ETV Bharat / bharat

International Passenger Services: ଆସନ୍ତା ୨୭ରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ - ଅନ୍ତର୍ଜାତୀୟ ବିମାନ ସେବା

ଆସନ୍ତା ୨୭ ତାରିଖରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ

ଆସନ୍ତା ୨୭ରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

author img

By

Published : Mar 8, 2022, 5:47 PM IST

Updated : Mar 8, 2022, 8:07 PM IST

ନୂଆଦିଲ୍ଲୀ: ଦେଶରେ କମିଛି କୋରୋନାର କୋପ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖରୁ ଚାଲୁ ହେବ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା । କୋଭିଡ ପାଇଁ ବନ୍ଦ ଥିବାରୁ ଏହାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଅନୁସାରେ ନିୟମ ମାନି ଏହି ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

  • The suspension of scheduled commercial international flights to/from India, thus, stands extended till 2359 hrs IST on 26.03.2022 and air bubble arrangements shall accordingly be extended to this extent only.

    — MoCA_GoI (@MoCA_GoI) March 8, 2022 " class="align-text-top noRightClick twitterSection" data=" ">

ଏ ନେଇ କେନ୍ଦ୍ରୀ ବେସାମିରକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ବିଟ କରି କହିଛନ୍ତି ଯେ ଏହି ପଦକ୍ଷେପ ଦ୍ବାରା ବିଭାଗ ଏକ ନୂଆ ସ୍ତରରେ ପହଞ୍ଚିବ । ଆସନ୍ତା ୨୭ ତାରିଖ ଠାରୁ ଅନ୍ତର୍ଜାତୀୟ ପାସେଞ୍ଜର ବିମାନ ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଥିବାରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି । ଦେଶରେ କୋରୋନା ମହାମାରୀ ଯୋଗୁଁ ଗତ ୨୦୨୦ ମସିହା ମାର୍ଚ୍ଚ ୨୩ ତାରିଖଠାରୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲା ।

ଏହାପରେ ମହାମାରୀ ତୃତୀୟ ଲହର ଦେଖାଯିବା ପରେ ୨୦୨୨ ମସିହା ଫେବୃଆରୀ ୨୮ ତାରିଖରେ ବିମାନ ସେବାର ବନ୍ଦ ଅବଧିକୁ ପୁଣି ବୃଦ୍ଧି କରାଯାଇଥିଲା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ଼ଲାଇନ ଅନୁସାରେ ଏହାର ଅବଧିକୁ ବୃଦ୍ଧି କରାଯାଉଥିଲା ବୋଲି ସିନ୍ଧିଆ କହିଛନ୍ତି ।

@ANI

Last Updated : Mar 8, 2022, 8:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.