ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଗାଡି଼ରେ ଲେଖି ପାରିବେନି ଜାତିସୂଚକ ଶବ୍ଦ । ଏହାକୁ ନେଇ ରାଜ୍ୟରେ କଡ଼ାକଡ଼ି ଯାଞ୍ଚ କରାଯିବ । ଏହି ନିୟମ ନମାନିଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ବାରଣାସୀ ଗସ୍ତ ବେଳେ ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଣିକି ରାଜ୍ୟରେ କୌଣସି ବ୍ୟକ୍ତି ନିଜ ଗାଡ଼ିରେ କୌଣସି ଜାତିସୂଚକ ଶବ୍ଦକୁ ଲେଖିପାରିବେ ନାହିଁ । ଏହାସହ ନିଜ ଗାଡ଼ିରେ ଜାତି ସୂଚକ ବୋର୍ଡ ଲଗାଇବା ପାଇଁ କାହାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ । ଏହାକୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ବ୍ୟାନ କରାଯିବ । ଯଦି କୌଣସି ବ୍ୟକ୍ତି ଏହି ନିୟମର ଅବମାନନା କରନ୍ତି ତେବେ ତାଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ତେବେ ରାଜ୍ୟରେ ନିୟମିତ ପୋଲିସ ପାଟ୍ରୋଲିଂ କରିବା ପାଇଁ ମଧ୍ୟ ପୋଲିସମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବେଆଇନ ଭାବରେ ଗାଡ଼ି ପାର୍କିଂ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏବେ ଏହା କରି ପାରିବେ ନାହିଁ । ଶୃଙ୍ଖଳା ଭଙ୍ଗ କରିବା ଠାରୁ ଆରମ୍ଭ କରି ସମସ୍ତ ଛୋଟ ଛୋଟ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଫିସରମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....Gyanvapi Row: ‘ଐତିହାସିକ ଭୁଲର ସମାଧାନ ପାଇଁ ପ୍ରସ୍ତାବ ରଖୁ ମୁସଲିମ ପକ୍ଷ, ମସଜିଦ୍ କହିଲେ ବିବାଦ ହେବ’
ତେବେ ରାଜ୍ୟରେ "ease of doing business" ଦିଗରେ କୌଣସି ପ୍ରକାର ପ୍ରତିବନ୍ଧକ ଉତ୍ପନ ନହୁଏ ଏବଂ କୌଣସି ଉଦ୍ୟୋଗୀ, ବ୍ୟବସାୟୀ, ଶିକ୍ଷା ସଂସ୍ଥା, ଡାକ୍ତରଖାନା, ବିଲ୍ଡର୍, ହୋଟେଲ ଓ ରେଷ୍ଟୁରାଣ୍ଟ୍ ସହ ଜଡ଼ିତ ଥିବା ମାଲିକ ତଥା ଏହାକୁ ପରିଚାଳନା କରୁଥିବା ସ୍ତରର କର୍ମଚାରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଶାସନ- ପ୍ରଶାସନ ଦୃଢ଼ ସଂକଳ୍ପ ବଦ୍ଧ ।
ଏହା ମଧ୍ୟ ପଢ଼ନ୍ତୁ.....The Kerala Story: ଉତ୍ତରପ୍ରଦେଶରେ ଟ୍ୟାକ୍ସ ଫ୍ରି' କଲେ ଯୋଗୀ, ମନ୍ତ୍ରୀଙ୍କ ସହ ଦେଖିବେ ଫିଲ୍ମ
ଏହାସହ ଡାକ୍ତରୀ, ଶିକ୍ଷା ଏବଂ ଉତ୍ପାଦନ ଆଦି କ୍ଷେତ୍ରରେ ଯଦି ଆକସ୍ମିକ ଦୁର୍ଘଟଣା ଘଟେ ତେବେ ପ୍ରାଥମିକ ସୂଚନା ପଞ୍ଜିକରଣ କରିବା ପୂର୍ବରୁ ପ୍ରାଥମିକ ଅନୁସନ୍ଧାନ କରିବା ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଧାର୍ଯ୍ୟ କରାଯାଇଥିବା ନେଇ କହିଛନ୍ତି ଯୋଗୀ ଆଦିତ୍ୟନାଥ ।