ETV Bharat / bharat

ଲାଲଗଡରେ 5 ଦିନ, ମୃତ୍ୟୁ ଫାଶରୁ ମୁକୁଳିଲେ କୋବ୍ରା ଯବାନ

author img

By

Published : Apr 8, 2021, 11:05 PM IST

ମୃତ୍ୟୁର ଫାଶରେ ଗଣ୍ଠି ପଡିଥିଲା ଯବାନଙ୍କ ଜୀବନ । ଚାରି ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଘେରି ରହିଥିଲେ ରକ୍ତମୁଖା ନୃସଶ ପୂଳା ପୂଳା ନକ୍ସଲ । ତଥାପି ଆଖିରେ ନଥିଲା ମରିବାର ଭୟ । ତେବେ କିଭଳି ଲାଲବାହିନୀ କବଜାରେ ଫସିଥିଲେ ସିଆରରପିଏଫ୍ କୋବ୍ରା ଯବାନ..

ଲାଲଗଡରେ 5 ଦିନ, ମୃତ୍ୟୁ ଫାଶରୁ ଖସିଲେ କୋବ୍ରା ଯବାନ

ହାଇଦ୍ରାବାଦ: ଲାଲଗଡରେ 5 ଦିନର ଲୋମଟାଙ୍କୁରା ମୂହୂର୍ତ୍ତ । ମୃତ୍ୟୁର ଫାଶରେ ଗଣ୍ଠି ପଡିଥିଲା ଯବାନଙ୍କ ଜୀବନ । ଚାରି ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଘେରି ରହିଥିଲେ ରକ୍ତମୁଖା ନୃସଂଶ ପୁଳା ପୁଳା ନକ୍ସଲ । ତଥାପି ଆଖିରେ ନଥିଲା ମରିବାର ଭୟ । ଶତ୍ରୁ ଆଗରେ ନଇଁନଥିଲା ଭାରତର ବୀର ପୁଅର ମୁଣ୍ଡ.. ଦୃଢ ମନୋବଳ, ଶକ୍ତ ଶରୀର ସହ ଅଟଳ ଥିଲେ ଆମ ବୀର ଯବାନ ରାକେଶ୍ବର ସିଂ ମାନହାସ । ଶେଷରେ ବୀରତ୍ବର ଦ୍ବାହି ଦେଇ ପ୍ରିୟ ପରିଜନଙ୍କ ପାଖକୁ ଫେରି ଆସିଛନ୍ତି ରାକେଶ୍ବର । ତେବେ କିଭଳି ଲାଲବାହିନୀ କବଜାରେ ଫସିଥିଲେ ସିଆରରପିଏଫ୍ କୋବ୍ରା ଯବାନ..

ଶନିବାର ଅପରାହ୍ନ... ଅଚାନକ ଯବାନଙ୍କ ଉପରେ ହୋଇଥିଲା ଗୁଳିବର୍ଷଣ .. ନକ୍ସଲଙ୍କ ଯୋଜନାବଦ୍ଧ ଆକ୍ରମଣରେ ଟଳିପଡିଥିଲେ ଜଣଙ୍କ ପରେ ଜଣେ ଯବାନ । ପ୍ରାୟ 6 ଘଣ୍ଟାର ଏହି ଯୁଦ୍ଧରେ ରକ୍ତରଞ୍ଜିତ ହୋଇଯାଇଥିଲା ଛତିଶଗଡ ବିଜାପୁର ଜଙ୍ଗଲ । ନକ୍ସଲଙ୍କ ଚକ୍ରବ୍ୟୁହରେ ଛନ୍ଦି ହୋଇ 22 ଯବାନ ସହିଦ ହୋଇଯାଇଥିଲା ବେଳେ 35 ବର୍ଷୀୟ ରାକେଶ୍ବର ସିଂହ ମାନହାସ ହୋଇଯାଇଥିଲେ ନିଖୋଜ । ସୋମବାର ଜଣାପଡିଲା ଲାଲବାହିନୀ କବଳରେ ଅପହୃତ ଯବାନ। ଏପଟେ ସମୟ ଗଡିବା ସହ ବଢିଥିଲା ଯବାନଙ୍କ ପରିବାର ଭୟ । ବାୟୁସେବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆଣିବା ଭଳି ସ୍ବାମୀଙ୍କୁ ଫେରାଇ ଆଣ ବୋଲି ଅନୁରୋଧ କରିଥିଲେ ସ୍ତ୍ରୀ ମିନୁ । ଏହାରି ଭିତରେ ଯବାନଙ୍କୁ ମୁକୁଳାଇବାକୁ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଥିଲେ ନକ୍ସଲ । ନକ୍ସଲଙ୍କ ପ୍ରସ୍ତାବ ପରେ ତତ୍ପର ହୋଇଥିଲେ ସରକାର । ସମାଜସେବୀ ପଦ୍ମଶ୍ରୀ ଧର୍ମପାଲ ସାଇନି ଓ ଗୋଣ୍ଡୱାନା ସମାଜ ମୁଖ୍ୟ ତେଲେମା ବୋରିୟାଙ୍କ ନେତୃତ୍ବରେ ଗଠନ ହୋଇଥିଲା କମିଟି । ଆଜି ମାଓବାଦୀମାନେ ଦୁଇ ମଧ୍ୟସ୍ଥ ଓ ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ କରିଥିଲେ ପ୍ରଜା କୋର୍ଟ । ରାକେଶ୍ବରଙ୍କ ଦୁଇ ହାତ ବାନ୍ଧି ପ୍ରଜାକୋର୍ଟରେ ହାଜର ପରେ 7 ଜଣ ମିଡିଆ କର୍ମୀଙ୍କ ଉପସ୍ଥିତିରେ ରାକେଶ୍ୱରଙ୍କୁ ସୁରକ୍ଷିତ ହସ୍ତାନ୍ତର କରିଛନ୍ତି ମାଓବାଦୀ । ଆଉ ସ୍ବାମୀଙ୍କ ମୁକୁଳିବା ଖବରରେ ଆନନ୍ଦିତ ସ୍ତ୍ରୀ । ତାଙ୍କ ପରିବାର ଲୋକ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.