ETV Bharat / bharat

ଶାହଙ୍କ ଟାର୍ଗେଟରେ ଗୁପକାର ମେଣ୍ଟ, କଂଗ୍ରେସଠୁ ମାଗିଲେ ଜବାବ - Gupkar Gang

ଶାହାଙ୍କ ନିଶାନାରେ ‘ଗୁପକାର ଗ୍ୟାଙ୍ଗ’ । ଗୁପକାର ମେଣ୍ଟ ସହ ଜଡ଼ିତ ଦଳ ଗୁଡ଼ିକୁ ମଧ୍ୟ ଛାଡ଼ି ନାହାଁନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଗୁପକାର ମେଣ୍ଟର ବ୍ୟାପକତାକୁ ନେଇ କଂଗ୍ରେସକୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ଶାହ । ଅନ୍ୟପଟେ ଶାହଙ୍କ ପ୍ରଶ୍ନର ଉତ୍ତର ରଖିଛି କଂଗ୍ରେସ । ଅଧିକ ପଢନ୍ତୁ...

home minister Amit shah
home minister Amit shah
author img

By

Published : Nov 17, 2020, 6:10 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିଶାନାରେ ‘ଗୁପକାର ଗ୍ୟାଙ୍ଗ’ । ଗୁପକାର ମେଣ୍ଟ ସହ ଜଡ଼ିତ ଦଳ ଗୁଡ଼ିକୁ ମଧ୍ୟ ଛାଡ଼ି ନାହାଁନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସେପଟେ ଗୁପକାର ଗ୍ୟାଙ୍ଗର ବ୍ୟାପକତାକୁ ନେଇ କଂଗ୍ରେସକୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି ଶାହ । ଯେଉଁ ସଂଗଠନ ତ୍ରିରଙ୍ଗାକୁ ଅପମାନିତ କରୁଥିଲା, ଯେଉଁ ସଂଗଠନ ଜମ୍ମୁ କାଶ୍ମୀରରେ ଆତଙ୍କରାଜ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ବଦ୍ଧ । ସେହି ଗ୍ୟାଙ୍ଗକୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସମର୍ଥନ କରୁଛନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଶାହାଙ୍କ ନିଶାନାରେ ଗୁପକାର ଗ୍ୟାଙ୍ଗ, ଟାର୍ଗେଟରେ କଂଗ୍ରେସ
ଶାହଙ୍କ ନିଶାନାରେ ଗୁପକାର ଗ୍ୟାଙ୍ଗ, ଟାର୍ଗେଟରେ କଂଗ୍ରେସ

ଶାହ ଟ୍ବିଟ କରି କହିଛନ୍ତି, ଗୁପକାର ଗ୍ୟାଙ୍ଗ ଦେଶରେ ଅରାଜକତା, ଜମ୍ମୁ କାଶ୍ମୀରରେ ବିଦେଶୀ ସେନାର ହସ୍ତକ୍ଷେପ ଚାହୁଁଛନ୍ତି । କେବଳେ ସେତିକି ନୁହେଁ, ଏହି ଗ୍ୟାଙ୍ଗ ଭାରତର ଅଖଣ୍ତତାର ବାର୍ତ୍ତା ବହନ କରୁଥିବା ତ୍ରିରଙ୍ଗାକୁ ମଧ୍ୟ ଅସମ୍ମାନ କରିଛନ୍ତି ଏବଂ ଆଗକୁ ଏହା 370 ପୁନଃସ୍ଥାପିତ କରିବାକୁ ପୁଣି ଥରେ ଚାଲ ଆରମ୍ଭ କରିଦେଇଛନ୍ତି । ତେଣୁ କଂଗ୍ରେସ ଦଳ କଣ ଗୁପକାର ଗ୍ୟାଙ୍ଗର ଏହି ଚାଲକୁ ସମର୍ଥନ କରୁଛି ? କଂଗ୍ରେସ କଣ ଚାହୁଁଛି ଜମ୍ମୁ-କାଶ୍ମୀରରେ ଅରାଜକତା ସୃଷ୍ଟି ହେଉ ? ତେବେ ଏନେଇ ରାହୁଲ ଏବଂ ସୋନିଆ ଭାରତର ଲୋକମାନଙ୍କୁ ସେମାନଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି କହିଛନ୍ତି ଗୃହମନ୍ତ୍ରୀ ।

ସେହିପରି ଶାହ କହିଛନ୍ତି, ଏହି ଗ୍ୟାଙ୍ଗ 370 ଧାରା ପୁଣି ଲାଗୁ କରିବାକୁ ଚାହୁଁଛନ୍ତି, ମହିଳା ଏବଂ ଆଦିବାସୀଙ୍କ ଅଧିକାର ଛିନ୍ନ କରିବାକୁ ଚାହୁଁଛି । ଏପରି ମହାମେଣ୍ଟକୁ ଦେଶବାସୀ କେବେ ମଧ୍ୟ ବରଦାସ୍ତ କରିବେ ନାହିଁ । ଜାମ୍ମୁ କାଶ୍ମୀର ସର୍ବଦା ଭାରତର ଅଭିନ୍ନ ଅଙ୍ଗ ଥିଲା ଏବଂ ରହିବ ବୋଲି ଟ୍ବିଟ ଯୋଗେ କହିଛନ୍ତି ଅମିତ ଶାହ । ସେପଟେ ଶାହାଙ୍କ ପ୍ରଶ୍ନର ଉତ୍ତର ରଖିଛି କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟବାଲା କହିଛନ୍ତି, ଗୁପକାର ମେଣ୍ଟ ସହ ଆମର କୈଣସି ସମ୍ପର୍କ ନାହିଁ ।

ସେ ପୁଣି କହିଛନ୍ତି, ଏହି ସଂଗଠନ ସହ ଆମର କୈଣସି ମଧ୍ୟ ଯୋଗାଯୋଗ କିମ୍ବା ସମ୍ପର୍କ ନାହିଁ । ଅମିତ ଶାହ ଏଭଳି ଭିତ୍ତିହୀନ ମନ୍ତବ୍ୟରୁ ନିବୃତ ରୁହନ୍ତୁ । କଂଗ୍ରେସ ସର୍ବଦା ରାଷ୍ଟ୍ରହୀତରେ ଲଢିଛି ଏବଂ ଲଢିବ । ସେପଟେ ଏହି ପ୍ରସଙ୍ଗରେ ଜମ୍ମୁ କାଶ୍ଣୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ମଧ୍ୟ ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.