ETV Bharat / bharat

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Jan 10, 2024, 4:50 PM IST

Updated : Jan 10, 2024, 5:20 PM IST

Congress declines Ram Mandir invitation: ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ । ନିମନ୍ତ୍ରିତ ହୋଇଥିଲେ ଖଡ଼ଗେ, ସୋନିଆ ଓ ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ
ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ, କହିଲା BJP-RSS କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ବର୍ଜନ କଲା କଂଗ୍ରେସ । ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରିତ ହୋଇଥିବା ଦଳର କେହି ନେତା କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ଏହି କାର୍ଯ୍ୟକ୍ରମକୁ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଥିବା ଅଭିଯୋଗରେ ଦଳ ଅଂଶଗ୍ରହଣ ନକରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ଦଳର ବରିଷ୍ଠ ନେତା ତଥା ଯୋଗାଯୋଗ ବ୍ୟାପାର ପ୍ରଭାରୀ ଜୟରାମ ରମେଶଙ୍କ ଦ୍ବାରା ଏକ ବିସ୍ତୃତ ପ୍ରେସରିଲିଜ ମଧ୍ୟ ଜାରି କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଦଳମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଅନ୍ୟତମ ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା ।

ଦଳ ଜାରି କରିଥିବା ପ୍ରେସବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି, ଅଯୋଧ୍ୟାରେ 22ରେ ହେବାକୁ ଥିବା ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ ଓ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦେଶର କୋଟି କୋଟି ନାଗରିକ ଶ୍ରୀରାମଙ୍କୁ ପୂଜା କରନ୍ତି । ଧର୍ମ ଏକ ବ୍ୟକ୍ତିଗତ ପ୍ରସଙ୍ଗ । କିନ୍ତୁ ବିଜେପି ଓ ଆରଏସଏସ ଏହାକୁ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି । ରାଜନୈତିକ ଲାଭ ପାଇବା ପାଇଁ ଅସମ୍ପୂର୍ଣ୍ଣ ମନ୍ଦିରକୁ ପ୍ରତିଷ୍ଠା କରାଯାଉଛି । 2019 ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ଓ ଲକ୍ଷ ଲକ୍ଷ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ଆରଏସଏସ / ବିଜେପି କାର୍ଯ୍ୟକ୍ରମକୁ ନିମନ୍ତ୍ରଣକୁ କଂଗ୍ରେସ ସମ୍ପୂର୍ଣ୍ଣ ଏବଂ ସମ୍ମାନର ସହ ପ୍ରତ୍ୟାଖ୍ୟାନ କରୁଛି ।

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କ ‘ନ୍ୟାୟ ଯାତ୍ରା’ ଆରମ୍ଭକୁ ମଣିପୁର ସରକାରଙ୍କ ନା, କଂଗ୍ରେସ କହିଲା ନିଶ୍ଚିତ ହେବ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିମନ୍ତ୍ରିତ ହେବା ପରେ ସୋନିଆ ଗାନ୍ଧୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହୀ ଥିବା କଂଗ୍ରେସ କ୍ୟାମ୍ପରୁ ସୂଚନା ମିଳିଥିଲା । ସୋନିଆ ଗାନ୍ଧୀ ନିଜେ ଯାଇପାରନ୍ତି, କିମ୍ବା ପ୍ରତିନିଧି ପଠାଇପାରନ୍ତି ବୋଲି ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂ କହିଥିଲେ । ହେଲେ କଂଗ୍ରେସର ମାତ୍ର 3 ନେତା ଉତ୍ସବକୁ ନିମନ୍ତ୍ରିତ ହୋଇଥିବା ବେଳେ ଦଳ ଏବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି । 22ରେ ହେବାକୁ ଥିବା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2024, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.