ETV Bharat / bharat

ବେଡରେ ନାଗ ସହ ଗୋଟିଏ ରାତି, ଅଳ୍ପକେ ବର୍ତ୍ତିଲେ ଯୁବକ - ହରିୟାଣା ଖବର

ସାରା ରାତି କମ୍ବଳ ଭିତରେ ପଶି ବେଡରେ ରହିଲା ବିଷଧର ନାଗ । ଅଳ୍ପକେ ବର୍ତ୍ତିଗଲେ ହରିୟାଣା ଯୁବକ । ଅଧିକ ପଢନ୍ତୁ

Cobra found coiled on mans bed
Cobra found coiled on mans bed
author img

By ETV Bharat Odisha Team

Published : Nov 25, 2023, 9:28 PM IST

ଚଣ୍ଡିଗଡ଼: ଥରେ ଭାବନ୍ତୁ ଆପଣ ରାତିରେ ଶୋଇଥିବେ ଓ ସକାଳେ ଉଠିବା ପରେ ଜାଣିବେ ସାରା ରାତି ଆପଣଙ୍କ ବେଡ୍‌ରେ ଥିଲା କୋବ୍ରା । ନିଶ୍ଚିତ ଆପଣଙ୍କ ହୋସ ଉଡିଯିବ । ତେବେ ଏଭଳି ଏକ ଘଟଣା ବାସ୍ତବରେ ଘଟିଛି । ହରିୟାଣା ଫତେହବାଦ ଅଞ୍ଚଳରେ ଜଣେ ବ୍ୟକ୍ତି ଶୋଇଥିବା ବେଳେ ସାରା ରାତି ତାଙ୍କ କମ୍ବଳ ଭିତରେ ଥିଲା ଏକ ବିଷଧର ସାପ । ସକାଳେ ଏ ସମ୍ପର୍କରେ ଜଣାପଡ଼ିବା ପରେ ସାପକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛାଡ଼ିଛି ବନ ବିଭାଗ ।

କଣ ପୁରା ଘଟଣା:- ହରିୟାଣାର ଫତେହବାଦ ଜିଲ୍ଲାର ବଟୁକଲା ଗାଁର ଅଧିବାସୀ ଦୁନି ରାମ ସୁଥାରଙ୍କ ସହ ଘଟିଛି ଏହି ଘଟଣା । ଦୁନି ଯେତେବେଳେ ରାତିରେ ଶୋଇଥିଲେ, ସେତେବେଳେ ତାଙ୍କ କମ୍ବଳ ଭିତରେ ପଶିଯାଇଥିଲା ଏକ ବିଷଧର ନାଗ ସାପ । ମଝିରେ ମଝିରେ ସାପ ଗର୍ଜନ ବି କରିଛି, ହେଲେ ଦୁନି ଏହାକୁ ବିଲେଇ କିମ୍ବା ଅନ୍ୟ ଶବ୍ଦ ଭାବି ଅଣଦେଖା କରିଛନ୍ତି । ଏହାପରେ ହୁଏତ କୋବ୍ରାଟି ରାତିରେ କମ୍ବଳ ବାହାରୁ ବାହାରି ଦୁନିଙ୍କ ଗୋଡ଼ ତଳେ ଥିଲା । କାରଣ ସକାଳୁ କମ୍ବଳ ତଳୁ ଏହି ବିଷଧର ସାପକୁ ଉଦ୍ଧାର କରାଯାଇଥିଲା ।

ଏହା ବି ପଢନ୍ତୁ- ସାବଧାନ ! ଖଟ ଉପରେ ଫଣାଟେକି ବସିଛି ସାପ

ସକାଳୁ ଉଠିବା ପରେ ଉଡିଲା ହୋସ:- ରାତି ସାରା ଏକ ଗଭୀର ନିଦ୍ରାରେ ଶୋଇବା ପରେ ସକାଳେ ଯେତେବେଳେ ଦୁନିଙ୍କ ନିଦ ଭାଙ୍ଗିଥିଲା, ସେତେବେଳେ ତାଙ୍କ ହୋସ ଉଡ଼ିଯାଇଥିଲା । ଏହାପରେ ସେ ଜୋରରେ ଚିତ୍କାର କରି ସେଠାରୁ ପଳାଇ ଘର ଲୋକଙ୍କୁ ଏ ନେଇ ଅବଗତ କରାଇଥିଲେ । ଏହାପରେ ସାରା ଗାଁରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଲୋକେ ସହଜରେ ଏହି କଥାକୁ ଗ୍ରହଣ କରିପାରିନଥିବା ବେଳେ ଭୟଭୀତ ମଧ୍ୟ ହୋଇପଡ଼ିଥିଲେ । ଏହାପରେ ସ୍ନେକ ହେଲ୍ପଲାଇନକୁ ଏ ନେଇ ଖବର ଦିଆଯାଇଥିଲା ।

ସ୍ନେକ ହେଲ୍ପ ଲାଇନର ଅଧିକାରୀ ଦୁନିଙ୍କ ଘରେ ପହଞ୍ଚି ସାପକୁ ଧରିବାକୁ ଚେଷ୍ଟା କରିଥିଲେ । ସାପ ଉଦ୍ଧାର ହେବା ପରେ ଏହାକୁ ନିକଟସ୍ଥ ଜଙ୍ଗଲରେ ଛଡ଼ାଯାଇଛି । ସ୍ନେକ ହେଲ୍ପଲାଇନ ଅଧିକାରୀଙ୍କ କହିବାନୁସାରେ ଶୀତ ଯୋଗୁଁ ସାପଟି ଲୁଚିବାକୁ ଚେଷ୍ଟା କରୁଥିଲା । ଏଣୁ ସେ କମ୍ବଳ ଭିତରେ ପଶିଥିଲା । ତେବେ ସୌଭାଗ୍ୟବଶତଃ ଏହି ବିଷଧର ସାପଟି ଦୁନିଙ୍କୁ ଦଂଶନ କରିନଥିଲା । ନାଗଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବ୍ୟକ୍ତି ଜଣକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.