ETV Bharat / bharat

ମହାରାଷ୍ଟ୍ର ଷ୍ଟ୍ରାଟେଜି ନେଇ 11ରେ ବୈଠକ ଡାକିଲେ ଖଡଗେ

author img

By

Published : Jul 9, 2023, 9:03 PM IST

ମହାରାଷ୍ଟ୍ର ଷ୍ଟାଟେଜି ନେଇ 11ରେ ଖଡେଗଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବୈଠକ । ଆସନ୍ତା ନିର୍ବାଚନ ରୋଡ୍‌ମ୍ୟାପ ସହ ଏନସିପି ସଙ୍କଟ ପ୍ରସଙ୍ଗରେ ହେବ ଆଲୋଚନା । ସାମିଲ ହେବେ ଉଦ୍ଧବ ଠାକରେ ଗୋଷ୍ଠୀ ଓ ଶରଦ ପାଓ୍ବାରଙ୍କ ଗୋଷ୍ଠୀ । ଅଧିକ ପଢନ୍ତୁ

ମହାରାଷ୍ଟ୍ର ଷ୍ଟାଟେଜି ନେଇ 11 ରେ ଖଡେଗଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବୈଠକ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ମଧ୍ଯ ରହିଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ସଙ୍କଟ ଓ ଏହାର ପରବର୍ତ୍ତୀ ରାଜନୈତିକ ସମୀକରଣକୁ ହାଲୁକାରେ ନିଆଯାଇନପାରେ । ରାଷ୍ଟ୍ରବାଦୀ କଂଗ୍ରେସରେ ବିଦ୍ରୋହ ପରେ ପାର୍ଟି ଏବେ ଦୁଇଫାଳ । ଅନ୍ୟପଟେ ମହାରାଷ୍ଟ୍ର ଶାସକ ମେଣ୍ଟରେ ଅଜିତ ପାଓ୍ବାର ସାମିଲ ହେବା ପରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା 2ରେ ପହଞ୍ଚିଛି । ରାଜ୍ୟରେ କଂଗ୍ରେସର ସହଯୋଗୀ ଥିବା ଏନସିପିରେ ସୃଷ୍ଟି ହୋଇଥିବା ବିଦ୍ରୋହକୁ କଂଗ୍ରେସ ଗମ୍ଭୀରତାର ସହ ନେଇଛି । ଦଳ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଚଳିତ 11 ତାରିଖରେ ଏକ ରଣନୀତି ସମୀକ୍ଷା ବୈଠକ କରିବାକୁ ଯାଉଥିବା ସୂଚନା ମିଳିଛି ।

ମହାରାଷ୍ଟ୍ରରେ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC)ର ରାଜ୍ୟ ପ୍ରଭାରୀ ଥିବା ଏଚ୍‌.କେ ପାଟିଲ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି, କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହି ପ୍ରସଙ୍ଗରେ 11 ତାରିଖରେ ଏକ ସମୀକ୍ଷା ବୈଠକ ଡାକିଛନ୍ତି । ଏଥିରେ ଅନେକ ବରିଷ୍ଠ ନେତା ସାମିଲ ହେବେ । ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ଥିବା ଏନ୍‌ସିପିକୁ ଭାରତୀୟ ଜନତା ପାର୍ଟି ଦ୍ବାରା ଟାର୍ଗେଟ କରାଯାଉଛି । ଏନ୍‌ସିପି ବିଭାଜନ ପ୍ରସଙ୍ଗରେ କଂଗ୍ରେସ ଚିନ୍ତିତ ଓ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ମଧ୍ୟ ରଖିଛି । 11ରେ ହେବାକୁ ଥିବା ବୈଠକରେ ତମାମ ଦଳୀୟ ବରିଷ୍ଠ ନେତା ଏନ୍‌ସିପି ସଙ୍କଟ ଓ ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିବେ ।

ପାଟିଲ କହିଛନ୍ତି, ‘‘ଆମର ଏକ ସହଯୋଗୀ ରାଜନୈତିକ ଦଳ ବିଜେପି ଦ୍ବାରା ଷଡ଼ଯନ୍ତ୍ରର ଶିକାର ହୋଇଛି । ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ଶିବସେନାକୁ ଏହି ପରି ଭାବେ ଭାଙ୍ଗିଥିଲା । ପୁଣି ଥରେ ବିଜେପି ଏନସିପିକୁ ମଧ୍ୟ ସମାନ ତାରିକାରେ ଟାର୍ଗେଟ କରୁଛି । ଏଥିପାଇଁ କଂଗ୍ରେସ ଅତ୍ୟନ୍ତ ଚିନ୍ତିତ । ଶିବସେନା ବିଧାୟକ ବିଜେପିକୁ ସମର୍ଥନ ଦେଲେ ହେଲେ ରାଜ୍ୟବାସୀ ଉଦ୍ଧବ ଠାକରେଙ୍କ ସହ ରହିଛନ୍ତି । ସେହିପରି ଶରଦଙ୍କ ସହ ମଧ୍ୟ ରାଜ୍ୟବାସୀ ରହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି, ଏହି ପ୍ରକାର ବାଧ୍ୟତାମୂଳକ ରାଜନୀତିକୁ ମହାରାଷ୍ଟ୍ରବାସୀ ପସନ୍ଦ କରନ୍ତି ନାହିଁ । ମହାରାଷ୍ଟ୍ରବାସୀ ଉଭୟ ଉଦ୍ଧବ ଏବଂ ଶରଦ ପାୱାରଙ୍କ ସହ ଅଛନ୍ତି । କର୍ଣ୍ଣାଟକ ପରି ମହାରାଷ୍ଟ୍ରରେ ବିଜେପି ଯାହା କରୁଛି ସେଥିପାଇଁ ଅନୁତାପ କରିବ । ଖଡ଼ଗେଙ୍କ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ବୈଠକରେ ମହାରାଷ୍ଟ୍ରରେ କଂଗ୍ରେସର ଭବିଷ୍ୟତର ରୋଡ୍‌ମ୍ୟାପ୍‌ ଉପରେ ଆଲୋଚନା ହେବ । ଏଥିରେ ଯେଉଁଥିରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଓ ଏନସିପି ନେତା ମଧ୍ୟ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ:-NCP Crisis: ‘ବୟସ 82 ହେଉକି 92, ମୁଁ NCP ମୁଖ୍ୟ’

ଏହା ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ଖଡଗେ ଓ ରାହୁଲ ଗାନ୍ଧୀ ଶରଦ ପାଓ୍ବାରଙ୍କୁ ନୈତିକ ସମର୍ଥନ ଦେଇସାରିଛନ୍ତି । ଏନସିପିରେ ବିଦ୍ରୋହ ଆରମ୍ଭରୁ ଉଭୟ ଶରଦଙ୍କ ସହ ଫୋନରେ କଥା ହୋଇ ନୈତିକ ସମର୍ଥନ ଦେଇଥିଲେ । ପରେ ରାହୁଲ ଗାନ୍ଧୀ ସିଧା ଶରଦଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଭେଟି ମଧ୍ୟ ଆଲୋଚନା କରିଥିଲେ । ଏବେ 11 ତାରିଖରେ ରାଜ୍ୟରେ କଂଗ୍ରେସ ମହାରାଷ୍ଟ୍ର ରୋଡ୍‌ମ୍ୟାପ୍‌ ସହ ଏନସିପି ସଙ୍କଟ ପ୍ରସଙ୍ଗରେ ଦଳ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.