ETV Bharat / bharat

ଦୀପାବଳି ପୂର୍ବରୁ ଝଟ୍‌କା, ବଢିଲା LPG ସିଲିଣ୍ଡର ଦର - COMMERCIAL LPG CYLINDERS RATE INFLATION

ଦୀପାବଳି ପୂର୍ବରୁ ପେଟ୍ରୋଲିୟମ କମ୍ପାନୀର ବଡ଼ ଝଟକା । ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ଆଜି ଅର୍ଥାତ ନଭେମ୍ବର ପହିଲାରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ 266 ଟଙ୍କା ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ଦୀପାବଳୀ ପୂର୍ବରୁ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ 266 ଟଙ୍କା ବୃଦ୍ଧି

author img

By

Published : Nov 1, 2021, 11:08 AM IST

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ପେଟ୍ରୋଲିୟମ କମ୍ପାନୀର ବଡ଼ ଝଟକା । ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ନଭେମ୍ବର ପହିଲାରୁ ଅର୍ଥାତ୍‌ ଆଜି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ 266 ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ସହିତ ବର୍ତ୍ତମାନ ଜାତୀୟ ରାଜଧାନୀ ଦିଲ୍ଲୀରେ 19.2 କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର (LPG commercial Cylinder)ର ମୂଲ୍ୟ 2000.5 ଟଙ୍କା ହୋଇଛି। ହେଲେ ଆଶ୍ବସ୍ତିକର ବିଷୟ ଏହା ଯେ ଏହି ବୃଦ୍ଧି କେବଳ ବ୍ୟବସାୟିକ ସିଲିଣ୍ଡରରେ ଘଟିଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

  • कमर्शियल सिलेंडर के लिए एलपीजी की कीमतों में आज से 266 रुपये की बढ़ोतरी हुई। दिल्ली में 19 किलो के कमर्शियल सिलेंडर की कीमत आज से 2000.50 रुपये होगी जो पहले 1734 रुपये थी। घरेलू एलपीजी सिलेंडर की कीमत में कोई बढ़ोतरी नहीं हुई है।

    — ANI_HindiNews (@AHindinews) November 1, 2021 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ୟ ଯେ, ଅକ୍ଟୋବର 6, 2021ରେ କରାଯାଇଥିବା ସମୀକ୍ଷା ଅନୁଯାୟୀ, ଦିଲ୍ଲୀରେ 19.2 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ମାତ୍ର 1736.50 ଟଙ୍କା ଥିଲା, କିନ୍ତୁ ନଭେମ୍ବର ମାସ ଆରମ୍ଭ ଅର୍ଥାତ୍ ଆଜି ଠାରୁ ଏଥିରେ 266 ଟଙ୍କା ବୃଦ୍ଧି କରାଯାଇଛି । ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ 2000.50 ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି କୋଲକାତାରେ 19.2 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 2073.5 ଟଙ୍କା, ମୁମ୍ବାଇରେ 1950 ଟଙ୍କା ଏବଂ ଲକ୍ଷ୍ନୌରେ 2093 ଟଙ୍କାକୁ ବୃଦ୍ଧି ପାଇଛି ।

ଏହି କାରଣରୁ ରେଷ୍ଟୁରାଣ୍ଟର ଖାଦ୍ୟ ଆହୁରି ମହଙ୍ଗା ହୋଇଯିବ । ସୂଚନାଯୋଗ୍ୟ ଯେ, ପନିପରିବା ଏବଂ ସୋରିଷ ତେଲର ଦରଦାମ ଆକାଶଛୁଆଁ ହେତୁ ରେସ୍ତୋରାଁ ମାଲିକମାନେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ ବର୍ତ୍ତମାନ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ଯୋଗୁଁ ସେମାନେ ଖାଦ୍ୟ ଏବଂ ପାନୀୟ ଦର ଦାମ ବୃଦ୍ଧି କରିବାକୁ ବାଧ୍ୟ ହୋଇପାରନ୍ତି ।

ଉଲ୍ଲେଖନୀୟ କଥା ହେଉଛି, ଏଲପିଜି ମୂଲ୍ୟରେ ବୃଦ୍ଧି ହେବାର ସମ୍ଭାବନା ପୂର୍ବରୁ ପ୍ରକାଶ ପାଇଥିଲା । ଯଦିଓ ତୈଳ କମ୍ପାନୀଗୁଡିକ ଘରୋଇ ଗ୍ୟାସର ମୂଲ୍ୟରେ ବୃଦ୍ଧି ନକରି କିଛି ମାତ୍ରାରେ ଆଶ୍ବସ୍ତି ଦେଇଛନ୍ତି, କିନ୍ତୁ ପରେ ଏହାକୁ ମଧ୍ୟ ବୃଦ୍ଧି କରିପାରନ୍ତି । ଏହାପୂର୍ବରୁ, ଏଲପିଜି ମୂଲ୍ୟରେ ଶେଷ ବୃଦ୍ଧି 6 ଅକ୍ଟୋବରରେ ହୋଇଥିଲା । ସେତେବେଳେ 14.2 କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ 15 ଟଙ୍କା ବୃଦ୍ଧି କରାଯାଇଥିଲା । ତେବେ ଜୁଲାଇଠୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ଏହାର ମୂଲ୍ୟ 90 ଟଙ୍କା ବୃଦ୍ଧି ପାଇସାରିଛି । ଅନ୍ୟପଟେ ସବସିଡି ଉପରେ ସରକାର ଗୋଟିଏ ବର୍ଷରେ ଗୋଟିଏ ପରିବାରକୁ ମାତ୍ର 12 ଟି ସିଲିଣ୍ଡର ଦିଅନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.