ETV Bharat / bharat

କେଜ୍ରିୱାଲଙ୍କ ମନ୍ତ୍ରୀ ଗୌତମଙ୍କ ବିରୋଧରେ ଥାନାରେ ଏତଲା - ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ

ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ ଥାନାରେ ଏତଲା (BJP Complaint against Rajendra Pal Gautam)। ଧର୍ମ ପରିବର୍ତ୍ତନ ସମାରୋହରେ ଯୋଗ ଦେଇ ସେ ବିବାଦ ଘେରକୁ ଆସିଛନ୍ତି । ଅଧିକ ପଢନ୍ତୁ

କେଜ୍ରିୱାଲଙ୍କ ମନ୍ତ୍ରୀ ଗୌତମଙ୍କ ବିରୋଧରେ ଥାନାରେ ଏତଲା

author img

By

Published : Oct 7, 2022, 7:26 PM IST

ନୂଆଦିଲ୍ଲୀ: ନିଜ ପୂର୍ବଜଙ୍କୁ ବୌଦ୍ଧ ଧର୍ମାବଲମ୍ବୀ କହୁଥିବା ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ (Minister in Kejriwal Government) ରାଜେନ୍ଦ୍ର ପାଲ ଗୌତମ (Minister Rajendra Pal Gautam) ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଦିଲ୍ଲୀରେ ଏକ ସାମୁହିକ ଧର୍ମ ପରିବର୍ତ୍ତନ ସମାରୋହ (Mass Conversion in Delhi)ରେ ସେ ଯୋଗ ଦେବା ପରେ ତାଙ୍କ ବିରୋଧରେ ଆଇପିସି ଧାରା ୧୫୩ଏ ଓ ୧୫୩ବି ଅନୁସାରେ ସଂସଦ ମାର୍ଗ ଥାନାରେ ଏତଲା ଦେଇଛନ୍ତି ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା । ଏହାସହିତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଗିରଫଦାରୀ ପାଇଁ ସେ ଦାବି କରିଛନ୍ତି ।

  • "मैं हिंदू धर्म के देवी देवताओं ब्रह्मा, विष्णु, महेश, श्रीराम, श्रीकृष्ण को भगवान नहीं मानूंगा, न ही उनकी पूजा करूंगा।"

    Arvind Kejriwal’s minister Rajendra Pal executing the “Breaking India” project. Make no mistake, Kejriwal is the prime sponsor of this Hindu hate propaganda… pic.twitter.com/SZNBE2TJNC

    — Amit Malviya (@amitmalviya) October 7, 2022 " class="align-text-top noRightClick twitterSection" data=" ">

ଦିଲ୍ଲୀ ବିଜେପିର କହିବାନୁସାରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଧର୍ମ ପରିବର୍ତ୍ତନ ହେବା ଦ୍ବାରା ଏହା ସମାଜ ଉପରେ ଏକ ନକରାତ୍ମକ ପ୍ରଭାବ ପକାଇପାରେ । ଏହା ଅସାମାଜିକ କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବ । ସମାଜରେ ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ଲାଗି ମନ୍ତ୍ରୀଙ୍କ ଗିରଫଦାରୀ ପାଇଁ ଦାବି କରିଛନ୍ତି । ଧର୍ମ ପରିବର୍ତ୍ତନକୁ ନେଇ ମନ୍ତ୍ରୀ ଗୌତମ ପୂର୍ବରୁ ମଧ୍ୟ ବିବାଦରେ ଫସିଛନ୍ତି । ଗତ ୨୦୨୦ ଅକ୍ଟୋବର ଗାଜିଆବାଦରେ ଧର୍ମ ପରିବର୍ତ୍ତନ ମାମଲାରେ ମନ୍ତ୍ରୀ କହିଥିଲେ, " ଏହା ଧର୍ମ ପରିବର୍ତ୍ତନ ନୁହେଁ, ବରଂ ଘର ୱାପସୀ ବା ଘରକୁ ଫେରିବା ପ୍ରକ୍ରିୟା । ସେମାନେ ନିଜ ସମାଜକୁ ହିଁ ଫେରୁଛନ୍ତି ।"

