ETV Bharat / bharat

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ବୁଲଡୋଜରରେ ବୁଲିଲେ ମୁଖ୍ୟମନ୍ତ୍ରୀ ଧାମି - ବୁଲଡୋଜରରେ ବୁଲିଲେ ମୁଖ୍ୟମନ୍ତ୍ରୀ ଧାମି

ଦେବଭୂମି ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା । ବୁଲଡୋଜର ଯୋଗେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଧାମି । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ବୁଲଡୋଜରରେ ବୁଲିଲେ ମୁଖ୍ୟମନ୍ତ୍ରୀ ଧାମି

author img

By

Published : Aug 20, 2022, 2:25 PM IST

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ କରାଳ ରୂପ ଦେଖାଉଛି ପ୍ରକୃତି । ଆଜି ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ହୋଇଛି । ଏଥିରେ ଡେରାଡୁନର ରାୟପୁର ଅନ୍ତର୍ଗତ ସରଖେତ ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ଜଳପ୍ରବାହ ସାଙ୍ଗକୁ ଆବର୍ଜନା ଲୋକଙ୍କ ଘରେ ଭିତରେ ପଶିଛି । ବାଦଲଫଟା ବର୍ଷାରେ କିଛି ଲୋକେ ଭାସିଯାଇଥିବାର ମଧ୍ୟ ଅନୁମାନ କରାଯାଉଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଏସଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ସେଠାରେ ପହଞ୍ଚଛନ୍ତି । ମୁଖ୍ୟମନ୍ତ୍ରୀ ବୁଲଡୋଜର ଯୋଗେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁଥିବାର ଦେଖାଯାଇଛି ।

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ବୁଲଡୋଜରରେ ବୁଲିଲେ ମୁଖ୍ୟମନ୍ତ୍ରୀ ଧାମି

ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଗଣେଶ ଯୋଶୀ ଉପସ୍ଥିତ ରହିଛନ୍ତି । କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଧାମି କହିଛନ୍ତି, ''ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ଅନେକ ଘରଦ୍ବାର ନଷ୍ଟ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଏହି ଅଞ୍ଚଳରେ ପ୍ରଶାସନିକ ଟିମ୍ ଆଲର୍ଟ ରହିବା ସହ ନିରନ୍ତର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିଧାୟକମାନେ ମଧ୍ୟ ନିଜ ନିଜ ଅଞ୍ଚଳର ସ୍ଥିତି ଉପରେ ନଜର ରଖିଛନ୍ତି । ଏପରିକି ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରର ଆବଶ୍ୟକ ପଡିଲେ ସେନାର ସାହାଯ୍ୟ ନିଆଯିବ'' ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହିତ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଉପୁଜିଥିବା ସ୍ଥିତି ସମ୍ପର୍କରେ ସେ ବିପର୍ଯ୍ୟୟ ପରିଚାଳନା ବିଭାଗ ଠାରୁ ଅବଗତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.