ETV Bharat / bharat

ଇଡିରେ ହାଜର ହେଲେ ସୋନିଆ, ଦେଶବ୍ୟାପି କଂଗ୍ରେସର ବିକ୍ଷୋଭ - ଇଡିରେ ହାଜର ହେଲେ ସୋନିଆ

ନ୍ୟାସନାଲ ହେରାଲଡ୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ଯାହାକୁ ନେଇ ସାରା ଦେଶରେ ବିକ୍ଷୋଭ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ଇଡିରେ ହାଜର ହେଲେ ସୋନିଆ, ଦେଶବ୍ୟାପି କଂଗ୍ରେସର ବିକ୍ଷୋଭ

author img

By

Published : Jul 21, 2022, 2:08 PM IST

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲଡ୍‌ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହାଜର ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲଡ୍‌ ଘୋଟାଲାରେ ତାଙ୍କୁ ପଚରାଉଚରା କରାଯିବ । ତାଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଅଛନ୍ତି । ସେପଟେ ସୋନିଆ ଗାନ୍ଧିଙ୍କୁ ଇଡି ଡାକରାକୁ ନେଇ କଂଗ୍ରେସ ପ୍ରତିବାଦ କରିଛି । କଂଗ୍ରେସ ପକ୍ଷରୁ ଜନପଥରେ ବିକ୍ଷୋଭ ଓ ଧାରଣା ଦିଆଯାଇଛି । କଂଗ୍ରେସର ବଡ଼ ବଡ଼ ନେତାଙ୍କଠାରୁ ଆରମ୍ଭ କରି ଦଳୀୟ କର୍ମୀ ସୋନିଆ ଗାନ୍ଧିଙ୍କ ସମର୍ଥନରେ ହୋହଲ୍ଲା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଆନ୍ଦୋଳନକୁ ଜୋରଦାର କରିଛି ଦଳ ।

ସୋନିଆଙ୍କ ଇଡି ଅଫିସରେ ହାଜର ହେବା ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି ଯେ, ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ବ ହେବ ସୋନିଆ ଗାନ୍ଧିଙ୍କର ଏକ ଭିନ୍ନ ବ୍ୟକ୍ତିତ୍ବ ରହି ଆସଛି । ଇଡି ତାଙ୍କ ବାସଭବନକୁ ଯାଇ ତଦନ୍ତ କରିପାରିବ । ମୁଁ ଇଡି ଏବଂ ସିବିଆଇ ମୁଖ୍ୟଙ୍କୁ ଭେଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଷୟରେ ସାଧାରଣଲୋକଙ୍କ ଧାରଣା ବିଷୟରେ ଜଣାଇ ଦେବାକୁ ଚାହେଁ ବୋଲି କହିଛନ୍ତି । ଦେଶବ୍ୟାପି କଂଗ୍ରେସ ଜାରିଥିବା ଆନ୍ଦୋଳନରେ ବଡ ବଡ ନେତାଙ୍କୁ ପୋଲିସ ଉଠାଇ ନେଇଥିବା ଦେଖିବାକୁ ମିଳିଛି ।

ସେପଟେ କଂଗ୍ରେସକୁ ଟାର୍ଗେଟ କରି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଯଦି ଗାନ୍ଧୀ ପରିବାର ଦାଗହୀନ, ତେବେ ଏତେ ଚିନ୍ତିତ କାହିଁକି ? ଯଦି ସେମାନେ ଦୁର୍ନୀତିରେ ଲିପ୍ତ ନାହାଁନ୍ତି ତେବେ କାହିଁକି ଏହି ରକ୍ସ । ଦୁର୍ନୀତି ସହ ଜଡିତ ଲୋକଙ୍କୁ ଯାଞ୍ଚ କରିବା ଅନୁସନ୍ଧାନକାରୀ ଏଜେନ୍ସିର କର୍ତ୍ତବ୍ୟ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ।

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧି ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି । ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରାଉଚୁରା କରି ସାରିଛି । ଜୁନରେ ରାହୁଲ ଓ ସୋନିଆକୁ ସମନ ଜାରି କରିଥିଲା ଇଡି । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ହାଜର ହେବାକୁ ଇଡିଠୁ ସମୟ ମାଗିଥିଲେ ସୋନିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.