ETV Bharat / bharat

36 ବର୍ଷର ରେକର୍ଡ ଭାଙ୍ଗିଲେ CM ଯୋଗୀ, ନିର୍ବାଚନ ପୂର୍ବରୁ ଦେଇଥିଲେ ଫେରିବାର ପ୍ରତିଶୃତି

author img

By

Published : Mar 10, 2022, 7:57 PM IST

ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଉତ୍ତର ପ୍ରଦେଶ ରାଜନୀତିରେ କୌଣସି ବି ମୁଖ୍ୟମନ୍ତ୍ରୀ ଦ୍ବିତୀୟଥର କ୍ଷମତାକୁ ଫେରିନାହାଁନ୍ତି କିନ୍ତୁ.. ମୁଁ ଫେରିବି । ସେତେବଳେ ଯୋଗୀଙ୍କ ଏହି ଦମ୍ଭୋକ୍ତିକୁ ନେଇ ଅଖିଳେଶ ଯୋଗୀଙ୍କୁ ତାତ୍ସଲ୍ୟ କରିଥିଲେ । ଅଧିକ ପଢନ୍ତୁ

CM ଯୋଗୀ
CM ଯୋଗୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ନିର୍ବାଚନ (Up assembly Result) ର ଯଥେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath Chief Minister ) ଚଳିତ ନିର୍ବାଚନରେ ୩୫ ବର୍ଷର ଏକ ରେକର୍ଡ ଭାଙ୍ଗିବେ ବୋଲି ଦମ୍ଭୋକ୍ତି ରଖିଥିଲେ । ଯାହା ଆଜି କରି ଦେଖାଇଛନ୍ତି । ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନଥିଲେ ।

୩୫ ବର୍ଷର ରେକର୍ଡ ଭାଙ୍ଗିଲେ CM ଯୋଗୀ, ନିର୍ବାଚନ ପୂର୍ବରୁ ଦେଇଥିଲେ ଫେରିବାର ପ୍ରତିଶୃତି

ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଉତ୍ତର ପ୍ରଦେଶ ରାଜନୀତିରେ କୌଣସି ବି ମୁଖ୍ୟମନ୍ତ୍ରୀ ଦ୍ବିତୀୟଥର କ୍ଷମତାକୁ ଫେରିନାହାଁନ୍ତି କିନ୍ତୁ... ମେଁ ୱାପସ କରୁଗାଁ...ସେତେବଳେ ଯୋଗୀଙ୍କ ଏହି ଦମ୍ଭୋକ୍ତିକୁ ନେଇ ଅଖିଳେଶ ଯୋଗୀଙ୍କୁ ତାତ୍ସଲ୍ୟ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଯୋର ହୋଇଥିଲା।

ସେତେବେଳେ ଯୋଗୀଙ୍କ ଏହି ବୟାନକୁ କିଛି ଲୋକ ସହଜରେ ଗ୍ରହଣ କରିନଥିଲେ ସତ... କିନ୍ତୁ ଗୋରଖନାଥ ମଠର ମଠାଧୀଶ ଯୋଗୀ ଆଦିତ୍ବନାଥ ୟୁପିବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିଛନ୍ତି। ଜଣେ ଯୋଗୀ ଭାବେ ଦେଇଥିବା ବଚନକୁ ବାସ୍ତବରେ ପରିଣତ କରିଛନ୍ତି । ଯାହା ଏବେ ୟୁପି ରାଜନୀତିରେ ଅନେକ ରେକର୍ଡ ସ୍ଥାପନ କରିଛି।

ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୟୁପିରେ କୌଣସି ମୁଖ୍ୟମନ୍ତ୍ରୀ ଲଗାତାର ଦ୍ବିତୀୟ ଥର ପାଇଁ ନିର୍ବାଚନ ଜିତିନାହାଁନ୍ତି । ଏକାଧିକ ପାର୍ଟି ୟୁପିକୁ ବାରମ୍ବାର ଶାସନ କରିଛନ୍ତି । କିନ୍ତୁ ଲଗାତାର ଦ୍ବିତୀୟ ଥର ପାଇଁ କେହି ବି ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି ।

