ରାଞ୍ଚି: ଦିଲ୍ଲୀରେ ପ୍ରଶାସନିକ ନିୟନ୍ତ୍ରଣ ପ୍ରସଙ୍ଗରେ କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ମିଶନରେ ବାହାରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିଛନ୍ତି । ଏହି ସମୟରେ ସେ କଂଗ୍ରେସକୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି । କଂଗ୍ରେସ ଗଣତନ୍ତ୍ର ସହ ରହିଛି ନା ସମ୍ବିଧାନ, ଦେଶର ୧୪୦ କୋଟି ଭାରତୀୟ ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅଛି ଏ ନେଇ ଦଳକୁ ପ୍ରଥମେ ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି ।
-
झारखंड मुक्ति मोर्चा भी संसद में दिल्ली की जनता को अपना पूरा समर्थन देते हुए लोकतंत्र और संवैधानिक मूल्यों को बचाने के लिए खड़ी होगी। मैं सभी दिल्लीवासियों की तरफ़ से श्री @HemantSorenJMM जी का तहे दिल से शुक्रिया अदा करता हूँ। pic.twitter.com/Er126Y2sKh
— Arvind Kejriwal (@ArvindKejriwal) June 2, 2023 " class="align-text-top noRightClick twitterSection" data="
">झारखंड मुक्ति मोर्चा भी संसद में दिल्ली की जनता को अपना पूरा समर्थन देते हुए लोकतंत्र और संवैधानिक मूल्यों को बचाने के लिए खड़ी होगी। मैं सभी दिल्लीवासियों की तरफ़ से श्री @HemantSorenJMM जी का तहे दिल से शुक्रिया अदा करता हूँ। pic.twitter.com/Er126Y2sKh
— Arvind Kejriwal (@ArvindKejriwal) June 2, 2023झारखंड मुक्ति मोर्चा भी संसद में दिल्ली की जनता को अपना पूरा समर्थन देते हुए लोकतंत्र और संवैधानिक मूल्यों को बचाने के लिए खड़ी होगी। मैं सभी दिल्लीवासियों की तरफ़ से श्री @HemantSorenJMM जी का तहे दिल से शुक्रिया अदा करता हूँ। pic.twitter.com/Er126Y2sKh
— Arvind Kejriwal (@ArvindKejriwal) June 2, 2023
ଦିଲ୍ଲୀରେ କ୍ଷମତାକୁ ନେଇ କେନ୍ଦ୍ରର ଅଧ୍ୟାଦେଶ ଆସିବା ପରେ ଗତ ମେ ୨୩ ତାରିଖଠାରୁ ରାଜନୈତିକ ଦଳର ସମର୍ଥନ ଲାଗି ବିଭିନ୍ନ ରାଜନୈତିକ ଦଳର ସୁପ୍ରିମୋଙ୍କୁ ଭେଟୁଛନ୍ତି କେଜ୍ରିୱାଲ । ପୂର୍ବରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଡେପୁଟି ତେଜସ୍ବୀ ଯାଦବଙ୍କୁ ଭେଟିଥିଲେ । ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କଠାରୁ ମଧ୍ୟ ସେ ସମର୍ଥନ ଲୋଡ଼ିଛନ୍ତି । ଏହି ଅବସରରେ କେଜ୍ରିୱାଲ ଓ ସୋରେନ ମିଳିତ ସାମ୍ବାଦିକ ସମ୍ମିଳନୀର ଆୟୋଜିତ କରିଥିଲେ ।
