ETV Bharat / bharat

ଭାଇ ବିରୋଧରେ ନିର୍ବାଚନ ଲଢ଼ିବେ ଶର୍ମିଲା ! ଆନ୍ଧ୍ର ପ୍ରଦେଶ ପିସିସି ଅଧ୍ୟକ୍ଷା ଦାୟିତ୍ବ ଦେଲା କଂଗ୍ରେସ

author img

By ETV Bharat Odisha Team

Published : Jan 16, 2024, 3:44 PM IST

Congress appoints YS Sharmila as Andhra Pradesh state president: ଆନ୍ଧ୍ରରେ ଏଥର ଭାଇ-ଭଉଣୀ ଲଢ଼େଇ । ନିକଟରେ ଦଳରେ ମିଶିଥିବା ଶର୍ମିଲାଙ୍କୁ ଆନ୍ଧ୍ର ପିସିସି ସଭାନେତ୍ରୀ କଲା କଂଗ୍ରେସ । ଅଧିକ ପଢନ୍ତୁ

ଆନ୍ଧ୍ର ପ୍ରଦେଶ ପିସିସି ଅଧ୍ୟକ୍ଷା ହେଲେ ଶର୍ମିଲା

ଅମରାବତି: ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଆନ୍ଧ୍ର ପ୍ରଦେଶରେ ଦେଖିବାକୁ ମିଳିପାରେ ଭାଇ-ଭଉଣୀ ଲଢ଼େଇ । ନିକଟରେ କଂଗ୍ରେସରେ ସାମିଲ ହୋଇଥିବା YSRTP ନେତ୍ରୀ ଓ୍ବାଇଏସ ଶର୍ମିଳାଙ୍କୁ ବଡ ଦାୟିତ୍ବ ଦେଇଛି ଦଳ । ତାଙ୍କୁ ଆନ୍ଧ୍ର ପ୍ରଦେଶରେ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ଭାବେ ଦାୟିତ୍ବ ମିଳିଛି । ଗତକାଲି ଆନ୍ଧ୍ର ପିସିସି ସଭାପତି ଜି.ରୁଦ୍ରରାଜୁଙ୍କ ଇସ୍ତଫା ପରେ ଏହି ଦାୟିତ୍ବ ଶର୍ମିଳାଙ୍କ କାନ୍ଧକୁ ଆସିଛି । ସେହିପରି ବିଦାୟୀ ପିସିସି ସଭାପତି ଜି.ରୁଦ୍ରରାଜୁଙ୍କୁ ଦଳର ଜାତୀୟ କାର୍ଯ୍ୟକାରିଣୀରେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ମନୋନିତ କରାଯାଇଥିବା ଦଳ ଏକ ପ୍ରେସବାର୍ତ୍ତା ଜାରି କରି ସୂଚନା ଦେଇଛି ।

ନିକଟରେ ଶର୍ମିଲା ନିଜର ରାଜନୈତିକ ଦଳ ‘ଓ୍ବାଇଏସଆର ତେଲେଙ୍ଗାନା ପାର୍ଟି’ (YSRTP)କୁ କଂଗ୍ରେସରେ ବିଲୟ କରିଥିଲେ । ଦିଲ୍ଲୀ ଗସ୍ତ କରି କଂଗ୍ରେସ ମୁଖ୍ୟାଳୟରେ ସେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହି ଅବସରରେ ସେ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ତାଙ୍କ ବାପା ତଥା ଅବିଭାଜିତ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ରାଜଶେଖର ରେଡ୍ଡୀଙ୍କ ଇଚ୍ଛା ଥିଲା ବୋଲି କହିଥିଲେ ।

ଏଠାରେ ସୂଚନାଯୋଗ୍ଯ ଯେ, ଶର୍ମିଲାଙ୍କ ବଡଭାଇ ଜଗନ ମୋହନ ରେଡ୍ଡୀ ଏବେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଜଗନଙ୍କ ଦଳ ‘YSRCP’ କଂଗ୍ରେସରୁ ପୃଥକ ହୋଇ ଗଠନ ହୋଇଥିବା ଏକ ଦଳ । ଏବେ ରାଜ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବାଧୀନ ତେଲଗୁ ଦେଶମ ପାର୍ଟି (ଟିଡିପି) ଓ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ରହିଛନ୍ତି । ଭାଇ ମୁଖ୍ୟମନ୍ତ୍ରୀ ଥିବା ବେଳେ ଭଉଣୀ ଶର୍ମିଲାଙ୍କୁ ରାଜ୍ୟ କଂଗ୍ରେସର କମାଣ୍ଡ ଦେଇଛି ଦଳ । ଓ୍ବାଇଏସ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟର କ୍ରାସରେ ମୃତ୍ୟୁ ହେବା ପରେ ତାଙ୍କ ପୁଅ ଜଗନ ମୋହନ ରେଡ୍ଡୀ କଂଗ୍ରେସରୁ ଅଲଗା ହୋଇ ପୃଥକ ରାଜନୈତିକ ଦଳ ଗଠନ କରିଥିଲେ । ଯାହାର ନାମ ରହିଥିଲା ଓ୍ବାଇଏସଆର କଂଗ୍ରେସ ପାର୍ଟି (YSRCP) । ଗତ ନିର୍ବାଚନରେ ଟିଡିପିକୁ କ୍ଷମତାକୁ ହଟାଇ YSRCP ଶାସନକୁ ଆସିଥିଲା ଓ ଜଗନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସରେ ମିଶିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଶର୍ମିଲା

ଚଳିତବର୍ଷ (2024)ରେ ସାଧାରଣ ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସ ନିଜକୁ ସଜାଡ଼ିବା ଆରମ୍ଭ କରିଛି । ଶର୍ମିଲା କଂଗ୍ରେସରେ ମିଶିବା ପରେ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ତାଙ୍କ ନେତୃତ୍ବରେ ଦଳ ଶାସକ ତଥା ଭାଇ ଜଗନଙ୍କ କ୍ଯାମ୍ପ ବିରୋଧରେ ନିର୍ବାଚନ ଲଢିବା ଏକପ୍ରକାର ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.