ETV Bharat / bharat

ମାର୍ଚ୍ଚ 15ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

author img

By

Published : Mar 13, 2021, 3:42 PM IST

ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ତୃଣମୂଳ କଂଗ୍ରେସରୁ ଭଲ ଖବର ଆସିଛି । 15 ମାର୍ଚ୍ଚରୁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

CM Mamata election campaing started on 15 march
ମାର୍ଚ୍ଚ 15ରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ତୃଣମୂଳ କଂଗ୍ରେସରୁ ଭଲ ଖବର ଆସିଛି । 15 ମାର୍ଚ୍ଚରୁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗୋଡରେ ଆଘାତ ଲାଗିଥିବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ସିଏମ ମମତା ବାନାର୍ଜୀ ।

ନିର୍ବାଚନ ଯେତେ ପାଖେଇ ଆସୁଛି ପଶ୍ଚିମବଙ୍ଗରେ ରାଜନୈତିକ ବାତାବରଣ ଉଷ୍ଣତା ବଢିବାରେ ଲାଗିଛି । ନନ୍ଦିଗ୍ରାମ ହାଇଭୋଲଟେଜ ଲଢେଇରେ ଜୋରଦାର ଟକ୍କର ହେବା ଆଶା ସଞ୍ଚାର ହୋଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ସୂତ୍ର ଅନୁସାରେ ସିଏମ ମମତା ବାନାର୍ଜୀ 15 ମାର୍ଚ୍ଚରୁ ନିର୍ବାଚନୀ ସଭାରେ ସାମିଲ ହେବେ । 15 ମାର୍ଚ୍ଚରେ ପୁରଲିଆରେ ଜନସଭା କରିବେ ଏହାପରେ 16 ରେ ବାଙ୍କୁରା ଓ 17ରେ ଝାରଗ୍ରାମରେ ନିର୍ବାଚନୀ ସଭା କରିବେ ସିଏମ । ବର୍ତ୍ତମାନ ଦିଦିଙ୍କ ଗୋଡରେ ଆଘାତ ଲାଗିଥିବାରୁ ସେ ହ୍ବିଲ ଚେୟାରରେ ବସି ଜନସଭାକୁ ସମ୍ବୋଧିତ କରିବେ । ଯାହା ନିର୍ବାଚନ ପ୍ରଚାରକୁ ଆହୁରି ରୋଚକ କରିବ ବୋଲି ଅନୁମାନ କରାଯାଉଛି ।

ସୂଚନାଥାଉକି ଗତ 10 ତାରିଖ ଦିନ ମମତା ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର ପରେ ନିଜ କାରରେ ବସିବାକୁ ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ । ଦୁର୍ଘଟଣାରେ ଆହତ ହେବା ସହିତ ମମତାଙ୍କ ହାତ, ଗୋଡ ଓ ଛାତିରେ ଲାଗିଥିଲା ଆଘାତ । ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୋଟିଏ ପକ୍ଷେ ଏହାକୁ ଦିଦି ଖୋଦ ନିଜ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆଣିଥିବା ବେଳେ ଅନ୍ୟପକ୍ଷେ ସହାନୁଭୂତି ହାତେଇବାକୁ ଦିଦି ନାଟକ କରୁଥିବା କହିଥିଲେ ବିରୋଧୀ । ସୂଚନାଥାଉକି ପଶ୍ଚିମବଙ୍ଗରେ ମାର୍ଚ୍ଚ 27ରୁ 29 ଏପ୍ରିଲ ମଧ୍ୟରେ 8ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପଶ୍ଚିମବଙ୍ଗର 294 ବିଧାନସଭା ଆସନରେ ନିର୍ବାଚନ ହେବ । ଏହାପରେ ମେ 2 ତାରିଖରେ ଫଳାଫଳ ଘୋଷଣା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.