ETV Bharat / bharat

ଲୋକସଭାରୁ ଅଧୀର ରଞ୍ଜନ ନିଲମ୍ବିତ: କଂଗ୍ରେସ ସାଂସଦଙ୍କ ବୈଠକ ଡକାଇଲେ ସୋନିଆ - ଅଧୀର ରଞ୍ଜନ ଚୌଧୁରୀ

ଆଜି କଂଗ୍ରେସ ଲୋକସଭା ସାଂସଦଙ୍କ ବୈଠକ । ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ନେଇ ହେବ ଆଲୋଚନା । ଅଧିକ ପଢନ୍ତୁ

କଂଗ୍ରେସ ଲୋକସଭା ସାଂସଦଙ୍କ ବୈଠକ
କଂଗ୍ରେସ ଲୋକସଭା ସାଂସଦଙ୍କ ବୈଠକ
author img

By

Published : Aug 11, 2023, 10:25 AM IST

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ସମୟରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ କରାଯାଇଛି । ସ୍ବାଧୀକାର କମିଟି ଏ ପ୍ରସଙ୍ଗରେ ନିଷ୍ପତ୍ତି ନନେବା ଯାଏଁ କଂଗ୍ରେସ ନେତା ଲୋକସଭାକୁ ଆସିପାରିବେ ନାହିଁ । ଏହାକୁ ନେଇ ଆଜି(ଶୁକ୍ରବାର) କଂଗ୍ରେସ ଲୋକସଭା ସାଂସଦଙ୍କ ଏକ ବୈଠକ ବସିବ । ଅଧୀର ରଞ୍ଜନଙ୍କ ନିଲମ୍ବନ ପ୍ରସଙ୍ଗରେ ଆଲୋଚନା ପାଇଁ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ବୈଠକ ଡକାଇଛନ୍ତି । ସକାଳ ସାଢେ ୧୦ଟାରେ ଦଳର ସଂସଦୀୟ କାର୍ଯ୍ୟାଳୟରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

କଂଗ୍ରେସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ସୋନିଆ ଗାନ୍ଧୀଙ୍କ ଡାକରାରେ ଶୁକ୍ରବାର ଦିନ ସାଢେ ୧୦ଟା ବେଳେ କଂଗ୍ରେସ ଲୋକସଭା ସାଂସଦମାନେ ଏକାଠି ହେବେ । ବୈଠକରେ ଅଧୀର ରଞ୍ଜନଙ୍କ ନିଲମ୍ବନ ସଂକ୍ରାନ୍ତରେ ଆଲୋଚନା କରାଯିବ । ଗୃହରେ ଅଶୋଭନୀୟ ଆଚରଣ ଏବଂ ପ୍ରଧାନମନ୍ତ୍ରୀଙ୍କ ଭାଷଣ ବେଳେ ହସ୍ତକ୍ଷେପ କରିବାକୁ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗତକାଲି(ଗୁରୁବାର) ସନ୍ଧ୍ୟାରେ ଅଧୀର ରଞ୍ଜନଙ୍କ ବିରୋଧରେ ଗୋଟିଏ ସଂକଳ୍ପ ଆଣିଥିଲେ । ବାଚନିକ ବା ଭଏସ୍ ଭୋଟ ଆଧାରରେ ଏହି ସଂକଳ୍ପ ପାସ୍ ହେବା ପରେ କଂଗ୍ରେସ ନେତା ଲୋକସଭାରୁ ନିଲମ୍ବିତ ହୋଇଥିଲେ ।

ଏହି କାର୍ଯ୍ୟାନୁଷ୍ଠାନ ନେଇ ଅଧୀର ରଞ୍ଜନ କହିଛନ୍ତି, ''ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନିତ କରିନାହିଁ । ମୋଦି ଜୀ ସବୁକଥା କହୁଥିଲେ ହେଲେ ମଣିପୁର ପ୍ରସଙ୍ଗରେ ନୀରବ ରହିଥିଲେ । ମୋ ଉଦ୍ଦେଶ୍ୟ ତାଙ୍କୁ ଅପମାନିତ କରିବାର ନଥିଲା । ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଅପମାନିତ ଅନୁଭବ କରିନଥିଲେ, ହେଲେ ତାଙ୍କର ଦରବାରୀ ଏମିତି ଅନୁଭବ କରି ମୋ ବିରୋଧରେ ପ୍ରସ୍ତାବ ଆଣିଲେ । ଏହି ମାମଲା ସ୍ବାଧୀକାର କମିଟିକୁ ପଠାଯାଇ ମୋତେ ନିଲମ୍ବନ କରାଯାଇଥିବା ମୁଁ ଜାଣିବାକୁ ପାଇଲି ।''

ଏହାମଧ୍ୟ ପଢନ୍ତୁ: PM Attack On Congress: ମିଳିତ ବିରୋଧୀ UPA ର ଅନ୍ତିମ ସଂସ୍କାର କରିଦେଲେ: ପ୍ରଧାନମନ୍ତ୍ରୀ

କଂଗ୍ରେସ ନେତା ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ସବୁବେଳେ ଜବାହରଲାଲ ନେହେରୁ, ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀଙ୍କୁ ଅପମାନ କରୁଛନ୍ତି । ମୋଦି ଶହେ ଥର ପ୍ରଧାନମନ୍ତ୍ରୀ ହେଲେ ବି ଆମର କୌଣସି ଆପତ୍ତି ନାହିଁ । ମୁଁ ଦଣ୍ଡ ପାଇବାକୁ ପ୍ରସ୍ତୁତ । କିନ୍ତୁ ସବୁକିଛି ରେକର୍ଡରେ ଅଛି ଏବଂ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିନାହିଁ ବୋଲି ଦେଶର ନାଗରିକମାନେ ଜାଣିବା ଉଚିତ୍ । ଲୋକସଭାରେ ୩ ଦିନ ଧରି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଗୃହକୁ ସମ୍ବୋଧନ କରି ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ମୁଦ୍ଦାକୁ ଅଣଦେଖା କରିଥିଲେ ।

ତାଙ୍କ କହିବା ଅନୁସାରେ, ସେ ଗୃହରେ ଦୁଇଟି କଥା କହିଥିଲେ । ଯଦି ଏହାର ଭୁଲ୍ ଅର୍ଥ ବାହାର କରାଯାଏ ତାହାଲେ ଏଥିରେ ତାଙ୍କର ଭୁଲ୍ ନାହିଁ । ସେ କେବଳ ଏକ ଉଦାହରଣ ଦେଇଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପମାନ କରିବାର କୌଣସି ଉଦ୍ଦେଶ୍ୟ ନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.