ETV Bharat / bharat

ପ୍ରଚାର ବେଳେ ଭୁଲିଗଲେ କଟକଣା, ଓୱେସୀଙ୍କ ସମେତ 300 ସମର୍ଥକଙ୍କ ନାଁରେ ଏତଲା

author img

By

Published : Sep 1, 2021, 12:19 PM IST

ବେଲଗାଭିରେ କୋଭିଡ କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଓୱେସୀଙ୍କ ସମେତ ତାଙ୍କର 300 ସମର୍ଥକଙ୍କ ନାଁରେ ଏତଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

Complaint lodged against AIMIM chief
Complaint lodged against AIMIM chief

ବେଙ୍ଗାଲୁରୁ: ନିର୍ବାଚନ ପ୍ରଚାର ବେଳେ ନିୟମ ଭାଙ୍ଗି ଫସିଲେ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ । ବେଲଗାଭିରେ କୋଭିଡ କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଓୱେସୀଙ୍କ ସମେତ 300 ସମର୍ଥକଙ୍କ ନାଁରେ ଏତଲା ରୁଜୁ ହୋଇଛି । ପ୍ରଥମଥର ପାଇଁ ଗତ ସୋମବାର ବେଲଗାଭିରେ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ ଓୱେସୀ ।

ଏହାପରେ ମଙ୍ଗଳବାର ବେଲଗାଭିର ଦୁରବାର ଅଞ୍ଚଳରେ ରାଲି କରିଥିଲେ । ଓୱେସୀଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ଓୱେସୀଙ୍କ ପାଇଁ କୋଭିଡ କଟକଣାକୁ ମାନି ନଥିଲେ ଲୋକେ । ଯାହାକୁ ନେଇ ନିର୍ବାଚନ କମିଶନର ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ଓୱେସୀଙ୍କ ସମେତ ତାଙ୍କ 300 ସମର୍ଥକଙ୍କ ବିରୋଧରେ ମାର୍କେଟ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି ।

ସୂଚନା ଥାଉକି, ଆସନ୍ତା 3 ତାରିଖରେ ବେଲଗାଭିରେ ମତଦାନ ହେବାକୁ ଯାଉଛି । ସିଟି କର୍ପୋରେସନ ନିର୍ବାଚନ ପାଇଁ 519 ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.