ETV Bharat / bharat

Delivery in Bus: ଡେଲିଭରୀ କରାଇଲେ ମହିଳା ବସ କଣ୍ଡକ୍ଟର - ପ୍ରସବ ଯନ୍ତ୍ରଣାର ଶିକାର ହେଲେ ମହିଳା

କେଏସଆରଟିସି ବସ୍‌ରେ ଯାତ୍ରା କରୁଥିବା ବେଳେ ପ୍ରସବ ଯନ୍ତ୍ରଣାର ଶିକାର ହେଲେ ମହିଳା। ମହିଳାଙ୍କ ଯନ୍ତ୍ରଣା ଦେଖି ଡେଲିଭରୀ କଲେ ବସ କଣ୍ଡକ୍ଟର। ଅଧିକ ପଢନ୍ତୁ

Delivery in Bus
Delivery in Bus
author img

By

Published : May 17, 2023, 7:30 AM IST

ବେଙ୍ଗାଲୁରୁ: କେଏସଆରଟିସି ବସ୍‌ରେ ଯାତ୍ରା କରୁଥିବା ବେଳେ ଗର୍ଭବତୀଙ୍କ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା । ମହିଳାଙ୍କ ଯନ୍ତ୍ରଣା ଦେଖି ମହିଳା ବସ୍‌ କଣ୍ଡକ୍ଟର ଶିଶୁକୁ ଜନ୍ମ କରିବାରେ ସାହାଯ୍ୟ କରିଛନ୍ତି । ଫଳରେ ଗର୍ଭବତୀ ଜଣକ ସୁରକ୍ଷିତ ଭାବରେ ନବଜାତକୁ ଜନ୍ମ ଦେଇଛନ୍ତି । ଡେଲିଭରୀ ପରେ ମହିଳା ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଶାନ୍ତିଗ୍ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

ତେବେ ସୂଚନା ମୁତାବକ, ଚିକ୍କମାଗାଲୁରୁ ୟୁନିଟ୍ ଗାଡି ନମ୍ବର KA-18 ସୋମବାର ଅପରାହ୍ନ 1.25 ସମୟରେ ବେଙ୍ଗାଲୁରୁ-ଚିକ୍କାମାଲୁରୁ ମାର୍ଗ ମଧ୍ୟରେ ଯାତ୍ରା କରୁଥିଲା | ସେହି ବସ୍‌ରେ ସମୁଦାୟ 45 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସେଥି ମଧ୍ୟରୁ ଜଣେ ଗର୍ଭବତୀ ବେଙ୍ଗାଲୁରୁରୁ ବେଲୁର ଯାତ୍ରା କରୁଥିବା ସମୟରେ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା, ନିକଟରେ କୌଣସି ଡାକ୍ତରଖାନା ମଧ୍ୟ ନଥିଲା । ଏହାପରେ ବସ୍‌ର ମହିଳା କଣ୍ଡକ୍ଟର ଗାଡିକୁ ଅଟକାଇଥିଲେ । ଏଥିସହ ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଗାଡିରୁ ବାହାରକୁ ଯିବାକୁ କହି ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କ ପ୍ରସବ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ- BSKYରେ ୬୮୧ ସୁପର ସ୍ପେଶାଲିଟି ହସ୍ପିଟାଲ ସାମିଲ, ୬୬୮ ଫ୍ରଣ୍ଟଲାଇନ କର୍ମଚାରୀ ନିୟୋଜିତ

ବସ୍ କଣ୍ଡକ୍ଟର ନିଜେ ବସ୍‌ରେ ଡେଲିଭରି କରାଇଥିବା ବେଳେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଉଭୟ ମା ଏବଂ ଶିଶୁ ଏବେ ସୁସ୍ଥ ଥିବା ଜଣାପଡିଛି । ତେବେ ଗର୍ଭବତୀଙ୍କ ପରିବାର ସଦସ୍ୟ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ । ଏଣୁ ସେ କୌଣସି ଘରୋଇ କାର କିମ୍ବା ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇପାରି ନଥିଲେ । ତେଣୁ KSRTC ବସ୍ ଯୋଗେ ଯାତ୍ରା କରୁଥିଲେ । ତେବେ ଏନେଇ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟର ଯାତ୍ରୀଙ୍କଠାରୁ ଟଙ୍କା ସଂଗ୍ରହ କରି ଆର୍ଥିକ ସହାୟତା ବାବଦରେ ମହିଳାଙ୍କୁ 1,500 ଟଙ୍କା ଦେଇଥିଲେ । ପରେ ମହିଳାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ଶାନ୍ତିଗ୍ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-RozgarMela2023: ପଞ୍ଚମ ପର୍ଯ୍ୟାୟରେ ୪୭୩ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ

ଏହାକୁ ନେଇ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ କମିଶନର କହିଛନ୍ତି ଯେ, ମହିଳା ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାପରେ ଠିକ ସମୟରେ ସୁରକ୍ଷିତ ଭାବରେ ଡେଲିଭେରୀ କରାଇବା ପ୍ରକୃତରେ ପ୍ରଶଂସନୀୟ । ଏନେଇ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମର କର୍ମଚାରୀ ତଥା କମିଶନର ମହିଳା କଣ୍ଡକ୍ଟରଙ୍କ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.