ETV Bharat / bharat

ଖବର ଓ ବିଜ୍ଞାପନରେ ନାରୀ ମର୍ଯ୍ୟାଦା, ସୁରକ୍ଷା ପ୍ରତି ସମ୍ବେଦନଶୀଳତା ଜରୁରୀ: ରାଷ୍ଟ୍ରପତି

ମହିଳା ସୁରକ୍ଷା ଓ ସମ୍ମାନ ନେଇ ଗଣମାଧ୍ୟମକୁ ରାଷ୍ଟ୍ରପତିଙ୍କ ଆହ୍ବାନ । ଖବର ଓ ବିଜ୍ଞାପନରେ ନାରୀଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଓ ଗଣମାଧ୍ୟମ । ଅଧିକ ପଢନ୍ତୁ

author img

By

Published : Mar 12, 2023, 7:33 PM IST

ଖବର ଓ ବିଜ୍ଞାପନରେ ନାରୀ ମର୍ଯ୍ୟାଦା ଓ ସୁରକ୍ଷା ପ୍ରତି ସମ୍ବେଦନଶୀଳତା ଜରୁରୀ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଖବର ପ୍ରକାଶନ ଓ ବିଜ୍ଞାପନ ପ୍ରସ୍ତୁତି ସମୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ଗଣମାଧ୍ୟମ ସମ୍ବେଦନଶୀଳ ହେବା ଉଚିତ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ବାରା ଆୟୋଜିତ ମହିଳା ବାଇକ ରାଲିକୁ ଭର୍ଚ୍ଚୁଆଲି ଶୁଭାରମ୍ଭ କରିବା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣମାଧ୍ୟମ କ୍ଷେତ୍ରକୁ ଏହି ବାର୍ତ୍ତା ଦେଇଛନ୍ତି । ସମ୍ବିଧାନିକ ବିଧି ବ୍ୟବସ୍ଥା ଅନୁସାରେ ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି ।

କାର୍ଯ୍ୟକ୍ରମକୁ ଭର୍ଚ୍ଚୁଆଲି ଶୁଭାରମ୍ଭ କରିବା ସହ ସମ୍ବୋଧିତ କରିଥିଲେ ରାଷ୍ଟ୍ରପତି । କହିଥିଲେ "ମହିଳାଙ୍କ ସୁରକ୍ଷା ଦିଗରେ ଆମେ ଆମେ ସମସ୍ତେ ସାମ୍ବିଧାନିକ କର୍ତ୍ତବ୍ୟ ଓ ମୂଲ୍ୟବୋଧକୁ ପାଳନ କରିବା ଆବଶ୍ୟକ । ସେମାନଙ୍କ ସୁରକ୍ଷା ଦିଗରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । କେବଳ ସମାଜ ନୁହେଁ ପରିବାରସ୍ତରରେ ମଧ୍ୟ ଏହି ଦିଗ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ପରିବାରରେ ମା’ ଓ ଭଉଣୀମାନେ ପୁଅ ଓ ସାନଭାଇ ପରି ପରିବାରର ଅନ୍ୟ ପୁରୁଷ ସଦସ୍ୟମାନଙ୍କୁ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ସଚେତନ କରିବା ଦରକାର । ସେହିପରି ସମାଜ ଓ ପରିବାର ବ୍ୟତୀତ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଦିଗରେ କାର୍ଯ୍ୟକ୍ରମ ହାତକୁ ନେବାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କୁ ସମ୍ମାନ ଦେବା ପାଇଁ ନୈତିକ ଶିକ୍ଷା ପ୍ରଦାନ କରିବାର ଆବଶ୍ୟକତା ରହିଛି । ଏପରି ହୋଇପାରିଲେ ସମାଜର ପ୍ରତ୍ୟେକ ବର୍ଗ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହୋଇପାରିବ ।"

ସେହିପରି ସମାଜରେ ମହିଳାଙ୍କ ଅବଦାନକୁ ଉଲ୍ଲେଖ କରି ରାଷ୍ଟ୍ରପତି କହିଛନ୍ତି, ପ୍ରକୃତି ମହିଳାଙ୍କୁ ମାତୃତ୍ବ ଲାଭ କରିବାର କ୍ଷମତା ପ୍ରଦାନ କରିଛି । ସେହିପରି କେବଳ ମାତୃତ୍ବ ନୁହେଁ ବରଂ ମହିଳାମାନେ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରଭାବୀ ନେତୃତ୍ବ ନେବା ପାଇଁ ମଧ୍ୟ ଦକ୍ଷତା ବହନ କରନ୍ତି । ଏହା ସେମାନଙ୍କ ଏକ ପ୍ରକୃତିଗତ ଅବଦାନ । ବର୍ତ୍ତମାନ ସମୟରେ ମହିଳାମାନେ ବହୁ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେବା ଆରମ୍ଭ କରିଛନ୍ତି, ଯାହା ପୂର୍ବରୁ ସମ୍ଭବ ନଥିଲା । ଲିଙ୍ଗଗତ ସ୍ବାଧୀନତାର ସମୀତତା ଓ ଏକାଧିକ ସାମାଜିକ ଆହ୍ବାନ ସତ୍ତ୍ବେ ମଧ୍ୟ ବର୍ତ୍ତମାନର ମହିଳାମାନେ ବିଭିନ୍ନ ସାମାଜିକ କ୍ଷେତ୍ରରେ ନିଜ ଦକ୍ଷତା ଓ ସାହାସର ପରାକାଷ୍ଠା ଦେଖାଇବାରେ ସମର୍ଥ ହୋଇଥିବା ରାଷ୍ଟ୍ରପତି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.