ETV Bharat / bharat

ଋଣ ଭାରରେ ବୁଡି ରହିଥିଲେ, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଜୀବନ ହାରିଲେ ସୁରକ୍ଷାକର୍ମୀ - ଦୁଇ ପିଲାଙ୍କୁ ହତ୍ୟା କରି ଜୀବନ ହାରିଲେ ସୁରକ୍ଷାକର୍ମୀ

Collector Gunman Family Suicide in Siddipet: ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଗୁଳି କରି ହତ୍ୟା କଲେ ସୁରକ୍ଷାକର୍ମୀ । ଶେଷରେ ନିଜେ ମଧ୍ୟ ଜୀବନ ହାରିଲେ । ଅଧିକ ପଢନ୍ତୁ

Collectors gunman committed suicide
ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରି ଜୀବନ ହାରିଲେ ସୁରକ୍ଷାକର୍ମୀ
author img

By ETV Bharat Odisha Team

Published : Dec 16, 2023, 2:26 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଅଭାବନୀୟ ଘଟଣା । 2 ପିଲା ଓ ସ୍ତ୍ରୀକୁ ଗୁଳି କରି ହତ୍ୟା କରିବା ପରେ ଜୀବନ ହାରିଲେ ସୁରକ୍ଷାକର୍ମୀ । ନିଜ ବନ୍ଧୁକରୁ ଗୁଳି ଫୁଟାଇ ଜୀବନ ହାରିବା ସହ ଜୀବନ ନେଲେ ତିନି ଜଣଙ୍କ ଜୀବନ ନେଲେ ଜିଲ୍ଲାପାଳଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀ । ଏଭଳି ଘଟଣା ଘଟିଛି ସିଦ୍ଧିପେଟ ଜିଲ୍ଲାର ଚିନାକୋଡୁର ମଣ୍ଡଳରେ । ମୃତକ ଜଣଙ୍କ ଅକୁଲା ନରେଶ । ସେ ସିଦ୍ଧିପେଟ ଜିଲ୍ଲାପାଳ ପ୍ରଶାନ୍ତ ଜୀବନ ପାଟିଲଙ୍କ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ସ୍ତ୍ରୀ ହେଉଛନ୍ତି ଚୈତନ୍ୟା, ପୁଅ ରେବନ୍ତ ଓ ଝିଅ ହିମାଶ୍ରୀଙ୍କ ସହ ସେ ଚିନ୍ନାକୋଡୁର ରାମୁନିପାଟାଲରେ ରହୁଥିଲେ ।

ଏହା ମଧ୍ୟ ପଢନ୍ତୁ-ସ୍ତ୍ରୀ ଓ ଛୁଆଙ୍କୁ ହାତୁଡିରେ ଛେଚି ହତ୍ୟା ପରେ ଡାକ୍ତରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ

ଶୁକ୍ରବାର ଅକୁଲା ନରେଶ ଡ୍ୟୁଟିକୁ ନଯାଇ ଘରେ ରହିଥିଲେ । ସେହିଦିନ ସେ ପ୍ରଥମେ ତାଙ୍କ ସ୍ତ୍ରୀ ଓ ଦୁଇ ପୁଇ ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଜୀବନ ହାରିଥିଲେ । ଡ୍ୟୁଟିକୁ ଆସି ନ ଥିବାରୁ ସନ୍ଦେହରେ କର୍ମଚାରୀମାନେ ତାଙ୍କ ଘରକୁ ଯାଇଥିଲେ । ଏହି ସମୟରେ ଘର ଭିତରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚାରି ଜଣଙ୍କୁ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ହସ୍ପିଟାଲେର ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ସେଠାରେ ସମସ୍ତଙ୍କ ମୃତ ଘୋଷଣା କରିଥିଲେ ।

ଅନଲାଇନରେ ବେଟିଂ ଯୋଗୁଁ ଋଣ ଭାରରେ ବୁଡି ରହିଥିଲେ ଅକୁଲା ନରେଶ । ଏହାକୁ ନେଇ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା । ନରେଶ ଉତକ୍ଷିପ୍ତ ହୋଇ ଦୁଇ ପୁଅ ଓ ଝିଅଙ୍କୁ ସ୍କୁଲରୁ ଘରକୁ ଆଣିଥିଲେ । ଏହାପରେ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରିବା ପରେ ନିଜ ଉପରକୁ ଗୁଳି ଚଳାଇ ଜୀବନ ହାରିଥିବା ପୋଲିସ କହିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ନରେଶ ତାର ପୁରା ପରିବାରକୁ ହତ୍ୟା କରିବା ପରେ ନିଜେ ଜୀବନ ହାରିଛନ୍ତି । ବନ୍ଧୁକରୁ ଗୁଳି ଚଳାଇ ସେ ପତ୍ନୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିଲା । ପୋଲିସ ନରେଶର ଫୋନ ଜବତ କରିଛି । ସେ ଋଣରେ ବୁଡି ରହିଥିବାରୁ ଏହାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.