ଡିତ ଗଙ୍ଗା ରାମ ଶର୍ମା କହିଛନ୍ତି ଯେ, ଯିଏ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଜିଭ କାଟିବ ତାକୁ ନଗଦ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ।

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ, ସମାଜବାଦୀ ପାର୍ଟି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମକୁ ଅପମାନିତ କରିବା ସହ ଧାର୍ମିକ ପୁସ୍ତକ ରାମଚରିତ ମାନସର ନିନ୍ଦା କରନ୍ତି । ସେଥିପାଇଁ ଯିଏ ତାଙ୍କର ଜିଭ କାଟିବ ସେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବେ । ତାଙ୍କର ଏହି ଘୋଷଣା ସମ୍ପର୍କିତ ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କହିରଖୁଛୁ କି, ନିଜର ବୟାନ ପାଇଁ ସବୁବେଳେ ବିବାଦରେ ରହୁଥିବା ସପା ନେତା ସ୍ବାମୀ ପ୍ରସାଦ ହିନ୍ଦୁ ଧର୍ମ ଉପରେ କହିଥିଲେ, ‘‘ହିନ୍ଦୁ ବୋଲି କିଛି ଧର୍ମ ନାହିଁ । ଏହାକ କେବଳ ଏକ ଧୋକା । ବ୍ରାହ୍ମଣ ଧର୍ମକୁ ହିନ୍ଦୁ ଧର୍ମ କହି ଦେଶରେ ଦଳିତ, ଆଦିବାସୀ ଓ ପଛୁଆ ସମାଜର ଲୋକଙ୍କୁ ଫନ୍ଦାରେ ପକାଇବା ପାଇଁ ଷଡଯନ୍ତ୍ର ଚାଲିଛି । ବ୍ରାହ୍ମଣବାଦ ସମାଜରେ ସବୁ ବିଷମତାର କାରଣ ।’’

ଏହାମଧ୍ୟ ପଢନ୍ତୁ : ସପା ନେତାଙ୍କ ବିବାଦୀୟ ବୟାନ; କହିଲେ ହିନ୍ଦୁ ଧର୍ମ କେବଳ ଧୋକା, ବ୍ରାହ୍ମଣବାଦ ସବୁ ବିଷମତାର କାରଣ

ସପା ନେତାଙ୍କ ଏହି ବୟାନକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ସମାଜବାଦୀ ପାର୍ଟି ସମେତ ବିଭିନ୍ନ ଦଳର ରାଜନେତାମାନେ ତାଙ୍କର ଏହି ବୟାନକୁ ବିରୋଧ କରିଛନ୍ତି । ସମାଜବାଦୀ ପାର୍ଟି ଏହି ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି । ସପା ନେତା ମନୋଜ ପାଣ୍ଡେ କହିଛନ୍ତି ଯେ, ମୌର୍ଯ୍ୟଙ୍କ ମନ୍ତବ୍ୟର ଦଳର ଆଭିମୁଖ୍ୟ ପ୍ରତିଫଳିତ କରେ ନାହିଁ । ନିଜର ରାଜନୈତିକ କ୍ୟାରିୟରକୁ ବଞ୍ଚାଇ ରଖିବା ପାଇଁ ସେ ଏପରି ମନ୍ତବ୍ୟ ଦେଉଛନ୍ତି । କହିରଖୁଛୁ କି, କିଛି ଦିନ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ ରାମଚରିତ ମାନସକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ବ୍ୟାନ କରିବା ପାଇଁ ସେ କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.