ETV Bharat / bharat

କୃଷକ ଆନ୍ଦୋଳନରୁ ପ୍ରଥମ ରାଜନୈତିକ ଫାଇଦା ହାସଲ କଲା କଂଗ୍ରେସ - କ୍ୟାପଟେନ ଅମରିନ୍ଦର ସିଂହ

ପଞ୍ଜାବରେ ଅନୁଷ୍ଠିତ ପୌର ସଂସ୍ଥା ନିର୍ବାଚନରେ ଏ କଥା ସ୍ପଷ୍ଟ ହୋଇଯାଇଛି ଯେ, କୃଷକ ଆନ୍ଦୋଳନରୁ କଂଗ୍ରେସକୁ ପ୍ରଥମଥର ପାଇଁ ରାଜନୈତିକ ଫାଇଦା ମିଳିଛି ।

କୃଷକ ଆନ୍ଦୋଳନରୁ ପ୍ରଥମ ରାଜନୈତିକ ଫାଇଦା
କୃଷକ ଆନ୍ଦୋଳନରୁ ପ୍ରଥମ ରାଜନୈତିକ ଫାଇଦା
author img

By

Published : Feb 17, 2021, 11:01 PM IST

କୃଷକ ଆନ୍ଦୋଳନ ଯୋଗୁଁ ଯେଉଁ କେତୋଟି ରାଜନୈତିକ ଦଳ ବିସ୍ମୟାଭିଭୂତ ହେଲେ, ସେଥିରୁ ଅନ୍ୟତମ ଥିଲା ଶିରୋମଣି ଅକାଳି ଦଳ । ବିସ୍ମୟକାରୀ ରାଜନୈତିକ ଗୋଟିଚାଳନାରେ ସିଦ୍ଧହସ୍ତ ପ୍ରବୀଣ ରାଜନୈତିଜ୍ଞ କ୍ୟାପଟେନ ଅମରିନ୍ଦର ସିଂହ, କେବଳ ଯେ ଅକାଳି ଦଳକୁ ଏହାର ପୂର୍ବ ମେଣ୍ଟରୁ ଦୂରେଇ ଯିବାକୁ ବାଧ୍ୟ କଲେ, ତା ନୁହେଁ, ବରଂ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଅକାଳି ଦଳ ସବୁବେଳେ ଦୁଇ ପାଦ ପଛରେ ରହିଲା ।

ପଞ୍ଜାବରେ ଅନୁଷ୍ଠିତ ପୌର ସଂସ୍ଥା ନିର୍ବାଚନରେ ଏ କଥା ସ୍ପଷ୍ଟ ହୋଇଯାଇଛି ଯେ, କୃଷକ ଆନ୍ଦୋଳନରୁ କଂଗ୍ରେସକୁ ପ୍ରଥମଥର ପାଇଁ ରାଜନୈତିକ ଫାଇଦା ମିଳିଛି । ମୋଟ 8ଟି ପୌର ନିଗମରୁ 7ଟିରେ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି ଏବଂ ଏହି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ଥିଲା କେନ୍ଦ୍ର ଦ୍ବାରା ପ୍ରଣୀତ ତିନିଟି କୃଷି ଆଇନ । ହେଲେ ଭାଟିଣ୍ଡାର ନିର୍ବାଚନ ଫଳାଫଳ କଂଗ୍ରେସ ପାଇଁ ସବୁଠାରୁ ସୁଖପ୍ରଦ ହୋଇଛି । କାରଣ, ଏଠାକାର ନିଗମରେ 53 ବର୍ଷ ପରେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି । ଏହି ବିଜୟର ଝଙ୍କାର ପଡ଼ୋଶୀ ହରିଆଣାରେ ମଧ୍ୟ ପ୍ରତିଧ୍ବନିତ ହେବାକୁ ଯାଉଛି ।

