ETV Bharat / bharat

ମହାରାଷ୍ଟ୍ରରେ ବଢୁଛି କୋରୋନା ସଂକ୍ରମଣ, ଲକଡାଉନ ପାଇଁ ଅସହାୟ ମୁଖ୍ୟମନ୍ତ୍ରୀ

author img

By

Published : Mar 1, 2021, 2:11 PM IST

ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ପୁଣି ଲକଡାଉନ ପରିସ୍ଥିତି ପାଇଁ ଅସହାୟତା ମନେ କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ: ପୁଣି ଲକଡାଉନ ପରିସ୍ଥିତି ପାଇଁ ଅସହାୟ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ଗତ କିଛି ଦିନ ମଧ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟିଛି । ତେବେ ରାଜ୍ୟରେ ଲକଡାଉନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇଚ୍ଛା ନାହିଁ କିନ୍ତୁ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିବାକୁ ସେ ବାଧ୍ୟ ବୋଲି ରାଜ୍ୟରେ ଲକଡାଉନ ଲାଗୁ କରିବା ପ୍ରସଙ୍ଗରେ ସେ କହିଛନ୍ତି ।

ସେ ଏହି ପ୍ରସଙ୍ଗରେ କହିଛନ୍ତି ଯେ "ରାଜ୍ୟରେ ଲକଡାଉନ ପୁଣି ଥରେ ଲାଗୁ କରିବା ପାଇଁ ମୋର ଇଚ୍ଛା ନାହିଁ, କିନ୍ତୁ ଅସହାୟତା ବୋଲି କିଛି ଜିନିଷ ଅଛି ।" ତେବେ ଲକଡାଉନ ଭଳି ପରିସ୍ଥିତିକୁ ରୋକିବା ପାଇଁ ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟରେ କୋରୋନା ସ୍ଥିତିକୁ ନିୟମିତ ଭାବେ ମୁଖ୍ୟମନ୍ତ୍ରୀ ମନିଟରିଂ କରୁଛନ୍ତି ବୋଲି କହିଛନ୍ତି ।

ତେବେ ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 8293ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 3753 ସୁସ୍ଥ ହୋଇଛନ୍ତି ଏବଂ 62 ଜଣଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଏଯାବତ୍‌ 52 ହଜାର 154 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଲକ୍ଷ 24 ହଜାର 704 ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସୁସ୍ଥ ହାର 93.95 ପ୍ରତିଶତ ଥିବା ବେଳେ ମୃତ୍ୟୁହାର 2.42 ପ୍ରତିଶତରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.