ସ୍ବାଧିନତା ପରେ ବର୍ଷ ୧୯୫୦ ରେ ୟୁପିକୁ ପ୍ରଥମ ମୁଖ୍ୟମନ୍ତ୍ରୀ ମିଳିଥିଲା। ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ମୋଟ ୨୦ ଜଣ ମୁଖ୍ୟମନ୍ତ୍ରୀ ୟୁପିକୁ ଶାସନ କଲେଣି । ଗୋବିନ୍ଦ ବଲ୍ଲଭ ପନ୍ଥ ହୋଇଥିଲେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ। ଗୋବିନ୍ଦ ୟୁପିର ମୁଖ୍ୟମନ୍ତ୍ରୀ ଭାବେ ୪ ବର୍ଷ ୩୫୫ ଦିନ କାର୍ଯ୍ୟ କରିଥିଲେ । ୧୯୫୦ ରୁ ୧୯୬୭ ପର୍ଯ୍ୟନ୍ତ ୧୭ ବର୍ଷ ଧରି ୟୁପିକୁ ଶାସନ କରିଥିଲା କଂଗ୍ରେସ । କିନ୍ତୁ ପ୍ରତି ନିର୍ବାଚନରେ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ପଡିଥିଲା।

ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ପରେ ୧୯୫୪ ରୁ ୧୯୬୦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣନନ୍ଦ ମୁଖ୍ୟମନ୍ତ୍ରୀ ହୋଇଥିଲେ, ୧୯୬୦ ରୁ ୧୯୬୩ ପର୍ଯ୍ୟନ୍ତ ଚନ୍ଦ୍ରଭାନୁ ଗୁପ୍ତା, ୧୯୬୩ ରୁ ୧୯୬୭ ପର୍ଯ୍ୟନ୍ତ ସୁଚେତା କୃପଲାନୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କୃପଲାନୀ ହୋଇଥିଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । କୃପଲାନୀଙ୍କ ପରେ ପୁଣି ୧୯ ଦିନ ପାଇଁ ଚନ୍ଦ୍ରଭାନୁ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଏହାପରେ ୟୁପି ରାଜନୀତିରେ ବଡ ଧରଣର ହୋଇଥିଲା ପରିବର୍ତ୍ତନ। ପ୍ରଥମ ଥର ପାଇଁ ୟୁପିରେ ଗଠନ ହୋଇଥିଲା ଅଣକଂଗ୍ରେସ ସରକାର । ୧୯୬୭ ରୁ ୬୮ ପର୍ଯ୍ୟନ୍ତ ଚୌଧୁରୀ ଚରଣ ସିଂ ହୋଇଥିଲେ ୟୁପିର ପ୍ରଥମ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ । ୧୯୬୮ ରେ ପ୍ରଥମ ଥର ପାଇଁ ୟୁପିରେ ଗୋଟିଏ ବର୍ଷ ପାଇଁ ଲାଗିଥିଲା ରାଷ୍ଟ୍ରପତି ଶାସନ। ପରେ ୧୯୬୯ ବିଧାନସଭା ନିର୍ବାଚନରେ ପୁଣି କଂଗ୍ରେସ କ୍ଷମତାକୁ ଫେରିଥିଲା। ଆଉ ଅଭିଜ୍ଞ ଚନ୍ଦ୍ରଭାନୁ ଗୁପ୍ତା ପୁଣି ଥରେ ହୋଇଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ। ଚନ୍ଦ୍ରଭାନୁ ଭିନ୍ନ ଭିନ୍ନ ସମୟରେ ରାଜ୍ୟର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୭୦ ରେ ପୁଣି ଥରେ ଚୌଧୁରୀ ଚରଣ ସିଂ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇ ୨୨୫ ଦିନ ପର୍ଯ୍ୟନ୍ତ ୟୁପି କୁ ଶାସନ କରିଥିଲେ । ତାଙ୍କ ପରେ କଂଗ୍ରେସର ତ୍ରିଭୁବନ ନାରାୟଣ ସିଂ ୧୯୭୦ ରୁ ୧୯୭୧, କମଳାପତି ତ୍ରୀପାଠୀ ୧୯୭୧ ରୁ ୧୯୭୩ ଯାଏଁ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ପରେ ୧୯୭୩ ରେ ରାଜ୍ୟରେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଯାହା ୧୩ ଜୁନ ୧୯୭୩ ରୁ ୮ ନଭେମ୍ବର ୭୩ ପର୍ଯ୍ୟନ୍ତ ଲାଗୁ ହୋଇଥିଲା। ବର୍ଷ ୧୯୭୩ ରୁ ୧୯୭୫ ପର୍ଯ୍ୟନ୍ତ ହେମବତ ଯୋଶୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ, ସେହି ବର୍ଷ ଦେଶରେ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି। ପରେ ୩୦ ନଭେମ୍ବର ୧୯୭୫ ରୁ ୨୧ ଜାନୁୟାରୀ ୧୯୭୬ ଯାଏଁ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ଏହାପରେ ୧୯୭୬ ରେ ନାରାୟଣ ଦତ୍ତ ହୋଇଥିଲେ ମୁଖ୍ୟମନ୍ତ୍ରୀ। ନାରାୟଣ ଦତ୍ତ ଗୋଟିଏ ବର୍ଷ ୯୯ ଦିନ ଶାସନ କରିଥିବା ବେଳେ ୩୦ ଏପ୍ରିଲ ୧୯୭୭ ରୁ ପୁଣି ଥରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ଏହାପରେ ୧୯୭୭ ରୁ ୧୯୭୯ ଯାଏଁ ଜନତା ପାର୍ଟିରୁ ରାମ ନରେଶ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ, ୧୯୭୯ ରୁ ୧୯୮୦ ଯାଏଁ ବାବୁ ବନାରସୀ ଦାସ ହୋଇଥିଲେ ୟୁପି ମୁଖ୍ୟମନ୍ତ୍ରୀ ।

