ETV Bharat / bharat

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ - ଲୋକସଭା ସଚିବାଳୟ

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ଗୃହରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ହୋଇଥିଲେ ନିଲମ୍ବିତ । ଆଜି ପୂର୍ବାହ୍ନରେ ସଂସଦ ସ୍ବାଧୀକାର କମିଟିରେ ହୋଇଥିଲେ ହାଜର । ଅଧିର ପଢନ୍ତୁ

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ

author img

By ETV Bharat Odisha Team

Published : Aug 30, 2023, 9:59 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକସଭାରୁ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରାଯାଇଛି । ସଂସଦ ସ୍ବାଧୀକାର କମିଟି ସୁପାରିଶ କ୍ରମେ ଚୌଧୁରୀଙ୍କ ନିଲମ୍ବନକୁ ଆଜି ପ୍ରତ୍ୟାହାର କରାଯାଇଛି । ଆଜି ସଂଧ୍ୟାରେ ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଜି ପୂର୍ବାହ୍ନରେ ଚୌଧୁରୀ ଲୋକସଭା ସ୍ବାଧୀକାର କମିଟି ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ । ଏହା ପରେ କମିଟି ତାଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ଏକ ସଂକଳ୍ପ ପାରିତ କରିଥିଲା । ଏହି ସୁପାରିଶ କ୍ରମେ ଅଧୀରଙ୍କ ନିଲମ୍ବନ ପ୍ରତ୍ୟାହାର କରିଛି ଲୋକସଭା ସଚିବାଳୟ ।

ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ
ହଟିଲା ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ, ଅନାସ୍ଥା ଭୋଟିଂ ଦିନ ହୋଇଥିଲେ ନିଲମ୍ବିତ

ଲୋକସଭାରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଅଧୀର ଗୃହରେ ବିଶୃଙ୍ଖଳିତ ଆଚରଣ କରିଥିବା ଅଭିଯୋଗରେ ବାଚସ୍ପତିଙ୍କ ଦ୍ବାରା ନିଲମ୍ବିତ ହୋଇଥିଲେ । ଅଧୀର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଳାତକ ବ୍ୟବସାୟୀ ନୀରବ ମୋଦିଙ୍କ ସହ ତୂଳନା କରିବା ସହ ଧୁତରାଷ୍ଟ୍ର ବୋଲି କଟାକ୍ଷ କରିଥିବା ଅଭିଯୋଗ ହୋଇଥିଲା । 11 ତାରିଖରେ ଅନାସ୍ଥା ଆଲୋଚନାର ଶେଷ ଦିନରେ ମୌଖୀକ ଭୋଟିଂ ହୋଇଥିଲା । ଏଥିରେ ଅନାସ୍ଥା କାଟ ଖାଇଥିଲା । ଭୋଟିଂ ପରେ ଅଧୀରଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ଲୋକସଭା ବାଚସ୍ପତି ଓମ ବିର୍ଲା ଏହାକୁ ଅନୁମୋଦନ ଦେବା ସହ ଅଧୀରଙ୍କୁ ନିଲମ୍ବିତ କରିଥିଲେ ।

ଏହି କାର୍ଯ୍ୟାନୁଷ୍ଠାନକୁ କଡା ସମାଲୋଚନା କରିଥିଲେ ଅଧୀର । ସେ ଗୃହରେ କୌଣସି ଅସାମ୍ବିଧାନିକ ଶବ୍ଦ କିମ୍ବା ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିନଥିବା କହିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରି କରି ବିରୋଧୀଙ୍କ କଣ୍ଠରୋଧ କରିବା ପାଇଁ ସୁଚିନ୍ତିତ ଯୋଜନା କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ । ଆବଶ୍ୟକ ହେଲେ ସେ କୋର୍ଟକୁ ମଧ୍ୟ ଯିବା ପାଇଁ ପରୋକ୍ଷା ଚେତାବନୀ ଦେଇଥିଲେ । ଆଜି ସେ ସଂସଦୀୟ ସ୍ବାଧୀକାର କମିଟି ସମ୍ମୁଖରେ ହାଜର ହୋଇ ନଜ ପକ୍ଷ ରଖିଥିଲେ । ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ କମିଟି ଏକ ସଂକଳ୍ପ ପାରିତ କରି ସୁପାରିଶ କରିବା ପରେ ଲୋକସଭା ସଚିବାଳୟ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରିଛି ।

ଏହା ମଧ୍ୟ ପଢନ୍ତୁ :-Adhir Ranjan Chowdhury Suspension: ଅଧିରଙ୍କୁ ପକ୍ଷ ରଖିବାକୁ ମିଳିବ ସୁଯୋଗ

ଏହା ପୂର୍ବରୁ ମଧ୍ୟ ଅଧୀର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଅପମାନଜନକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ ଅଧୀର । ପରେ ଏହା ତ୍ରୁଟିବଶତଃ ତାଙ୍କ ମୁହଁରୁ ବାହାରି ପଡିଥିବା କହି ସେ ରାଷ୍ଟ୍ରପତିଙ୍କୁ କ୍ଷମା ମଧ୍ୟ ମାଗିଥିଲେ । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ତାଙ୍କଠାରୁ ଓ ଦଳର ତତ୍କାଳୀନ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲା । ଅବଶ୍ୟ କ୍ଷମା ମାଗିବା ପରେ ସେତେବେଳେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.