ETV Bharat / bharat

ଆସାମରେ ପ୍ରଦୀପ ମାଝୀଙ୍କ ଜୋରଦାର ପ୍ରଚାର, ମିଳିଛି ବଡ ଦାୟିତ୍ବ

author img

By

Published : Apr 1, 2021, 2:52 PM IST

Updated : Apr 1, 2021, 2:58 PM IST

ପ୍ରଦୀପ ହେଉଛନ୍ତି ଏମିତି ଜଣେ ନେତା ଯିଏ ରାଜ୍ୟ ଓ ଜାତୀୟ ସ୍ତରରେ ସବୁ ବର୍ଗର ନେତାଙ୍କ ପାଇଁ ଗ୍ରହଣୀୟ । ଜଣେ ଯୁବ ଦକ୍ଷ ଉଚ୍ଚ ଶିକ୍ଷିତ ଓ ଆଦିବାସୀ ଚେହେରା ଭାବେ ସାରା ଦେଶରେ କଂଗ୍ରେସ ଦଳରେ ଜଣାଶୁଣା ପ୍ରଦୀପ ମାଝୀ । କଂଗ୍ରେସ ପ୍ରତି ପ୍ରଦୀପଙ୍କ ନିଷ୍ଠା ଓ ସମର୍ପଣକୁ ସ୍ବୀକୃତି ଦେଇ ଏବେ ପ୍ରଦୀପଙ୍କୁ ମିଳିଛି ଆସାମ ଦାୟିତ୍ବ । ଅଧିକ ପଢନ୍ତୁ...

ଆସାମରେ ପ୍ରଦୀପ ମାଝୀଙ୍କ ଯୋରଦାର ପ୍ରଚାର; ମିଳିଛି ବଡ ଦାୟିତ୍ବ

ଗୌହାଟି: ସାରା ଦେଶରେ ନିର୍ବାଚନୀ ପର୍ବ । 4 ଟି ରାଜ୍ୟ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଛି ନିର୍ବାଚନ । ଯେଉଁଥିରେ ରହିଛି ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ପୁଡୁଚେରୀ । ମାର୍ଚ୍ଚ 27 ରୁ ଆରମ୍ଭ ହୋଇଥିବା ନିର୍ବାଚନ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ । ଆଜି ଠାରୁ ଠିକ ଏକ ମାସ ପରେ ଆସିବ ନିର୍ବାଚନ ଫଳାଫଳ । ବିଶେଷ କରି ଆସାମ ଦଖଲ ପାଇଁ କଂଗ୍ରେସ ଓ ପଶ୍ଚିମବଙ୍ଗ ଦଖଲ ପାଇଁ ବିଜେପି ସବୁ ଶକ୍ତି ଖଟାଇ ଦେଇଛନ୍ତି । ନିର୍ବାଚନ ପରିଚାଳନା, ପ୍ରଚାର ଓ ରଣନୀତି ପ୍ରସ୍ତୁତ ପାଇଁ ବିଜେପି ଓ କଂଗ୍ରେସ ଜାତୀୟସ୍ତରୀୟ ନେତାଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟ ଶାଖାର ଅନୁଭବୀ ଓ ଅଭିଜ୍ଞ ନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି । ଯେଉଁଥିରେ ଓଡିଶାର ନେତା ମଧ୍ୟ ସ୍ଥାନ ପାଇଛନ୍ତି ।

2001 ରୁ ଦୀର୍ଘ 15 ବର୍ଷ ଧରି ଆସାମକୁ ଶାସନ କରିଥିବା କଂଗ୍ରେସ ଏବେ ପୁଣିଥରେ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛି । କାରଣ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁରେ ଦଳ ସିଧା ସଳଖ କ୍ଷମତାକୁ ଆସି ପାରିବ ନାହିଁ । ପୁଡୁଚେରୀ ପୀଡା ମଧ୍ୟ ଦଳ ଭୁଲିନାହିଁ । ତେଣୁ ଏକମାତ୍ର ରାଜ୍ୟ ଆସାମରେ କଂଗ୍ରେସ ବଡଭାଇ ଭୂମିକାରେ ଆସିବାର ସୁଯୋଗ ରହିଛି । ତେଣୁ ଦଳ ଆସାମକୁ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଲଢୁଛି । ଆଉ ଯେଉଁଥିରେ ଗୋଟିଏ ବଡ ଭୂମିକା ତୁଳାଉଛନ୍ତି ରାଜ୍ୟ( ଓଡିଶା) କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଲୋକସଭା ସାଂସଦ ପ୍ରଦୀପ ମାଝୀ ।