ସେହିପରି ୧୭ ଫେବୃୟାରୀ ୧୯୮୦ ରୁ ୯ ଜୁନ ୧୯୮୦ ଯାଏଁ ୟୁପିରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା। ୧୯୮୦ ରୁ ୧୯୮୨ ଯାଏଁ ବିପି ସିଂ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୧୯୮୨ ରେ ଶ୍ରୀପତି ମିଶ୍ରା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଶ୍ରୀପତିଙ୍କ ପରେ ନାରାୟଣ ଦତ୍ତ ତିୱାରୀ ହୋଇଥିଲେ ରାଜ୍ୟର ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ । ୧୯୮୪ ରୁ ୧୯୮୫ ଯାଏଁ ଓ ୧୯୮୮ ରୁ ୧୯୮୯ ପର୍ଯ୍ୟନ୍ତ ବୀର ବାହାଦୂର ସିଂ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୧୯୮୯ ରେ ପୁଣି ଥରେ ରାଜ୍ୟର କ୍ଷମତାକୁ ଫେରିଥିଲା ଜନତା ଦଳ। ମୁଲାୟମ ସିଂ ଯାଦବ ହୋଇଥିଲେ ମୁଖ୍ୟମନ୍ତ୍ରୀ। ବର୍ଷ ୧୯୯୧ ରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟି (ବିଜେପି) ୟୁପି ଶାସନ ମଙ୍ଗ ଧରିଥିବା ବେଳେ ଡିସେମ୍ବର ୬ ପର୍ଯ୍ୟନ୍ତ କଲ୍ୟାଣ ସିଂ ହୋଇଥିଲେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ । ଆଉ ଏହି ଠାରୁ ଉତ୍ତର ପ୍ରଦେଶ ରାଜନୀତିରେ ଆରମ୍ଭ ହୋଇଥିଲା ପରିବର୍ତ୍ତନ ଧାରା । ଗୋଟିଏ ବର୍ଷ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ୧୯୯୩ ରେ ପୁଣି ଥରେ ମୁଲାୟମ ସିଂ ଯାଦବ କ୍ଷମତାକୁ ଫେରି ହୋଇଥିଲେ ମୁଖ୍ୟମନ୍ତ୍ରୀ । ପରେ ବର୍ଷ ୧୯୯୫ ରେ ରାଜ୍ୟକୁ ମିଳିଥିଲା ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ । ୧୯୯୫ ରୁ ୯୭ ପର୍ଯ୍ୟନ୍ତ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଏହାପରେ ପୁଣି ଥରେ ବିଜେପି କ୍ଷମତାକୁ ଫେରିଥିଲା । ୧୯୯୭ ରୁ ୧୯୯୯ ପର୍ଯ୍ୟନ୍ତ କଲ୍ୟାଣ ସିଂ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ରାମ ମନ୍ଦିର ଆନ୍ଦୋଳନକୁ ନେଇ କଲ୍ୟାଣ ସିଂ ଇସ୍ତଫା ଦେବା ପରେ ରାମ ପ୍ରକାଶ ଗୁପ୍ତା ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ପାଳି ଆସିଥିଲା ରାଜନାଥ ସିଂ ଙ୍କର । ରାଜନାଥ ୨୦୦୦ ମସିହାରୁ ୨୦୦୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୨୦୦୨ରେ ପୁଣି ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ, ୨୦୦୩ ନିର୍ବାଚନରେ ପୁଣି ସପା କ୍ଷମତାକୁ ଫେରିଥିଲା । ଆଉ ଦଳର ମୁଖ୍ୟ ମୁଲାୟମ ସିଂ ଯାଦବ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨୦୦୭ ନିର୍ବାଚନରେ ପୁଣି ଥରେ ବହୁଜନ ସମାଜବାଦୀ ପାର୍ଟି କ୍ଷମତାକୁ ଫେରିଥିଲା । ପୁରା ୫ ବର୍ଷ ପାଇଁ ମାୟାବତୀ ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨୦୧୨ ନିର୍ବାଚନରେ ସପା ପୁଣି କ୍ଷମତାକୁ ଫେରିଥିବା ବେଳେ, ୟୁପି ରାଜନୀତିରେ ନୂଆ ରାଜକୁମାର ଭାବେ ଉଦୟ ହୋଇଥିଲେ ଅଖିଳେଶ ଯାଦବ। ଦଳୀୟ କର୍ମୀଙ୍କ ଦାବି ଅନୁସାରେ ସପା ମୁଖ୍ୟ ମୁଲାୟମ ଅଖିଳେଶଙ୍କୁ କରିଥିଲେ ମୁଖ୍ୟମନ୍ତ୍ରୀ। ପରେ 2017 ନିର୍ବାଚନରେ ବିଜେପି ସମସ୍ତ ରେକର୍ଡ ଭାଙ୍ଗି ୟୁପି ରାଜନୀତିରେ ରଚିଥିଲା ନୂଆ ଇତିହାସ । ପୁରା ୟୁପି ଗେରୁଆମୟ ହୋଇଯାଇଥିବା ବେଳେ, ପ୍ରଥମ ଥର ପାଇଁ ୟୁପିକୁ ଶାସନ କରିଥିଲେ କଠୋର ହିନ୍ଦୁବାଦୀ ସନ୍ଥ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ପୁରା ୫ ବର୍ଷ ସଫଳତାର ସହ ଶାସନ କରି ୨୦୨୨ ନିର୍ବାଚନର ହୋଇଛନ୍ତି ସମ୍ମୁଖିନ । ଆଉ ଲଗାତାର ଭାବେ ନିଜେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ଦଳକୁ ମଧ୍ୟ 36 ବର୍ଷର ରେକର୍ଡ ଭାଙ୍ଗି ଲଗାତାର କ୍ଷମତାସୀନ କରାଇଛନ୍ତି ଏହି ଗୋରଖନାଥ ମଠର ମଠାଧୀଶ ।

୨୦୨୨ ନିର୍ବାଚନ ପୂର୍ବରୁ ଦଳକୁ ଓ ଦଳୀୟ ହାଇକମାଣ୍ଡଙ୍କୁ ଯୋଗୀ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିଛନ୍ତି । ଏହାସହ ଦଳରେ ଏକ ଜାତୀୟ ରାଜନୀତିର ଚେହେରା ଭାବେ ଉଭା ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.