ETV Bharat / bharat

ପରିବା ବିକାଳିଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ - ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟାହ୍ନ ଭୋଜନ

ପରିବା ବିକାଳିଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ମୁଖ୍ୟମନ୍ତ୍ରୀଙ୍କ ସହ ସହ ମନ୍ତ୍ରୀ ଉଷା ଠାକୁର ଓ ସାଂସଦ ଶଙ୍କର ଲାଲବାନୀ ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ। ଅଧିକ ପଢ଼ନ୍ତୁ...

CM Shivraj Singh had lunch at vegetable seller women house
ପରିବା ବିକାଳିଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ
author img

By

Published : Jan 7, 2021, 6:56 AM IST

ଭୋପାଳ: ପରିବା ବିକାଳିଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ବୁଧବାର ଇନ୍ଦୋର ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେବା ପରେ ବାଣଙ୍ଗନା ଥାନାଞ୍ଚଳର ଭାଗିରଥପୁରାକୁ ମଧ୍ୟାହ୍ନ ଭୋଜନ କରିବା ପାଇଁ ପହଞ୍ଚିଥିଲେ। ସେଠାରେ ରହୁଥିବା ଜଣେ ପରିବା ବିକାଳି ରାଧାବାଇ ନାମକ ମହିଳାଙ୍କ ଘରେ ସେ ମଧ୍ୟାହ୍ନ ଭୋଜନ କରିଥିଲେ।

ଏହି ସମୟରେ ତାଙ୍କ ସହ ମନ୍ତ୍ରୀ ଉଷା ଠାକୁର ଓ ସାଂସଦ ଶଙ୍କର ଲାଲବାନୀ ମଧ୍ୟ ମଧ୍ୟାହ୍ନ ଭୋଜନ କରିଥିଲେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭୋଜନ କରିବା ନେଇ ମହିଳା ଜଣକ ଆକସ୍ମିକ ଭାବରେ ଜାଣିବାକୁ ପାଇଥିଲେ। ଏହାକୁ ଦୃଷ୍ଟିରେ ରଖି ମହିଳା ଜଣକ ଘରେ ଯାହା କିଛି ସେସବୁକୁ ନେଇ ବିଭିନ୍ନ ବ୍ୟଞ୍ଜନ ତିଆରି କରିଥିଲେ। ମୁଖ୍ୟମନ୍ତ୍ରୀ ସମୟ ଅନୁଯାୟୀ ସେଠାରେ ପହଞ୍ଚି ଭୋଜନ କରିଥିଲେ।

ଏଭଳି ଏକ ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ମନରେ ଏକ ଆବେଗ ଦେଖା ଦେଇଥିଲା। ଭାଗିରଥପୁରାରେ ଏକ ଦୁଇ ବଖରା ଘରେ ରୁହନ୍ତି ରାଧାବାଇ। ପରିବା ବିକ୍ରି କରି ନିଜ ଘର ଚଳାନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରକାର ସହାୟତା ମାଗିନାହାନ୍ତି ମହିଳା । ମୁଖ୍ୟମନ୍ତ୍ରୀ ତାଙ୍କ ହାତରନ୍ଧା ଖାଇବା ତାଙ୍କ ପାଇଁ ବଡ଼ କଥା ବୋଲି କହିଛନ୍ତି ମହିଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.