ଗତ ବିଧାନସଭା ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟ ଗଠନ ବଳରେ ହିଁ ବିଜେପି ସେଠାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କ୍ଷମତାସୀନ କରିପାରିଥିଲା । ସୀମା ଆରପଟ ପଡ଼ୋଶୀ ରାଜ୍ୟରେ ଏହି ନିର୍ବାଚନ ଫଳାଫଳର ଚାପ ହରିଆଣାର ମେଣ୍ଟ ସରକାର ଉପରେ ପଡ଼ିବାର ସମ୍ଭାବନା ରହିଛି ଏବଂ ଏହା ସହିତ ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ଚାଲିଥିବା ଆନ୍ଦୋଳନକୁ ମଧ୍ୟ ଏହା ଅଧିକ ବଳଶାଳୀ କରିବ ବୋଲି ମତ ପ୍ରକାଶ ପାଇଛି । ତେବେ, ଯୋଗୀ ଆଦିତ୍ୟନାଥ ଏତିକିରେ ସନ୍ତୁଷ୍ଟ ରହିପାରନ୍ତି ଯେ, ରାକେଶ ଟିକାୟତଙ୍କ ଆଖିର ଲୁହ ପଶ୍ଚିମ ଉତ୍ତର ପ୍ରଦେଶରେ ଜାଟ ସଂପ୍ରଦାୟକୁ ସିନା ଏକାଠି କରିଦେଲା, ହେଲେ ବିଜେପିକୁ ଆହ୍ବାନ କରିବା ଭଳି ଏକ ରାଜନୈତିକ ଶକ୍ତିରେ ପରିଣତ କରିପାରିଲା ନାହିଁ କି ବର୍ତ୍ତମାନ ପାଇଁ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ କୃଷକ ଆନ୍ଦୋଳନ ପ୍ରତି ପୃଷ୍ଠପୋଷକତା ଯୋଗାଡ଼ କରିପାରିଲା ନାହିଁ ।

ଏବେ ଯେଉଁ ବଡ଼ ପ୍ରଶ୍ନଟି ଉଙ୍କି ମାରୁଛି, ତାହା ହେଲା ରାଜନୈତିକ ରଙ୍ଗ ସହିତ ଶାଖା ମେଲୁଥିବା କୃଷକ ଅନ୍ଦୋଳନକୁ ଗୈରିକ ଦଳ କ’ଣ ଅଣଦେଖା କରିପାରିବ । କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ, ଆଇନଗୁଡ଼ିକ ପ୍ରତ୍ୟାହୃତ ହେବ ନାହିଁ, କିନ୍ତୁ ସେଥିରେ କିଛି ସଂଶୋଧନ କରିବା ଲାଗି ସରକାର ଇଚ୍ଛୁକ ଅଛନ୍ତି । ଯାହାହେଲେ ବି ସରକାରଙ୍କର ଏହି କଠୋର ମୂଲଚାଲ ନୀତି ଯୋଗୁଁ ଅଚଳାବସ୍ଥା ହିଁ ସୃଷ୍ଟି ହୋଇଛି । ହୁଏତ ଏହି ଅଚଳାବସ୍ଥା ପାଇଁ ରାଜନୈତିକ କ୍ଷେତ୍ରରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ ।

ଯଦିଓ ପଞ୍ଜାବ ରାଜନୀତିରେ ବିଜେପିର ସେତେଟା ପ୍ରଭାବ ନାହିଁ, ତଥାପି ଏ କଥାକୁ ଦଳ ଅଣଦେଖା କରିପାରିବ ନାହିଁ ଯେ ଏଥର ପୌରନିଗମ ନିର୍ବାଚନରେ ଆଉ କିଛି ନୁହେଁ, ବରଂ କୃଷି ଆଇନ ହିଁ ମୁଖ୍ୟ ପ୍ରସଙ୍ଗ ଥିଲା । ନିର୍ବାଚନ ପାଖେଇ ଆସୁଛି, ହେଲେ ହିନ୍ଦୀଭାଷୀ ପ୍ରମୁଖ ରାଜ୍ୟରେ ନୁହେଁ । କେରଳ ଓ ତାମିଲନାଡୁରେ ମଧ୍ୟ ବିଜେପି ଏକ କନିଷ୍ଠ ଅଂଶୀଦାର ଦଳ କିମ୍ବା ଏକ ନାମକୁ ମାତ୍ର ଦଳ ରୂପରେ ରହିଛି । କିନ୍ତୁ ପଶ୍ଚିମ ବଙ୍ଗ ଓ ଆସାମରେ ଏହା ଏକ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ। ଦିଲ୍ଲୀ ଚାରିପଟେ ଚାଲିଥିବା ଆନ୍ଦୋଳନର ପ୍ରଭାବ ଏହି ସବୁ ରାଜ୍ୟରେ ପଡ଼ିବ କି ନାହିଁ ତାହା ଅନୁମାନସାପେକ୍ଷ, କିନ୍ତୁ ନିଶ୍ଚିତ ଭାବରେ ଏହା ଏକ ଆଲୋଚ୍ୟ ପ୍ରସଙ୍ଗ ରୂପରେ ଉଭା ହେବ ।

