ETV Bharat / bharat

PM Modi in Rajasthan: ‘କଂଗ୍ରେସ ଲୁଟ କି ଦୁକାନ, ଝୁଟ କି ବଜାର’

author img

By

Published : Jul 8, 2023, 9:50 PM IST

ତେଲେଙ୍ଗାନା ପରେ ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ‘କଂଗ୍ରେସର ଅର୍ଥ ଲୁଟ କି ଦୁକାନ, ଝୁଟ କି ବଜାର’ । ଅଧିକ ପଢନ୍ତୁ

PM Modi in Rajasthan: ‘କଂଗ୍ରେସର ଅର୍ଥ ଲୁଟ କି ଦୁକାନ, ଝୁଟ କି ବଜାର’

ଜୟପୁର: ତେଲେଙ୍ଗାନାର ଓ୍ୱାରଙ୍ଗଲରେ ବଂଶବାଦ ରାଜନୀତି ଓ ଦୁର୍ନୀତି ନେଇ ଉଭୟ ବିଆରଏସ ଓ କଂଗ୍ରେସକୁ ଟାର୍ଗେଟ କରିବା ପରେ ରାଜସ୍ଥାନରେ ମଧ୍ୟ କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଲେଙ୍ଗାନାରୁ ସିଧା ରାଜସ୍ଥାନ ବିକାନେରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିବା ସହ ସାଧାରଣ ସଭାକୁ ସମ୍ବୋଧିତ କରି କହିଛନ୍ତି, କଂଗ୍ରେସ ଲୁଟର ଦୋକାନ ଓ ମିଛର ବଜାର ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘‘କଂଗ୍ରେସ ହେଉଛି ଲୁଟ କି ଦୁକାନ ଓ ଝୁଟ କି ବଜାର । ଯେବେ କଂଗ୍ରେସ ଶାସନକୁ ଆସିଛି ରାଜ୍ୟରେ କୃଷକମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେମାନେ ଗତ ସାଢେ 4 ବର୍ଷ ଧରି ଶାସନରେ ରହିଛନ୍ତି । ହେଲେ ସେମାନେ ଦଳ ମଧ୍ୟରେ ନିଜ ନିଜ ମଧ୍ୟରେ ସଂଘର୍ଷରେ ଲାଗି ରହିଛନ୍ତି । ସେମାନେ ପରସ୍ପରର ଗୋଡ ଟାଣିବାରେ ଲାଗିଛନ୍ତି । ରାଜ୍ୟର ସମସ୍ୟା ପ୍ରତି ସେମାନେ କଣ ଦୃଷ୍ଟି ଦେବେ । କଂଗ୍ରେସର ଅର୍ଥ ହେଉଛି ମିଛର ଦୋକାନ ଓ ଲୁଟର ବଜାର ।’’

ଆହୁରି ମଧ୍ୟ ସେ କହିଛନ୍ତି, ରାଜସ୍ଥାନକୁ ଦିଲ୍ଲୀରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଯୋଜନା ପଠାଉଛନ୍ତି । ତାହା ଜୟପୁରରେ ପ୍ରଭାବିତ ହେଉଛି । ରାଜ୍ୟବାସୀଙ୍କ ସମସ୍ୟା ସମାଧାନ କରିବା ଦିଗରେ କଂଗ୍ରେସ ସରକାର କଛି କରିନାହିଁ । ଆଜି କାର୍ଯ୍ୟକ୍ରମରେ ପରଧାନମନ୍ତ୍ରୀ ପ୍ରାୟ 24 ହଜାର କୋଟି ଟଙ୍କାର ବ୍ୟୟବରାଦରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକାଧିକ ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିଛନ୍ତି । ଏହା ମଧ୍ୟରେ 5 ଶହ କିମି ବିଶିଷ୍ଟ ଅମୃତସର- ଜାମନଗର ଏକ୍ସପ୍ରେସ-ଓ୍ବେ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ:- Modi in Telangana: ବଂଶବାଦ ନେଇ ଟାର୍ଗେଟ, କହିଲେ BRS ଓ କଂଗ୍ରେସ ଦେଶ ପାଇଁ ବିପଜ୍ଜନକ

କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାରତୀୟ ଜନତା ପାର୍ଟିକୁ ପରାଜିତ କରି ଐତିହାସିକ ବିଜୟ ପାଇବା ପରେ ରାହୁଲ ଗାନ୍ଧୀ କହିଥିଲେ ରାଜ୍ୟରେ ଏବେ ଠାରୁ ପ୍ରେମର ଦୋକାନ ଖୋଲିଲା । ବିଜେପି କେବଳ ଘୃଣାର ପ୍ରସାର କରି ସମାଜକୁ ବିଭାଜନ କରୁଛି । ହେଲେ ଲୋକେ ତାହା ଗ୍ରହଣ କଲେ ନାହିଁ । କଂଗ୍ରେସ ଶାସନରେ କେବଳ ପ୍ରେମର ଦୋକାନ ଖୋଲିବ ବୋଲି ରାହୁଲ କହିଥିଲେ । ଏବେ କଂଗ୍ରେସକୁ ଲୁଟ କି ଦୋକାନ ଓ ଝୁଟର ବଜାର ବୋଲି କହି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.