ETV Bharat / bharat

ସରିଲା ବଜେଟ ଅଧିବେଶନ, ମୋଦିଙ୍କୁ ଭେଟିଲେ ସୋନିଆ ଓ ଅନ୍ୟ ବିରୋଧୀ

author img

By

Published : Apr 7, 2022, 6:04 PM IST

ଆଜି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିରୋଧୀ । ଅଧିକ ପଢନ୍ତୁ

ସରିଲା ବଜେଟ ଅଧିବେଶନ, ପ୍ରଧାନମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସୋନିଆ ଓ ଅନ୍ୟ ବିରୋଧୀ

ନୂଆଦିଲ୍ଲୀ: ଆଜି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ନିର୍ଦ୍ଧାରିତ ସମୟର ମାତ୍ର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଛି ଅଧିବେଶନ । ଅଧିବେଶନ ଶେଷ ହେବା ପରେ ସୌଜନ୍ୟମୂଳକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ବିଭିନ୍ନ ବିରୋଧୀ ଦଳ । କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ କିଛି ବିରୋଧୀ ଦଳ ନେତା ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜି ଏହି ସାକ୍ଷାତକାର ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ ।

  • Prime Minister Narendra Modi meets National Conference chief Farooq Abdullah, Samajwadi Party's Mulayam Singh Yadav and other leaders, after the conclusion of Parliament's Budget session. Defence Minister Rajnatha, Lok Sabha Speaker Om Birla also present pic.twitter.com/b985DOuFy2

    — ANI (@ANI) April 7, 2022 " class="align-text-top noRightClick twitterSection" data=" ">

ସେହିପରି କେବଳ ସୋନିଆ ନୁହନ୍ତି, ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ମୁଲାୟମ ସିଂ ଯାଦବଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଆଜିର ସାକ୍ଷାତକାର ପରେ ଟ୍ବିଟ କରି ଗୃହରେ ସମସ୍ତଙ୍କ ସହଯୋଗର ଭୂମିକା କଥା ଉଲ୍ଲେଖ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଗୃହର ସମ୍ମାନ ବୃଦ୍ଧି ତଥା ଫଳପ୍ରଦ ଆଲୋଚନା ପାଇଁ ସାମୂହିକ ଉଦ୍ୟମ ଆବଶ୍ୟକ ଓ ସମସ୍ତ ଦଳ ଏଥିରେ ସକ୍ରିୟ ସହଯୋଗ କରିବେ ବୋଲି ଆଶା କରୁଥିବା ନେଇ ବାଚସ୍ପତି ବିର୍ଲା ଟ୍ବିଟ କରିଛନ୍ତି ।

  • लोकसभा की कार्यवाही अनिश्चितकाल के लिए स्थगित होने के बाद सभी दलों के नेताओं से आग्रह किया कि सदन की गरिमा को बढ़ाने तथा चर्चा- संवाद के स्तर को और ऊंचा उठाने के लिए सामूहिक प्रयासों की आवश्यकता है। आशा है सभी दल इसमें सक्रिय सहयोग देंगे। pic.twitter.com/AMQPuD3SgR

    — Om Birla (@ombirlakota) April 7, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.