ETV Bharat / bharat

UP Assembly polls: ହାତ ଦେଲା ଏହି ସବୁ ପ୍ରତିଶୃତି - ଉତ୍ତରପ୍ରଦେଶ ନିର୍ବାଚନ ଖବର

ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶରେ ଜୋରଦାର ଚାଲିଛି ନିର୍ବାଚନ ପ୍ରସ୍ତୁତି । ଭୋଟରଙ୍କ ମନ ଜିଣିବାକୁ ଭୋଟରଙ୍କୁ ମିଳୁଛି ଗଦା ଗଦା ପ୍ରତିଶ୍ରୁତି । ଏହାରି ଭିତରେ ରାଜ୍ୟରେ କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ଜାରି କରିଛି । ଅଧିକ ପଢନ୍ତୁ

ହାତ ଦେଲା ଏହି ସବୁ ପ୍ରତିଶ୍ରୁତି
ହାତ ଦେଲା ଏହି ସବୁ ପ୍ରତିଶ୍ରୁତି
author img

By

Published : Jan 21, 2022, 3:38 PM IST

ଲକ୍ଷ୍ନୌ: ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶରେ ଜୋରଦାର ଚାଲିଛି ନିର୍ବାଚନ ପ୍ରସ୍ତୁତି । ଭୋଟରଙ୍କ ମନ ଜିଣିବାକୁ ଭୋଟରଙ୍କୁ ମିଳୁଛି ଗଦା ଗଦା ପ୍ରତିଶ୍ରୁତି । ଏହାରି ଭିତରେ ରାଜ୍ୟରେ କଂଗ୍ରେସ ତାର ନିର୍ବାଚନୀ ଇସ୍ତାହାର ଜାରି କରିଛି । ମାଳ ମାଳ ପ୍ରତିଶ୍ରୁତିରେ ଭୋଟରଙ୍କୁ ପୋତି ପକାଇଛି ଦଳ । ଦେଶର ବିଭିନ୍ନ ପ୍ରମୁଖ ମୁଦ୍ଦାକୁ ଆଧାର କରି ଯୁବପୀଢିଙ୍କୁ ଆକୃଷ୍ଟ କରିବାକୁ 'ଭର୍ତ୍ତି ବିଧାନ' ନାମକ ଇସ୍ତାହାର ଜାରି କରିଛି । ଯେଉଁଥିରେ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବାକୁ କଥା ଦେଇଛି ହାତ ଦଳ ।

ଯୋଗୀ ସରକାର ସମୟରେ ବେରୋଜଗାର, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ମୁଖ୍ୟ ପ୍ରସଙ୍ଗ ରହିଛି। ବଢ଼ିଥିବା ବେକାରୀ ବୃଦ୍ଧିକୁ ପ୍ରସଙ୍ଗ କରି ବିଭିନ୍ନ ସମୟରେ ବିରୋଧୀରେ ଯୋଗୀ ସରକାରଙ୍କୁ ଘନ ଘନ ଆକ୍ରମଣ କରୁଥିଲେ। କିନ୍ତୁ ଏବେ ସେହି ସମସ୍ତ ପ୍ରସଙ୍ଗକୁ ନିଜ ନିର୍ବାଚନୀ ଇସ୍ତାହାରରେ ସାମିଲ କରିଛି କଂଗ୍ରେସ। ଇସ୍ତିହାରରେ ଯୁବପିଢିଙ୍କୁ ଅଧିର ଗୁରୁତ୍ବ ଦେଇଛି ଦଳ । ୨୦ ଲକ୍ଷ ନିଯୁକ୍ତି ସୁଯୋଗ, ମହିଳାଙ୍କ ସଂରକ୍ଷଣ ନେଇ ପ୍ରତିଶ୍ରୁତି, ପ୍ରାଥମିକ ବିଦ୍ୟାଳୟରେ ଦେଢ଼ ଲକ୍ଷ ଶିକ୍ଷକଙ୍କ ଭର୍ତ୍ତି, ଖାଲି ପଡିଥିବା ପୋଲିସ ପଦ,ମାଗଣା ପରିବହନ ସେବା, ବିନା ରାଶିରେ କମ୍ପିଟେଟିଭ ପରୀକ୍ଷା, ସ୍କଲାରସିପ ବ୍ୟବସ୍ଥା ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛି ଦଳ ।

ଇସ୍ତାହାର ଜାରି କରି ପ୍ରିୟାଙ୍କା କହିଛନ୍ତି ସରକାରଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଉପରୁ ୟୁପିର ଯୁବକଙ୍କ ଭରସା ଉଠିଗଲାଣି । ଆମେ ସେମାନଙ୍କ ସମସ୍ୟାକୁ ଗୁରୁତ୍ବର ସହ ନେଉଛି । ଆମେ ଲୋକଙ୍କ ପାଇଁ କାମ କରିବୁ ବୋଲି କହିଛନ୍ତି ପ୍ରିୟଙ୍କା । ସେହିପରି ରାହୁଲ କହିଛନ୍ତି ପିଏମ ମୋଦି ପ୍ରତିବର୍ଷ ୨ କୋଟି ନିଯୁକ୍ତି ଘୋଷଣା କରୁଛନ୍ତି । ସମସ୍ତ ଜାଣନ୍ତି ବାସ୍ତବତା କଣ । ଗତ ୪୦ ବର୍ଷ ଭିତରେ ୟୁପିରେ ସର୍ବାଧିକ ବେରୋଜଗାର ଦେଖିବାକୁ ମିଳିଛି । ବର୍ତ୍ତମାନର ଯୁବପିଢି ନୂଆ ଭିଜନ ଚାହୁଛନ୍ତି । କେବଳ କଂଗ୍ରେସ ହିଁ ତାହା ଦେବ ବୋଲି କହିଛନ୍ତି ରାହୁଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.