ଏହା ବି ପଢନ୍ତୁ- GYANVAPI CASE: କାର୍ବନ ଡେଟିଂ ଯାଞ୍ଚ ଆବେଦନ ଉପରେ ଶୁଣାଣି ସ୍ଥଗିତ, ୧୧ରେ ପରବର୍ତ୍ତୀ ଶୁଣାଣି

ସେ ଆହୁରି କହିଥିଲେ ଯେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ବୃହତ ଥିଲା । ଏହାକୁ ବିଲୋପ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା । ବୌଦ୍ଧ ମଠଗୁଡ଼ିକୁ ଭଙ୍ଗା ଯାଇଥିଲା । ନିଜର ପୂର୍ବଜ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ସେ ସମ୍ପର୍କରେ ଲୋକ ଜାଣିବା ପରେ ପୁଣି ଧର୍ମ ପରିବର୍ତ୍ତନ କରୁଛନ୍ତି । ଏପରି ମନ୍ତବ୍ୟ ଦେଇ ମନ୍ତ୍ରୀ ଗୌତମ ବିବାଦରେ ଫସିଥିଲେ । ତେବେ ଏବେ ଧର୍ମ ପରିବର୍ତ୍ତନ ସମାରୋହରେ ଯୋଗ ଦେବା ପରେ ତାଙ୍କ ବିରୋଧରେ ଥାନାରେ ଏତଲା ହୋଇଛି ।

କଣ ମାମଲା ?

ଦିଲ୍ଲୀର ମଧ୍ୟ ଜିଲ୍ଲାରେ ଥିବା ଆମ୍ବେଦକର ଭବନରୁ ଏକ ଭିଡ଼ିଓ ଭାଇରାଲ ହେଉଛି । ଭାଇରାଲ ଭିଡ଼ିଓରେ କିଛି ଲୋକ ଧର୍ମ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ଧର୍ମ ପରିବର୍ତ୍ତନ କରୁଥିବା ଲୋକେ ହିନ୍ଦୁ ଦେବାଦେବୀଙ୍କୁ ପୂଜା ନ କରିବାକୁ ଶପଥ ଗ୍ରହଣ କରୁଛନ୍ତି । ଦାବି କରାଯାଉଛି କି ଭିଡ଼ିଓରେ ଧର୍ମ ପରିବର୍ତ୍ତନ କରୁଥିବା ଲୋକଙ୍କ ମଧ୍ୟରେ ମନ୍ତ୍ରୀ ଗୌତମ (Minister Rajendra Pal Gautam) ମଧ୍ୟ ସାମିଲ ରହିଛନ୍ତି ।

ରାଜେନ୍ଦ୍ର ପାଲ ଗୌତମ କିଏ ?

ରାଜେନ୍ଦ୍ର ପାଲ ଗୌତମ କେଜ୍ରିୱାଲ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ଥିବା ବେଳେ ତାଙ୍କ ନିକଟରେ ସମାଜ କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି, ସହକାରୀ ସମିତିର ରେଜିଷ୍ଟ୍ରାର ବିଭାଗ ରହିଛି । ସେ ପୂର୍ବ ଦିଲ୍ଲୀର ସିମାପୁରୀ ବିଧାନସଭାର ଜଣେ ବିଧାୟକ। ରାଜନୀତିରେ ଯୋଗଦେବା ପୂର୍ବରୁ ଗୌତମ ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୪ରେ ଗୌତମ ଆମ୍ ଆଦମୀ ପାର୍ଟି (AAP)ରେ ଯୋଗ ଦେଇଥିଲେ । ସିମାପୁରୀ ନିର୍ବାଚନମଣ୍ଡଳୀରୁ ୪୮ ହଜାର ୮୮୫ ଭୋଟ ବ୍ୟବଧାନରେ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ସେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ପ୍ରାରମ୍ଭରୁ ଧର୍ମ ପରିବର୍ତ୍ତନ ଉପରେ ଓକିଲାତି କରିଆସୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.