ବେଙ୍ଗାଲୁରୁ: ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟଙ୍କ ନାଁରେ ଥାନାରେ ଏତଲା ଦେଇଛି କଂଗ୍ରେସ । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ଭିଡିଓ ପୋଷ୍ଟ କରି ଅପମାନ କରିବା ଅଭିଯୋଗରେ କଂଗ୍ରେସ ବେଙ୍ଗାଲୁରୁ ହାଇଗ୍ରାଉଣ୍ଡ ଥାନାରେ ଅଭିଯୋଗ କରିଛି । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଞ୍ଚାର ବିଭାଗ ଉପାଧ୍ୟକ୍ଷ ରାମେଶ ବାବୁଙ୍କ ଏତଲା କ୍ରମେ ପୋଲିସ ଆଇପିସିର ୧୫୩ବି, ୧୨୦ବି ଏବଂ ୫୦୫ ଧାରାରେ ମାଲବୀୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।
-
Rahul Gandhi is dangerous and playing an insidious game… pic.twitter.com/wYuZijUFAu
— Amit Malviya (@amitmalviya) June 17, 2023 " class="align-text-top noRightClick twitterSection" data="
">Rahul Gandhi is dangerous and playing an insidious game… pic.twitter.com/wYuZijUFAu
— Amit Malviya (@amitmalviya) June 17, 2023Rahul Gandhi is dangerous and playing an insidious game… pic.twitter.com/wYuZijUFAu
— Amit Malviya (@amitmalviya) June 17, 2023
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ବିଜେପି ନେତା ଅମିତ ମାଲବୀୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ଦର୍ଶାଯାଇଥିଲା ଯେ, ରାହୁଲ ଗାନ୍ଧୀ ଭାରତକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସେ ଯେତେବେଳେ ବି ବିଦେଶ ଯାତ୍ରା କରନ୍ତି, ସେଠାରେ ଦେଶ ବିରୋଧରେ ନିମ୍ନସ୍ତରର ମନ୍ତବ୍ୟ ଦିଅନ୍ତି । ଏହାସହିତ ରାହୁଲ ଉଗ୍ରବାଦୀଙ୍କ ଠାରୁ ଆହୁରି ବିପଦଜନକ ବୋଲି କହି ଥଟ୍ଟା କରିଥିଲେ ବିଜେପି ନେତା । ଏହାକୁ କଂଗ୍ରେସ ନେତା ରମେଶ ବାବୁ ତୀବ୍ର ନିନ୍ଦା କରି କହିଛନ୍ତି, ଏଭଳି ପୋଷ୍ଟ ବିଭିନ୍ନ ବର୍ଗର ଲୋକଙ୍କ ସାମ୍ପ୍ରଦାୟିକ ଭାବନା ପ୍ରତି ବିପଦ ଏବଂ ସମାଜରେ ଅଶାନ୍ତି ସୃଷ୍ଟି କରେ । ଏଥିପାଇଁ ସେ ବେଙ୍ଗାଲୁରୁ ହାଇଗ୍ରାଉଣ୍ଡ ଥାନାରେ ଅମିତ ମାଲବୀୟଙ୍କ ବିରୋଧରେ ଏତଲା ଦେଇଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏନେଇ କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟାଙ୍କ ଖଡଗେ ବିଧାନସଭାରେ କହିଛନ୍ତି ଯେ, ଆଇନ ଠିକ୍ ଭାବେ ପାଳନ ହେଲେ ବିଜେପି କାନ୍ଦିଥାଏ । ଦେଶର ସମ୍ବିଧାନ ଓ ଆଇନ କାନୁନ ଉପରେ ବିଜେପିର ବିଶ୍ବାସ ନାହିଁ । ଅମିତ ମାଲବୀୟଙ୍କ ବିରୋଧରେ ଏଫଆଇଆରରେ କ'ଣ ବଦଳା ଯାଇଛି ସେକଥା ବିଜେପି ଆମକୁ କହୁ । ଆପତ୍ତିଜନକ ଭିଡିଓ କିଏ କରିଛି ? ଭିଡିଓକୁ କିଏ ପ୍ରମୋଟ କରିଛି ଏବଂ ସୋସିଆଲ ମିଡିଆରେ ମିଥ୍ୟା ପ୍ରସାର କରିଛି ? ଆମେ ଏହି ମିଥ୍ୟା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଥାନାରେ ଏତଲା ଦେବାକୁ ଆମକୁ ସପ୍ତାହେରୁ ଅଧିକ ସମୟ ଲାଗିଗଲା । କାରଣ ଆଇନଗତ ପରାମର୍ଶ ପରେ ହିଁ ଆମେ ଏହା କରିଛୁ ।
ଏହାମଧ୍ୟ ପଢନ୍ତୁ: Manipur Violence: ଆଜିଠୁ ଦୁଇ ଦିନିଆ ମଣିପୁର ଗସ୍ତରେ ରାହୁଲ ଗାନ୍ଧୀ
ଏହାସହିତ ବିଜେପି ଶାସନ କାଳରେ ରାଜ୍ୟରେ ବ୍ୟାପକ ଦୁର୍ନୀତିରେ ହୋଇଥିବା କଂଗ୍ରେସ ନେତା ଅଭିଯୋଗ ଆଣିଛନ୍ତି । ବିଗତ ଦିନରେ ବିଜେପି ଆର୍ଥିକ ଅପରାଧ, ବିଟକଏନ ଦୁର୍ନୀତି, ଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି କରିଛି । କିନ୍ତୁ ଏହିସବୁ ଦୁର୍ନୀତିର ତଦନ୍ତ ଗୋଟିଏ ତଦନ୍ତକାରୀ ଟିମ୍ ଦ୍ବାରା କରାଯାଇପାରିବ ନାହିଁ । ଭିନ୍ନ ଭିନ୍ନ ଟିମ୍ ଦ୍ବାରା ଏହାର ଯାଞ୍ଚ କରାଯିବ । ତେବେ ଏ ସମ୍ପର୍କିତ ନିଷ୍ପତ୍ତି କ୍ୟାବିନେଟ ନେବ ବୋଲି ପ୍ରିୟାଙ୍କ ଖଡଗେ କହିଛନ୍ତି ।