ETV Bharat / bharat

Remark on Sanatan Dharma: ମୁଜାଫରପୁର କୋର୍ଟରେ ଉଦୟାନିଧିଙ୍କ ବିରୋଧରେ ମାମଲା

ବିହାର ମୁଜାଫରପୁର ସିଭିଲ କୋର୍ଟରେ ଉଦୟାନିଧିଙ୍କ ବିରୋଧରେ ଦାଏର ହେଲା ମାମଲା । ରାଜନୈତିକ ଫାଇଦା ପାଇଁ ହିନ୍ଦୁ ଭାବାବେଗକୁ ଉଦ୍ଦେଶ୍ୟମୂଳକ ଆଘାତ ପହଞ୍ଚାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 4, 2023, 9:49 PM IST

ମୁଜାଫରପୁର କୋର୍ଟରେ ଉଦୟାନିଧିଙ୍କ ବିରୋଧରେ ମାମଲା

ପାଟନା: ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ବିହାର ମୁଜାଫରପୁର କୋର୍ଟରେ ଏକ ମାମଲା ଦାଏର କରାଯାଇଛି । ମୁଜାଫରପୁରର ସୁଧୀର କୁମାର ଓଝା ନାମକସ ଜଣେ ସ୍ଥାନୀୟ ଆଇନଜୀବୀ ଉଦୟାନିଧିଙ୍କ ବିରୋଧରେ ମୁଜାଫରପୁର ସିଭିଲ କୋର୍ଟରେ ଏହି ଆବେଦନ ଦାଏର କରିଛନ୍ତି । ଅଭିଯୋଗକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ଯେ, ଉଦୟାନିଧି ସନାତନ ଧର୍ମ ସମ୍ପର୍କରେ ଦେଇଥିବା ବିବାଦୀୟ ତଥା ଅପମାନଜନକ ମନ୍ତବ୍ୟ ସମଗ୍ର ଦେଶର ହିନ୍ଦୁ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ କଠୋର ଆଘାତ କରିଛି ।

ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି, ମନ୍ତ୍ରୀ ଉଦୟାନିଧିଙ୍କ ଏହି ମନ୍ତବ୍ୟ ହିନ୍ଦୁ ଧର୍ମ ଏବଂ ସନାତନ ଧର୍ମରେ ବିଶ୍ବାସ କରୁଥିବା କୋଟି କୋଟି ଲୋକଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି । ରାଜନୈତିକ ଫାଇଦା ଉଠାଇବା ଉଦ୍ଦେଶ୍ୟରେ ଉଦୟାନିଧି ଏଭଳି ସନାତନ ଧର୍ମ ବିରୋଧୀ ବିବୃତ୍ତି ଦେଇଛନ୍ତି । ଏଭଳି ସ୍ଥିତିରେ ତାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । କୋର୍ଟ ଏହି ଆବେଦନକୁ ଶୁଣାଣି ପାଇଁ ଗ୍ରହଣ ମଧ୍ୟ କରିଛନ୍ତି । ଚଳିତ ମାସ (ସେପ୍ଟେମ୍ବର) 14 ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରିଥିବା ଅଭିଯୋଗକାରୀ ଆଇନଜୀବୀ ଅଧୀର କୁମାର ଓଝା କହିଛନ୍ତି । ତେବେ ପ୍ରଥମ ଶୁଣାଣି ଦିନ ଉଦୟାନିଧିଙ୍କୁ ହାଜର ହେବା ପାଇଁ କୋର୍ଟ ସମନ ଜାରି କରିପାରନ୍ତି ।

ଏହା ମଧ୍ୟ ପଢନ୍ତୁ :-Sanatana Remark: ନଉନାହାଁନ୍ତି ଉଦୟାନିଧି, କହିଲେ ଦେଇଥିବା ମନ୍ତବ୍ୟ ବାରମ୍ବାର ଦୋହରାଇବି

ଉଦୟାନିଧିଙ୍କ ଏହି ବିବାଦୀୟ ମନ୍ତବ୍ୟ ପ୍ରଘଟ ହେବା ପରେ ସମଗ୍ର ଦେଶରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି । ତାମିଲନାଡୁରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଦାୟିତ୍ବରେ ଥିବା ଉଦୟାନିଧନ ଶନିବାର ଚେନ୍ନାଇରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ହିନ୍ଦୁ ଧର୍ମ ଉପରେ ଏପରି ବିବାଦୀୟ ମନ୍ତବ୍ୟ ରଖିଥିଲେ । ସନାତନ ଧର୍ମକୁ ମ୍ୟାଲେରିଆ, ଡେଙ୍ଗୁ, କୋରୋନା ଭଳି ରୋଗ ସହ ତୁଳନା କରିଥିଲେ । ଏହାକୁ ଶେଷ କରାଯିବାର ଆବଶ୍ୟକତା ମଧ୍ୟ ଥିବା ସେ କହିଥିବା ଅଭିଯୋଗ ହୋଇଥିଲା । ହେଲେ ଦେଶବ୍ୟାପୀ ସମାଲୋଚନା ଓ ନିନ୍ଦା ପରେ ଉଦୟାନିଧି କହିଛନ୍ତି, ସେ ସନାତନ ଧର୍ମ ବିରୋଧରେ କହିନାହାନ୍ତି, ବରଂ ସନାତନ ଧର୍ମ ସମେତ ଅନ୍ୟ ସମସ୍ତ ଧର୍ମରେ ଥିବା ଜାତିପ୍ରଥାକୁ ବିରୋଧ କରି ଏହା କହିଥିଲେ । ତାଙ୍କ ବିରୋଧରେ ହୋଇଥିବା ମାମଲାର ସେ ସାମ୍ନା କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.