କାରଣ ପ୍ରଦୀପ ହେଉଛନ୍ତି ଏମିତି ଜଣେ ନେତା ଯିଏ ରାଜ୍ୟ ଓ ଜାତୀୟ ସ୍ତରରେ ସବୁ ବର୍ଗର ନେତାଙ୍କ ପାଇଁ ଗ୍ରହଣୀୟ । ଜଣେ ଯୁବ ଦକ୍ଷ ଉଚ୍ଚ ଶିକ୍ଷିତ ଓ ଆଦିବାସୀ ଚେହେରା ଭାବେ ସାରା ଦେଶରେ କଂଗ୍ରେସ ଦଳରେ ଜଣାଶୁଣା । କଂଗ୍ରେସ ପ୍ରତି ପ୍ରଦୀପଙ୍କ ନିଷ୍ଠା ଓ ସମର୍ପଣକୁ ସ୍ବୀକୃତି ଦେଇ ଏବେ ପ୍ରଦୀପଙ୍କୁ ମିଳିଛି ଆସାମର ଏକ ବଡ ଦାୟିତ୍ବ । କଂଗ୍ରେସ ପାଇଁ ଏକ ନିଶ୍ଚିତ ବିଜୟ ସମ୍ଭାବନା ରଖୁଥିବା ନାଲବାରୀ ଜିଲ୍ଲା ବରକ୍ଷେତ୍ରୀ ବିଧାନସଭା ଆସନ ଦାୟିତ୍ବରେ ଅଛନ୍ତି ପ୍ରଦୀପ । ଏହି ଆସନରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଭୂମିଧର ବର୍ମନଙ୍କ ପୁଅ ଦିଗନ୍ତ ବର୍ମନ । ଯାହା କଂଗ୍ରେସ ପାଇଁ ବିଜୟ ସମ୍ଭାବନା ରଖୁଛି । ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ବର୍ତ୍ତମାନର ବିଧାୟକ ନାରାୟଣ ଡେକା । ଗତ 2016 ନିର୍ବାଚନରେ ମଧ୍ୟ ଉଭୟ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଫଳାଫଳ ଯାଇଥିଲା ବିଜେପି ସପକ୍ଷରେ । ବରକ୍ଷେତ୍ରୀ ବିଧାନସଭା ଆସନ ହେଉଛି କଂଗ୍ରେସର ଗଡ । ଯାହା ଦଳ ପୁଣିଥରେ ବିଜେପି ପାଖରୁ ଛଡାଇ ଆଣିବା ପାଇଁ ରଣନୀତି କରିଛି ।

ଏଥିପାଇଁ ଦଳୀୟ ସାଂସଦ ରାହୁଲ ଗାନ୍ଧୀ ଓ ତାଙ୍କ ଟିମ ଭରଷାଯୋଗ୍ୟ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ଯେଉଁଥିରେ ପ୍ରଦୀପ ମାଝୀ ଜଣେ । ପ୍ରଦୀପ ସମଗ୍ର ବରକ୍ଷେତ୍ରୀ ଅଞ୍ଚଳକୁ ଯାଇ ଦଳୀୟ ସମସ୍ୟା ଅସୁବିଧା ଦୂର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ନିଶ୍ଚିତ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହାସହ ଆସାମରେ ରାହୁଲ ଗାନ୍ଧୀଙ୍କ ସମାବେଶ ରାଲିରେ ମଧ୍ୟ ପ୍ରଦୀପ ମାଝୀ ଉପସ୍ଥିତ ରହି ଦଳପାଇଁ କଠୋର ପରିଶ୍ରମ କରୁଥିବା ଦେଖାଯାଇଛି ।

ଏହାସହ ପ୍ରଚାର ପାଇଁ ରାଜ୍ୟକୁ ଆସୁଥିବା କେନ୍ଦ୍ରୀୟ ନେତାଙ୍କ ସହ ସମ୍ପର୍କରେ ରହି ଅନ୍ୟ ଅଞ୍ଚଳକୁ ଯାଇ ମଧ୍ୟ ଦଳପାଇଁ ପ୍ରଚାର କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ଜଣେ ବିଶ୍ବସ୍ତ ସହଯୋଗୀ ଭାବେ ଜଣାଶୁଣା ପ୍ରଦୀପ ଏବେ ଆସାମରେ ତାହା ପ୍ରମାଣ ଦେଇଛନ୍ତି । ଆସାମର କଂଗ୍ରେସର ଦଳଗତ ପ୍ରଦର୍ଶନ କଣ ହେବ ତାହା ଏକ ମାସ ପରେ ସ୍ପଷ୍ଟ ହେବ । କିନ୍ତୁ ବରକ୍ଷେତ୍ରୀରେ କଂଗ୍ରେସର ବିଜୟୀ ହେଲେ ପ୍ରଦୀପ ମାଝୀଙ୍କ ଗୁରୁତ୍ବ ଜାତୀୟ ସ୍ତରରେ ଆହୁରି ନିଶ୍ଚିତ ବଢିବ । ଯାହା ରାଜ୍ୟ କଂଗ୍ରେସ ପାଇଁ ଏକ ବଡ ସୁଯୋଗ ଓ ସମ୍ଭାବନା । ତେବେ ଦେଖିବାର କଥା ଆସାମରେ ଓଡିଆ ନେତା ରାଜ୍ୟ କଂଗ୍ରେସର ଚର୍ଚ୍ଚିତ ଚେହେରା ପ୍ରଦୀପ ମାଝୀ କେତେ ଦମ ଦେଖାଉଛନ୍ତି ।

ସୂଚନା ଯୋଗ୍ୟ ଯେ, କଂଗ୍ରେସ ବିଧାନସଭା ନିର୍ବାଚନରେ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (AIUDF), ସିପିଆଇ, ସିପିଆଇ (ଏମ), ସିପିଆଇ (ଏମଏଲ) ଏବଂ ଜୋନାଲ ଗାନ ମୋର୍ଚ୍ଚା ମେଣ୍ଟ କରି ନିର୍ବାଚନ ଲଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 1, 2021, 2:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.