କଂଗ୍ରେସର କ୍ୟାପଟେନ ଅମରିନ୍ଦର ସିଂହ ଜଣେ ସ୍ବକୀୟ ସାମର୍ଥ୍ୟ ବଳରେ ନେତା । ପଞ୍ଜାବରେ ବିଜୟ ଉଲ୍ଲାସରେ ମଜିଥିବା କଂଗ୍ରେସର ସ୍ଲୋଗାନ୍‌ ‘2022 ଲାଇ କ୍ୟାପ୍‌ଟେନ୍‌’ରୁ ଜଣାଯାଏ ଯେ ସେ ତୃଣମୂଳ ସ୍ତରରେ ଦଳର ସଂଯୋଗ ସ୍ଥାପନ କରିବାରେ ପୁଣି ସମର୍ଥ ହୋଇଛନ୍ତି । ହେଲେ, ପଞ୍ଜାବରେ ମିଳିଥିବା ଏହି ସଫଳତାକୁ ଦଳକୁ ମଜଭୁତ କରିବା ଦିଗରେ ସହାୟକ ସିଦ୍ଧ କରିବା ହିଁ ଏହି ଭବ୍ୟ ପୁରାତନ ଦଳ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହେବ । ଆଗକୁ ଗୁଜରାଟରେ ଖୁବଶୀଘ୍ର ହେବାକୁ ଯାଉଥିବା ପୌରସଂସ୍ଥା ନିର୍ବାଚନରେ ଦଳକୁ ଏକ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ସେଠାରେ ଯଦି କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇପାରିଲା, ତେବେ ଯାଇ ସୁଯୋଗର ସମ୍ଭାବନା ଉପୁଜିବ ।

ପ୍ରମୁଖ ହିନ୍ଦିଭାଷୀ ରାଜ୍ୟମାନଙ୍କରେ କୃଷକ ଆନ୍ଦୋଳନର ପ୍ରଭାବ ଆକଳନ କରିବା ଏବେ ବି ବାକି ରହିଛି । ଆଗାମୀ ଦିନରେ ଆହୁରି ଆନ୍ଦୋଳନ ଲାଗି ସଜବାଜ ଚାଲିଛି ଏବଂ ଏସବୁ ସରକାରଙ୍କ ନୀତି ପରିବର୍ତ୍ତନ ଉପରେ ନିର୍ଭର କରୁଛି । ପଞ୍ଜାବର ଫଳାଫଳରୁ କଂଗ୍ରେସର ମନୋବଳ ଦୃଢ଼ ହେବ କି ? ଏହା ଯୋଗୁଁ ନିକଟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟମାନଙ୍କର ନିର୍ବାଚନୀ ଅଙ୍କଗଣିତରେ କୌଣସି ଭିନ୍ନତା ପରିଲକ୍ଷିତ ହେବ କି ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆଉ ମାସ କେଇଟା ଅପେକ୍ଷା କରିବାକୁ ପଡିବ ।

ଭର୍ଗିଜ୍‌ ପି. ଆବ୍ରାହମ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.