ନୂଆଦିଲ୍ଲୀ: ନୂଆ ବର୍ଷରେ ଖାଉଟିଙ୍କୁ ଝଟକା । ମହଙ୍ଗା ହେଲା ବ୍ୟବସାୟିକ ଏଲପିଜି(LPG ) ସିଲିଣ୍ଡର । ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ହୋଇଛି । ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ଦାମ୍ ବଢିଥିଲେ ହେଁ ଘରୋଇ ଏଲପିଜି ସିଲିଣ୍ଡର(Domestic LPG cylinder ) ମୂଲ୍ୟ ଅପରିବର୍ତ୍ତିତ ରହିଛି । ତୈଳ ମାର୍କେଟିଂ କମ୍ପାନୀ (OMCs) ନୂଆବର୍ଷରେ ସିଲିଣ୍ଡର ଦର ବୃଦ୍ଧି କରିଥିବା ନେଇ ଘୋଷଣା କରିଛି ।
ଏହା ମଧ୍ୟ ପଢନ୍ତୁ-ବୃଦ୍ଧାଶ୍ରମରେ ଅଗ୍ନିକାଣ୍ଡ, ସୂର୍ଯ୍ୟୋଦୟ ପୂର୍ବରୁ ଆଖିବୁଜିଲେ ୨ ବରିଷ୍ଠ ନାଗରିକ
ଏପରି ନିଷ୍ପତ୍ତି ପରେ ରେସ୍ତୋରଁ ଓ ହୋଟେଲ ଗୁଡିକରେ ଖାଦ୍ୟର ମୂଲ୍ୟ ମଧ୍ୟ ମହଙ୍ଗା ହୋଇପାରେ । ଘରୋଇ LPG ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଥିବାରୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ ନାହିଁ । ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ବୃଦ୍ଧି ପରେ ଦିଲ୍ଲୀରେ ସିଲିଣ୍ଡରର ମୂଲ୍ୟ ୧୭୬୮, ମୁମ୍ବାଇରେ ୧୭୨୧, କୋଲକାତାରେ ୧୮୭୦ ଓ ଚେନ୍ନାଇରେ ସିଲିଣ୍ଡରର ମୂଲ୍ୟ ୧୯୧୭କୁ ବୃଦ୍ଧି ହୋଇଛି ।
ଗତ ବର୍ଷ ଚାରି ଥର ଘରୋଇ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲା ଓଏମସିଏସ । ପ୍ରଥମେ ମାର୍ଚ୍ଚ ମାସରେ ୫୦ ଟଙ୍କା ବୃଦ୍ଧି କରିଥିବା ବେଳେ ମେ ମାସରେ ୫୦ ଟଙ୍କା ଓ ୩.୫୦ ପଇସା ବୃଦ୍ଧି କରିଥିଲା । ଏହାପରେ ଜୁଲାଇ ମାସରେ ଶେଷ ଥର ପାଇଁ ୫୦ ଟଙ୍କା ବୃଦ୍ଧି ହୋଇଥିଲା । ଗତବର୍ଷ ଘରୋଇ ସିଲିଣ୍ଡରର ମୂଲ୍ୟ ମୋଟ ୧୫୩.୫ ପଇସା ବୃଦ୍ଧି କରିଥିଲା ଓଏମସିଏସ ।