ETV Bharat / bharat

ମରିଯିବି ପଛେ ବିଜେପି ସହ ମେଣ୍ଟ କରିବିନି: ନୀତିଶ କୁମାର - ବିଜେପି ସହ ମେଣ୍ଟ ନେଇ ନୀତିଶଙ୍କ ବୟାନ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବଡ ବୟାନ । କହିଲେ ମରିଯିବି ପଛେ ବିଜେପି ସହ ମେଣ୍ଟ କରିବିନି । ଅଧିକ ପଢନ୍ତୁ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
author img

By

Published : Jan 30, 2023, 8:53 PM IST

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ''ମରିଯିବି ପଛେ ବିଜେପି ସହ ଆଉ ମେଣ୍ଟ କରିବିନି । ମୁଁ ମୃତ୍ୟୁ ସ୍ବୀକାର କରିପାରିବି, ହେଲେ ବିଜେପି ସହ କାମ କରିବା ନୁହେଁ ।'' ବିହାର ରାଜନୀତିରେ ଚାଲିଥିବା ହଟଚମଟ ଭିତରେ ଆଜି ଏପରି ବଡ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଜି ମହାତ୍ମା ଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ପାଟନା ସ୍ଥିତ ଗାନ୍ଧୀଘାଟ ଯାଇଥିବା ବେଳେ ଜେଡିୟୁ ନେତା ଗଣମାଧ୍ୟମ ଆଗରେ ଏହି ଘୋଷଣା କରିଛନ୍ତି ।

ନୀତିଶ କୁମାର କହିଛନ୍ତି, ''ଆମେ ବାଜପେୟୀଙ୍କୁ ମାନୁଥିବା ଲୋକ । ଆମେ ବିଜେପିକୁ ଛାଡି ଦେଇଥିଲୁ । ହେଲେ ସେମାନେ ଜବରଦସ୍ତ ପଛରେ ପଡି ଆମ ସାଥିରେ ଆସିଲେ ଆମକୁ ସାଙ୍ଗରେ ଆଣିବାକୁ ଦଳ ଅନେକ ଚେଷ୍ଟା କରିଥିଲା । ଲାଲୁ ଯାଦବଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଆଣିଲା । ଏବେ ଜେଡିୟୁ ବିଜେପି ସହ ମେଣ୍ଟ ଭାଙ୍ଗି ଅଲଗା ହୋଇଯିବାରୁ ପୁଣିଥରେ ଦୁଇ ଦଳ ଭିତରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । କେମିତି ଜେଡିୟୁ ନେତାଙ୍କୁ ଏପଟ ସେପଟ କରିବ ସେହି ଚକ୍କରରେ ଅଛି । ଏଥିରେ କେବଳ ବିଜେପିର କ୍ଷତି ହେବ, ଆମର ନୁହେଁ । ଥରେ ନିର୍ବାଚନ ହେବାକୁ ଦିଅ, ତା'ପରେ କିଏ କେତେ ଆସନ ଜିତୁଛି ତାହା ଜଣାପଡିଯିବ।"

ଏହାମଧ୍ୟ ପଢନ୍ତୁ: BBC Documentry: ବିସିସି ଡକ୍ୟୁମେଣ୍ଟାରୀ ରୋକ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ବିଜେପି ବିହାରରେ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି । ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ଦରଭଙ୍ଗା ଠାରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏଥିରେ ସାଧାରଣ ନିର୍ବାଚନ ସହିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ଗଣମାଧ୍ୟମ ଆଗରେ ସୂଚନା ଦେଇ ବିଜେପି ନେତା ସମ୍ରାଟ ଚୌଧୁରୀ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି କୌଣସି ପରିସ୍ଥିତିରେ ନୀତିଶ କୁମାରଙ୍କ ସହ ବୁଝାମଣା କରିବନି । ବିହାରରେ ବିଜେପି ଏକୁଟିଆ ସରକାର ଗଢିବ । କୌଣସିମତେ ଜେଡିୟୁ ସହ ମେଣ୍ଟ କରାଯିବ ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସଫା ସଫା କହିଛନ୍ତି ।

ବିଜେପି ନେତାଙ୍କ ଏହି ବୟାନର ଆଜି ପାଲଟା ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୋତେ ମୃତ୍ୟୁ ସ୍ବୀକାର, ହେଲେ ବିଜେପି ସହ କାମ କରିବା ନୁହେଁ ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.