ETV Bharat / bharat

CPI-M ସେମିନାରରେ ଅଂଶଗ୍ରହଣ ନକରିବାକୁ ଥରୁରଙ୍କୁ ଦଳୀୟ ଚେତାବନୀ - କେରଳ କଂଗ୍ରେସ କମିଟି

CPI-M ସେମିନାରରେ ଅଂଶଗ୍ରହଣ ନକରିବା ପାଇଁ ଥରୁରଙ୍କୁ ଦଳୀୟ ଚେତାବନୀ । ଅନ୍ୟ କଂଗ୍ରେସ ନେତାଙ୍କ ପାଇଁ ମଧ୍ୟ ନିଷେଧାଦେଶ ଜାରି କଲା କେରଳ ପ୍ରଦେଶ କଂଗ୍ରେସ । ଅଧିକ ପଢନ୍ତୁ

CPI-M ସେମିନାରରେ ଅଂଶଗ୍ରହଣ ନକରିବା ପାଇଁ ଥରୁରଙ୍କୁ ଦଳୀୟ ଚେତାବନୀ

author img

By

Published : Mar 20, 2022, 3:52 PM IST

ଥିରୁଅନନ୍ତପୁରମ: କେରଳରେ CPI-M ଦ୍ବାରା ଆୟୋଜିତ ସେମିନାରରେ ଅଂଶଗ୍ରହଣ ନକରିବା ପାଇଁ କଂଗ୍ରେସ ନେତାଙ୍କୁ ନୋଟିସ ଜାରି କଲା କେରଳ ପ୍ରଦେଶ କଂଗ୍ରେସ । ଦଳ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ କୌଣସି ନେତା ଉକ୍ତ ସେମିନାରରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଉଲ୍ଲେଖ କରାଯିବା ସହ ଦଳୀୟ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ସ୍ପଷ୍ଟ କରିଛି । ଏହି ସେମିନାର ପାଇଁ ଚର୍ଚ୍ଚାରେ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରରୁ । କାରଣ ସିପଆଇ-ଏମ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଥରୁରଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଛି ସପିଆଇ ।

CPI-M ଏହି କାର୍ଯ୍ୟକ୍ରମ ପାଇଁ ଶଶୀଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ଭି ଥୋମାସଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ତେବେ ବର୍ତ୍ତମାନ ଶାସନରେ ଥିବା ସିପିଆଇ-ଏମ ନେତୃତ୍ବାଧୀନ ପିନାରାଇ ବିଜୟନଙ୍କ ଜନନୀତିକୁ କେରଳରେ ବିରୋଧ କରୁଛି କଂଗ୍ରେସ । ତେଣୁ କୌଣସି ପାର୍ଟି କର୍ମକର୍ତ୍ତା CPI-M ଦ୍ବାରା ଆୟୋଜିତ ସେମିନାରରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଦଳୀୟ ନିଷ୍ପତ୍ତି ନେଇ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କେ ସୁଧାକରନ ଘୋଷଣା କରିଥିଲେ ।

ଦେଶ ଓ ବିଦେଶରେ ଏକାଧିକ ସେମିନାରରେ ଅଂଶଗ୍ରହଣ କରୁଥିବା ଶଶୀ କିନ୍ତୁ କହିଛନ୍ତି, ଯେ ସେମିନାରରେ ଅଂଶଗ୍ରହଣ କରିବା ପାଇଁ ଦଳ ପକ୍ଷରୁ କେବେ ହେଲେ ବାରଣ କରାଯାଇପାରିବ ନାହିଁ । ତେବେ ଶଶୀଙ୍କ ଏହି ମନ୍ତବ୍ୟରେ ପାର୍ଟି ଅଧ୍ୟକ୍ଷ ସୁଧାକରନ ସ୍ପଷ୍ଟ କରିଛନ୍ତି ଯେ, ପ୍ରଦେଶ କଂଗ୍ରେସ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଯଦି ଶଶୀ ଥରୁରଙ୍କୁ ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧୀ ଉକ୍ତ ସେମିନାରରେ ଅଂଶଗ୍ରହଣ କରିବା ପାଇଁ ଅନୁମତି ପ୍ରଦାନ କରନ୍ତି, ତେବେ ପ୍ରଦେଶ କଂଗ୍ରେସ କମିଟି ତା ଉପରେ କୌଣସି ଆପତ୍ତି ଉଠାଇବ ନାହିଁ । କିନ୍ତୁ ଦଳୀୟ ନିଷ୍ପତ୍ତିକୁ ଅବମାନନା କଲେ କୌଣସି ନେତାଙ୍କ ବିରୋଧରେ କଡା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ସେ ଚେତବାନୀ ଦେଇଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.