ETV Bharat / bharat

ଟ୍ବିଟର ଅଫିସରେ ପୋଲିସ ଚଢାଉରେ ବାକ୍ ସ୍ବାଧିନତାର ହତ୍ୟା: କଂଗ୍ରେସ - କଂଗ୍ରେସ

ଟ୍ବିଟର ଅଫିସରେ ଦିଲ୍ଲୀ ପୋଲିସର ଅତର୍କିତ ଚଢାଉକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ରଣଦୀପ ସୁରଜେୱାଲା । ଟ୍ବିଟରର ଦିଲ୍ଲୀ ଓ ଗୁରୁଗ୍ରାମ ଅଫିସରେ ଦିଲ୍ଲୀ ପୋଲିସର ଦୁଇଟି ଟିମ୍ ପହଞ୍ଚି ଚଢାଉ କରିଥିଲେ । ଅଧିକ ପଢନ୍ତୁ...

ଟ୍ବିଟର ଅଫିସରେ ପୋଲିସର ଚଢାଉ
ଟ୍ବିଟର ଅଫିସରେ ପୋଲିସର ଚଢାଉ
author img

By

Published : May 25, 2021, 10:12 AM IST

ନୂଆଦିଲ୍ଲୀ: ଟ୍ବିଟର ଅଫିସରେ ଦିଲ୍ଲୀ ପୋଲିସର ଅତର୍କିତ ଚଢାଉକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ରଣଦୀପ ସୁରଜେୱାଲା । ଟ୍ବିଟରର ଦିଲ୍ଲୀ ଓ ଗୁରୁଗ୍ରାମ ଅଫିସରେ ଦିଲ୍ଲୀ ପୋଲିସର ଦୁଇଟି ଟିମ୍ ପହଞ୍ଚି ଚଢାଉ କରିଥିଲେ । ଏନେଇ ଅଭିଯୋଗ ଆଣିଛି କଂଗ୍ରେସ । ବିଜେପି ନେତାଙ୍କ ବିଭ୍ରାନ୍ତକାରୀ ଟୁଲକିଟ୍ ମାମଲାକୁ ଲୁଚାଇବା ପାଇଁ ଏପରି ଚଢାଉ କରାଯାଉଥିବ କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି ।

ପ୍ରକାଶଥାଉକି, ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ସୋମବାର ଟ୍ବିଟର ଇଣ୍ଡିଆକୁ ‘କୋଭିଡ ଟୁଲକିଟ୍’ ମାମଲାକୁ ନେଇ ଏକ ନୋଟିସ ପଠାଇଛି । ଏହାସହ ଏନେଇ ସମସ୍ତ ସୂଚନା ଦେବା ପାଇଁ କୁହାଯାଇଛି । ଏଥିରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ଟ୍ବିଟ ମଧ୍ୟ ଶ୍ରେଣୀଭୁକ୍ତ କରାଯାଇଛି । ଏହା ମିଡିଆକୁ ପରିଚାଳିତ କରୁଥିବା ଅଭିଯୋଗ ହୋଇଛି ।

ଏନେଇ ରଣଦୀପ ସୁରଜେୱାଲା ବାକ୍ ସ୍ବାଧିନତାର ହତ୍ୟା ବୋଲି କହିଛନ୍ତି । ଏକ ଭିଡିଓ ବାର୍ତ୍ତା ଦେଇ ସେ କହିଛନ୍ତି, ‘ ବାକ୍ ସ୍ବାଧିନତା ଓ ସରକାରଙ୍କ ବିରୋଧରେ ଉଠୁଥିବା ସମସ୍ତ ସ୍ବରକୁ ଅଟକାଇବାକୁ ଚେଷ୍ଟା କରାଯାଉଛି । ମୋଦି ସରକାରରେ ଭୟ ପ୍ରଚାର କରିବା ତଥା ପ୍ରବର୍ତ୍ତାଇବା ପାଇଁ ଠକେଇ ଏକ ମାଧ୍ୟମ’ । ସେ ଏହା ମଧ୍ୟ କହିଛନ୍ତି, ବିଜେପି କାର୍ଯାଳୟର ଦୋଷୀମାନେ କ୍ଷମତାରେ ବସିଛନ୍ତି ମାତ୍ର ଆପଣ ଦିଲ୍ଲୀ ଓ ଗୁରୁଗ୍ରାମରେ ଚଢାଉ କରୁଛନ୍ତି ।

ସେପଟେ ବିଜେପି କଂଗ୍ରେସ ଉପରେ ପାଲଟା ଅଭିଯୋଗ ଆଣିଛି । କୋଭିଡ ଟୁଲକିଟ୍ କଂଗ୍ରେସ ପ୍ରସ୍ତୁତ କରିଥିବା ବିଜେପି ଅଭିଯୋଗ ଆଣିଛି । ଦେଶର ଛବି ଓ ପ୍ରଧାନମନ୍ତ୍ରୀଙ୍କ ଛବିକୁ ମଳିନ କରିବାକୁ ମହାମାରୀ ସମୟରେ କଂଗ୍ରେସ ଏପରି କରିଛି । ମାତ୍ର କଂଗ୍ରେସ ଏହାକୁ ବିରୋଧ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.