ETV Bharat / bharat

ଆଜି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, 5 ରାଜ୍ୟରେ ପ୍ରାର୍ଥୀ ଚୂଡାନ୍ତ ଉପରେ ଗୁରୁତ୍ବ - କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଆଜି(ବୁଧବାର) ଖଡେଗଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ନିର୍ବାଚନ କମିଟି ବୈଠକ । ପ୍ରାର୍ଥୀ ଚୂଡ଼ାନ୍ତ ଉପରେ ଗୁରୁତ୍ବ । ସାମିଲ ହେବେ ସୋନିଆ ଓ ରାହୁଲଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତା । ଅଧିକ ପଢନ୍ତୁ

କାଲି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, 5 ରାଜ୍ୟରେ ପ୍ରାର୍ଥୀ ଚୂଡାନ୍ତ ଉପରେ ଗୁରୁତ୍ବ

author img

By ETV Bharat Odisha Team

Published : Oct 17, 2023, 10:11 PM IST

Updated : Oct 18, 2023, 9:17 AM IST

ନୂଆଦିଲ୍ଲୀ: 5 ରାଜ୍ୟରେ ବିଧାନସଭା ତାରିଖ ଘୋଷଣା ହୋଇସାରିଥିବା ବେଳେ ଏବେ ବିଭିନ୍ନ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରି ସାରିଛନ୍ତି । ଚଳିତ ନିର୍ବାଚନ ହେବାକୁ ଥିବା ଏକାଧିକ ରାଜ୍ୟରେ ଦୁଇ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ପ୍ରମୁଖ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଉଭୟ ଦଳ ବିଭିନ୍ନ ରାଜ୍ୟରେ ପ୍ରର୍ଯ୍ୟାୟକ୍ରମିକ ପ୍ରାର୍ଥୀ ମଧ୍ୟ ଘୋଷଣା କରି ନିର୍ବାଚନୀ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ଏହି କ୍ରମରେ ଆଜି(ବୁଧବାର) ଦିଲ୍ଲୀରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ପାର୍ଟି ହାଇକମାଣ୍ଡ ମଲ୍କିକାର୍ଜୁନ ଖଡଗେ ଅଧ୍ୟକ୍ଷତା କରିବେ ।

ପୂର୍ବାହ୍ନ ପ୍ରାୟ 9 ଟାରେ ଆରମ୍ଭ ହେବାକୁ ଥିବା ବୈଠକରେ ଦଳର ଶାସନରେ ଥିବା ରାଜସ୍ଥାନରେ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ସହ ଛତିଶଗଡ ଓ ମଧ୍ୟ ପ୍ରଦେଶରେ ଅବଶିଷ୍ଟ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ କରିବା ଉପରେ ଆଲୋଚନା ହେବ । ଏହି ବୈଠକରେ ଦଳର ନେତା ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷା ତଥା ବର୍ତ୍ତମାନର ଦଳର ସଂସଦୀୟ କମିଟି ମୁଖ୍ୟ ସୋନିଆଙ୍କ ଗାନ୍ଧୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ଏହା ପୂର୍ବରୁ ଚଳିତ 13 ତାରିଖରେ ଦଳ ମଧ୍ୟ ନିର୍ବାଚନ କମିଟି ବୈଠକ କରିସାରିଛି ।

ଏହା ମଧ୍ୟ ପଢନ୍ତୁ:- ଲକ୍ଷ୍ନୌରେ ଜରୁରୀ ଅବତରଣ କଲା ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବିମାନ

15 ତାରିଖରେ ଦଳ ମଧ୍ୟପ୍ରଦେଶ ପାଇଁ 144 ପ୍ରାର୍ଥୀ, ତେଲେଙ୍ଗାନା ପାଇଁ 55 ଓ ଛତିଶଗଡ ପାଇଁ 30 ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ମାତ୍ର ରାଜସ୍ଥାନ ପାଇଁ ଦଳ ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା କରିନାହିଁ । ଆସନ୍ତାକାଲି ଦଳ ଏହି 3 ରାଜ୍ୟରେ ପରବର୍ତ୍ତୀ ପର୍ଯ୍ୟାୟର ପ୍ରାର୍ଥୀଙ୍କ ସହ ରାଜସ୍ଥାନ ପ୍ରାର୍ଥୀ ଚୂଡାନ୍ତ ଉପରେ ମଧ୍ୟ ପ୍ରାଧାନ୍ୟ ଦେବ । ଦଳ ରାଜସ୍ଥାନ ଓ ଛତିଶଗଡରେ ଶାସନରେ ଥିବା ବେଳେ ମୁଖ୍ୟ ବିରୋଧୀ ଭାବେ ଭାରତୀୟ ଜନତା ପାର୍ଟି ସାମ୍ନାରେ ରହିଛି । ସେହିପରି ହିନ୍ଦୀ ହାର୍ଟଲ୍ୟାଣ୍ଡର ଅନ୍ୟତନ ବଡ ରାଜ୍ୟ ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିବା ବେଳେ ମୁଖ୍ୟ ବିରୋଧୀ ଆସନରେ କଂଗ୍ରେସ ରହିଛି । ମଧ୍ୟ ପ୍ରଦେଶରେ କଂଗ୍ରେସ ମଧ୍ୟ ଭଲ ସ୍ଥିତିରେ ରହିଛି । ତେଣୁ ରାଜସ୍ଥାନ ଓ ଛତିଶଗଡରେ ଦଳ କ୍ଷମତା ବଜାୟ ରଖିବା ସହ ମଧ୍ୟ ପ୍ରଦେଶରେ କ୍ଷମତାକୁ ଫେରିବାକୁ ପ୍ରୟାସ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 18, 2023, 9:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.