ETV Bharat / bharat

ପଞ୍ଜାବ ନିର୍ବାଚନ: କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ - ପଞ୍ଜାବ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ । ଦୁଇ ବରିଷ୍ଠ ନେତାଙ୍କୁ ଦେଲା ଦାୟିତ୍ବ । ଅଧିକ ପଢନ୍ତୁ

congress appoints special  observers for punjab election campaign
ପଞ୍ଜାବ ନିର୍ବାଚନ: କଂଗ୍ରେସ ପକ୍ଷରୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ
author img

By

Published : Feb 10, 2022, 6:56 PM IST

Updated : Feb 10, 2022, 8:19 PM IST

ନୂଆଦିଲ୍ଲୀ : ପଞ୍ଜାବ ନିର୍ବାଚନ ନେଇ କଂଗ୍ରେସର ସ୍ବତନ୍ତ୍ର ରଣନୀତି । କଂଗ୍ରେସ ପକ୍ଷରୁ ପଞ୍ଜାବ ବିଧାନସଭା ନିର୍ବାଚନ ନେଇ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ରାଜ୍ୟସଭା ସାଂସଦ ଦୀପେନ୍ଦର ସିଂ ହୁଡା ଓ ବରିଷ୍ଠ ନେତା ରାଜୀବ ଶୁକ୍ଲାଙ୍କୁ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି କଂଗ୍ରେସ ।

ତେବେ ଏହି ଦୁଇ ଜଣ ପଞ୍ଜାବରେ କଂଗ୍ରେସର ନିର୍ବାଚନୀ ପ୍ରଚାରକୁ ପରିଚାଳନା କରିବା ସହ ସମସ୍ତ କାର୍ଯ୍ୟକ୍ରମ ବୁଝିବେ । ସେହିପରି ଉଭୟ ନେତା ପଞ୍ଜାବ କଂଗ୍ରେସ ପ୍ରଭାରୀଙ୍କୁ ନିର୍ବାଚନୀ ପରିଚାଳନା ଓ ପ୍ରଚାର କାର୍ଯ୍ୟକ୍ରମରେ ସହଯୋଗ କରିବେ । ତେବେ କଂଗ୍ରେସର ଏହି ରଣନୀତି ଆଗମୀ ପଞ୍ଜାବ ନିର୍ବାଚନରେ ଦଳକୁ କେତେ ସହାୟକ ହେବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 10, 2022, 8:19 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.