ETV Bharat / bharat

ମୋଦିଙ୍କୁ ଭେଟିଲେ ଯୋଗୀ, ଦେଢ ଘଣ୍ଟା ଚାଲିଲା ବୈଠକ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପାଖାପାଖି ଦେଢ ଘଣ୍ଟା ଧରି ମୋଦି ଓ ଯୋଗୀଙ୍କ ମଧ୍ୟରେ ବୈଠକ । ୟୁପି ନିର୍ବାଚନକୁ ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

ମୋଦିଙ୍କୁ ଭେଟିଲେ ଯୋଗୀ, ଦେଢ ଘଣ୍ଟା ଚାଲିଲା ବୈଠକ

author img

By

Published : Jun 11, 2021, 3:25 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଦିଲ୍ଲୀ ଗସ୍ତରେ ଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପାଖାପାଖି ଦେଢ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଏହି ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବାକୁ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀ ଓ ନଡ୍ଡାଙ୍କ ମଧ୍ୟରେ ବୈଠକ ଆରମ୍ଭ ହୋଇସାରିଛି ।

ଗୁରୁବାର ଯୋଗୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । ଦୁଇ ନେତାଙ୍କ ମଧ୍ୟରେ ଦେଢ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଶାହଙ୍କୁ ଭେଟିବା ପରେ ଯୋଗୀ ଆଦିତ୍ୟନାଥ ଟ୍ବିଟ କରି କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ତାଙ୍କ ମାର୍ଗଦର୍ଶନ ପ୍ରାପ୍ତ କଲି । ବହୁମୂଲ୍ୟ ସମୟ ଦେଇ ଭେଟିଥିବାରୁ ଗୃହମନ୍ତ୍ରୀଙ୍କ ପ୍ରତି ଆଭାର ପ୍ରକଟ କରିଥିଲେ ଯୋଗୀ ।

ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ହାଇକମାଣ୍ଡଙ୍କ ସହ ଯୋଗୀଙ୍କ ବୈଠକକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇପାରେ । ଆଗକୁ ୟୁପି କ୍ୟାବିନେଟର ବିସ୍ତାର ମଧ୍ୟ ହେବ । ଏହା ପୂର୍ବରୁ କ୍ୟାବିନେଟରେ ମନ୍ତ୍ରୀ ପଦକୁ ନେଇ ଯେଭଳି ଅସନ୍ତୋଷ ସୃଷ୍ଟି ନହେଉ ଏଥିପାଇଁ ମଧ୍ୟ ମାନସମନ୍ଥନ କରୁଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.