ETV Bharat / bharat

CM Yogi Janta Darbar: ସମସ୍ତଙ୍କ ସମୃଦ୍ଧି ଓ ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ: ଯୋଗୀ

author img

By ETV Bharat Odisha Team

Published : Oct 25, 2023, 8:32 PM IST

ସମସ୍ତଙ୍କ ଅଭିଯୋଗପତ୍ର ପାଇବା ପରେ ସମ୍ବନ୍ଧିତ ଅଧିକାରୀଙ୍କୁ ତୁରନ୍ତ ପ୍ରାଥମିକତା ଭିତ୍ତିରେ ସନ୍ତୋଷଜନକ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ସମସ୍ତ ପୀଡିତ ଓ ଆବେଦନକାରୀଙ୍କୁ ସହଯୋଗ ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସଂକଳ୍ପବଦ୍ଧ । ଯେଉଁମାନଙ୍କର ଚିକିତ୍ସା ପାଇଁ ସହଯୋଗର ଆବଶ୍ୟକତା ଅଛି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସରକାର ସହାୟତା ଯୋଗାଇ ଦେବେ । ଅଧିକ ପଢନ୍ତୁ

CM Yogi Janta Darbar: ସମସ୍ତଙ୍କ ସମୃଦ୍ଧି ଓ  ସୁରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ: ଯୋଗୀ ଆଦିତ୍ବନାଥ

ଗୋରଖପୁର: ରାଜ୍ୟର ମୁଖ୍ୟମନ୍ତ୍ରୀ ମୁଁ ଥିବା ଯାଏଁ କୌଣସି ନାଗରିକଙ୍କ ସହ ଅନ୍ୟାୟ ହେବ ନାହିଁ। ଧାର୍ମିକ ଆଧାରରେ କୌଣସି ପାତର ଅନ୍ତର ହେବ ନାହିଁ। ସମସ୍ତଙ୍କ ସମ୍ମାନ ସୁରକ୍ଷା ଓ ପ୍ରଗତି ପାଇଁ ସରକାର କାମ କରୁଛି । କୌଣସି ମାଫିଆ ଗରିବ ଲୋକଙ୍କ ଜମି ବେଆଇନ ଦଖଲ କରିପାରିବ ନାହିଁ । ରାଜ୍ୟରେ କେହି ବି ଆଇନ ଶୃଙ୍ଖଳା ଭାଙ୍ଗିବାକୁ ଚେଷ୍ଟା କରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟରେ ସମସ୍ତେ ସମାନ । ସମ୍ମାନର ସହିତ ରହିବ ସମସ୍ତଙ୍କ ଅଧିକାର । ଏହି ଅଧିକାରରୁ ନାଗରିକଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ । ଆଜି ଗୋରଖନାଥ ମନ୍ଦିର ପରିସରରେ ଥିବା ମହନ୍ତ ଦିଗବିଜୟନାଥ ସ୍ମୃତି ଭବନ ସମ୍ମୁଖରେ ଆୟୋଜିତ ଜନତା ଦର୍ଶନ (ଜନତା ଦରବାର) ରେ ଏହା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଧିକ ପଢନ୍ତୁ- CM Yogi to Mafia: 'ବିଜେପି ସରକାର ଥିବା ଯାଏଁ କାହାକୁ ବି ଧମକାଇପାରିବନି'

ଶାରଦୀୟ ଦୂର୍ଗା ପୂଜା ଅବସରରେ ଗତ 3 ଦିନ ଧରି ଯୋଗୀ ଆଦିତ୍ବନାଥ ଗୋରଖପୁର ଗସ୍ତରେ ଅଛନ୍ତି । ଦୂର୍ଗା ପୂଜା ଶେଷ ହେବା ପରେ ସବୁଥର ଭଳି ନିଜ ଗୋରଖପୁର ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଜନତା ଦରବାର କରିଥିଲେ । ମଠ ପରିସରରେ ଥିବା ମହନ୍ତ ଦିଗବିଜୟନାଥ ସ୍ମୃତି ଭବନ ସମ୍ମୁଖରେ ଆୟୋଜିତ ଜନତା ଦରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରାୟ 200 ଅଧିକ ଲୋକଙ୍କ ସମସ୍ୟା ଶୁଣିଛନ୍ତି । ଲିଖିତ ଅଭିଯୋଗ ଗ୍ରହଣ କରି ସମାଧାନ ଓ ସହଯୋଗର ପ୍ରତିଶୃତି ଦେଇଛନ୍ତି । ସମସ୍ତଙ୍କ ଅଭିଯୋଗପତ୍ର ପାଇବା ପରେ ସମ୍ବନ୍ଧିତ ଅଧିକାରୀଙ୍କୁ ତୁରନ୍ତ ପ୍ରାଥମିକତାଭିତ୍ତିରେ ସନ୍ତୋଷଜନକ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର ସମସ୍ତ ପୀଡିତ ଓ ଆବେଦନକାରୀଙ୍କୁ ସହଯୋଗ ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସଂକଳ୍ପବଦ୍ଧ । ଯେଉଁମାନଙ୍କର ଚିକିତ୍ସା ପାଇଁ ସହଯୋଗର ଆବଶ୍ୟକତା ଅଛି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ସରକାର ସହାୟତା ଯୋଗାଇ ଦେବେ ।

ମୁଖ୍ୟମନ୍ତ୍ରୀ ଚିକିତ୍ସା ପାଇଁ ଆସିଥିବା ସାହାଯ୍ୟ ଆବେଦନକୁ ତୁରନ୍ତ ଯଥା ସମ୍ଭବ ଉପଲବ୍ଧ କରାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୋଲିସ ସହିତ ଜଡିତ ମାମଲାର ମଧ୍ୟ ନିରପେକ୍ଷ ଭାବେ ନିଷ୍ଠାର ସହିତ ତୁରନ୍ତ ସମାଧାନ ସହ ସହଯୋଗ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପୀଡିତ ତଥା ଆବେଦନକାରୀଙ୍କୁ ସମ୍ବେଦନଶୀଳ ଭାବେ ବ୍ୟବହାର ସହ ସେମାନଙ୍କୁ ସହଯୋଗ କରି ସେମାନଙ୍କ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥ ଗୋରଖପୁର ଯେତେବେଳେ ମଧ୍ୟ ଗସ୍ତ କରିଥାନ୍ତି ସେତେବେଳେ ଜନତା ଦରବାର ଆୟୋଜିତ କରିଥାନ୍ତି । ଏହାସହ ଯୋଗୀ ଲକ୍ଷ୍ନୌ, ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜନତା ଦରବାର ଆୟୋଜିତ କରି ଲୋକଙ୍କ ସମସ୍ୟା ସମାଧାନ କରିଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.