ଏନେଇ କେଜ୍ରିୱାଲ କହିଥିଲେ, "ଗତ ମାସରେ ଦିଲ୍ଲୀବାସୀଙ୍କ ସହିତ ଅନ୍ୟାୟ ହୋଇଛି । ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନିଆଯାଇଥିବା ବେଳେ ସେମାନଙ୍କୁ ଅପମାନିତ କରାଯାଇଛି । ମେ ୧୧ ତାରିଖରେ ସୁପ୍ରିମକୋର୍ଟ ଜନତାଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ସରକାରଙ୍କ ନିକଟରେ ଦିଲ୍ଲୀର ଶାସନ କ୍ଷମତା ରହିବ ବୋଲି ନିଜ ରାୟରେ କହିଥିଲେ । ହେଲେ ସୁପ୍ରିମକୋର୍ଟଙ୍କ ରାୟକୁ ଅବମାନନା କରିଛି କେନ୍ଦ୍ର । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ମେ ୧୯ ତାରିଖରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ । ମୋଦି ସରକାର ନିର୍ବାଚନ ପ୍ରତିନିଧିଙ୍କ ହାତରେ କ୍ଷମତା ଦେବାକୁ ଅନୁମତି ଦେଇନଥିଲେ । ଏହି ପ୍ରସଙ୍ଗ ସଂସଦରେ ପହଞ୍ଚିବ । ଲୋକସଭାରେ ବିଜେପିର ସଂଖ୍ୟା ଗରିଷ୍ଠତା ରହିଛି । ହେଲେ ରାଜ୍ୟସଭାର ୨୩୮ ସଦସ୍ୟଙ୍କ ମଧ୍ୟରୁ ୯୩ଜଣ ବିଜେପି ସାଂସଦ ରହିଛନ୍ତି । ଯଦି ବିରୋଧୀ ସାଂସଦ ଏକାଠି ଆସି କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଭୋଟ ଦିଅନ୍ତି ତେବେ ଏହା ଦିଲ୍ଲୀ ସରକାରଙ୍କ ସପକ୍ଷରେ ରହିବ ।"
ଏହାସହିତ ସେ ଦେଶରେ ଗଣତନ୍ତ୍ର ବଜାୟ ରଖିବା ଲାଗି ସମସ୍ତ ବିରୋଧୀ ଦଳର ସହାୟତା ଲୋଡ଼ିଛନ୍ତି । ବିଜେପି ସରକାର ନିଜ କ୍ଷମତାର ଉପଯୋଗ କରି ଗଣତନ୍ତ୍ର ଉପରେ ଆକ୍ରମଣ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏନେଇ କେଜ୍ରିୱାଲ କହିଛନ୍ତି, "ଏହା କେବଳ ଦିଲ୍ଲୀର ପ୍ରସଙ୍ଗ ନୁହେଁ, ବରଂ ସାରା ଦେଶର ସ୍ଥିତି । ବିଜେପି ଆଗାମୀ ଦିନରେ ପଞ୍ଜାବ, ରାଜସ୍ଥାନ, ଝାଡ଼ଖଣ୍ଡ ଓ ତାମିଲନାଡୁ ବିରୋଧରେ ମଧ୍ୟ ଏହି ଅଧ୍ୟାଦେଶ ଲାଗୁ କରିପାରେ । ଏଣୁ ବିଜେପି ସରକାର ବିରୋଧରେ ସମସ୍ତ ବିରୋଧୀ ଦଳକୁ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ଏନେଇ ଆମେ ସମସ୍ତ ନେତାଙ୍କ ନିକଟକୁ ଯାଉଛୁ ଏବଂ ଆମକୁ ସମର୍ଥନ ମଧ୍ୟ ମିଳିଛି ।"
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆପ୍ ନେତା ତଥା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମର୍ଥନ କରି କହିଛନ୍ତି, "କେନ୍ଦ୍ର ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ କରୁଛି । କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ଉପରେ ଆଲୋଚନା କରୁଥିବା ବେଳେ ଏହାର ସମ୍ପୂର୍ଣ୍ଣ ବିପରୀତ କାମ କରୁଛନ୍ତି । ଆଜି ଯେଉଁମାନେ ବିଜେପିକୁ ସମର୍ଥନ କରୁନାହାନ୍ତି, ଉକ୍ତ ଦଳଗୁଡ଼ିକ ସମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏହା ଉପରେ ବିଚାର କରିବାର ଆବଶ୍ୟକ ରହିଛି । ଏପରି କରି କେନ୍ଦ୍ର ସାଧାରଣ ଜନତାଙ୍କ ସାମ୍ବିଧାନିକ ଅଧିକାର ଉପରେ ମଧ୍ୟ ଆକ୍ରମଣ କରୁଛି । କେଜ୍ରିୱାଲ ଏ ନେଇ ସ୍ବର ଉତ୍ତୋଳନ କରିଛନ୍ତି । ମୁଁ ଆଶା କରୁଛି ସେ ତାଙ୍କ ମିଶନରେ ସଫଳ ହେବେ ।"