ETV Bharat / bharat

ଜୀବନ ହାରିଲେ DIG ବିଜୟ କୁମାର, କାରଣ ଅସ୍ପଷ୍ଟ - ଜୀବନ ହାରିଲେ ଡିଆଇଜି ବିଜୟ କୁମାର

ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରି ଜୀବନ ହାରିଲେ କୋଏମ୍ବାଟୁର DIG ବିଜୟ କୁମାର । ଅଧିକ ପଢନ୍ତୁ

DIG ବିଜୟ କୁମାରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ
DIG ବିଜୟ କୁମାରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ
author img

By

Published : Jul 7, 2023, 10:08 AM IST

ଚେନ୍ନାଇ: ତାମିଲନାଡୁର ବରିଷ୍ଠ IPS ଅଧିକାରୀ ତଥା କୋଏମ୍ବାଟୁର DIG ବିଜୟ କୁମାରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ନିଜର ସର୍ଭିସ ପିସ୍ତଲରୁ ସେ ନିଜକୁ ଗୁଳି କରିଦେଇଛନ୍ତି । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଆଜି(ଶୁକ୍ରବାର) ସକାଳୁ କୋଏମ୍ବାଟୁର ରେସ୍ କୋର୍ସ ରୋଡରେ ଥିବା କ୍ୟାମ୍ପ ଅଫିସରୁ ଆଇପିଏସ ଅଧିକାରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କାହିଁକି ସେ ଆତ୍ମହତ୍ୟା ନିଷ୍ପତ୍ତି ନେଲେ ତାହା ଏ ଯାଏଁ ସ୍ପଷ୍ଟ ହୋଇନି । ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି ।

ପୋଲିସର ସୂଚନା ମୁତାବକ, ଆଜି(ଶୁକ୍ରବାର) ସକାଳ ପ୍ରାୟ ୬ଟା ୫୦ ମିନିଟ ସମୟରେ DIG ବିଜୟ କୁମାର ମର୍ଣ୍ଣିଂ ୱାକରୁ ନିଜ ଅଫିସକୁ ଫେରିଥିଲେ । ଏହାପରେ ସେ ସୁରକ୍ଷାକର୍ମୀଙ୍କଠାରୁ ସର୍ଭିସ ପିସ୍ତଲ ମାଗି ନେଇ ରୁମ୍ ଭିତରକୁ ପଶିଥିଲେ । କିଛି ସମୟ ପରେ ଭିତରୁ ଗୁଳି ଫୁଟିବାର ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ସୁରକ୍ଷାକର୍ମୀ ରୁମ ଭିତରକୁ ଯିବାରୁ ବିଜୟ କୁମାରଙ୍କ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ଦେଖିଥିଲେ । ଏହାପରେ ସେ ସଙ୍ଗେସଙ୍ଗେ ଡିଆଇଜିଙ୍କୁ କୋଏମ୍ବାଟୁର ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କର ମୃତଦେହ ହସ୍ପିଟାଲରେ ଅଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଏହି ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଏବଂ ହସ୍ପିଟାଲରେ ପହଞ୍ଚିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପରକୀୟା ପ୍ରୀତିରୁ ଜଘନ୍ୟକାଣ୍ଡ: ପତ୍ନୀ ସହ 2 ଶିଶୁକୁ ଜୀବନ୍ତ ଜାଳିଦେଲେ ଯବାନ

ଗୁରୁବାର ସନ୍ଧ୍ୟାରେ IPS ବିଜୟ କୁମାର ନିଜର ସହକର୍ମୀ IPS ଚାନ୍ଦିଶଙ୍କ ପୁଅର ଜନ୍ମଦିନ ପାର୍ଟିରେ ଯୋଗ ଦେଇଥିଲେ । ଚାନ୍ଦିଶ ଉତ୍ତର କୋଏମ୍ବାଟୁରର ଡିସିପି ଭାବେ କାର୍ଯ୍ୟରତ ଅଛନ୍ତି । ୪୫ ବର୍ଷୀୟ ବିଜୟ କୁମାରଙ୍କ ଘର ତିରୁନେଲଭେଲିରେ । ୨୦୦୯ ବ୍ୟାଚର ଏହି IPS ଅଧିକାରୀ ଗତ ଜାନୁଆରୀରେ ହିଁ DIG ଭାବେ ପଦୋନ୍ନତି ପାଇଥିଲେ । ଗତ ଫେବୃଆରୀରେ ସେ କୋଏମ୍ବାଟୁର DIG ଭାବରେ ଯୋଗ ଦେଇଥିଲେ । ପୂର୍ବରୁ ସେ ଆନ୍ନା ନଗର, କାଞ୍ଚିପୁରମ, କୁଡ୍ଡାଲୋର, ନାଗାପତିନମ ଏବଂ ଥିରୁବାରୁର ଡିସିପି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ତେବେ କାହିଁକି ଏହି ବରିଷ୍ଠ ଆଇପିଏସ ଅଧିକାରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡିନି । ଏନେଇ ଛାନଭିନ୍ ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.