ETV Bharat / bharat

ମୋଦିଙ୍କୁ ମାଗଣା ଭ୍ୟାକ୍ସିନ ମାଗିଲେ ମମତା - ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମାଗଣ କୋରୋନା ଟିକା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ମୋଦିଙ୍କୁ ମାଗଣା ଭ୍ୟାକ୍ସିନ ମାଗିଲେ ମମତା
ମୋଦିଙ୍କୁ ମାଗଣା ଭ୍ୟାକ୍ସିନ ମାଗିଲେ ମମତା
author img

By

Published : Feb 24, 2021, 5:39 PM IST

କୋଲକାତା: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଖୁବ ଶିଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମାଗଣା କୋରୋନା ଟିକା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମୋଦିଙ୍କୁ ମାଗଣା ଭ୍ୟାକ୍ସିନ ମାଗିଲେ ମମତା
ମୋଦିଙ୍କୁ ମାଗଣା ଭ୍ୟାକ୍ସିନ ମାଗିଲେ ମମତା

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ପକ୍ଷରୁ କୋରୋନା ଟିକା କିଣିବା କ୍ଷେତ୍ରରେ ସହଯୋଗ ଲୋଡିଛନ୍ତି । ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ମାଗଣା ଭ୍ୟାକ୍ସିନ ବାଣ୍ଟିବାକୁ ଚାହୁଁଛି । ଏଥିପାଇଁ ବହୁ ମାତ୍ରାରେ ଟିକା କିଣିବାକୁ ପଡିବ । ମମତା ନିଜ ଚିଠିରେ ଲେଖିଛନ୍ତି, ପିଏମ ମୋଦି କୋରୋନା ଟିକା କିଣିବାରେ ସହଯୋଗ କରୁନ୍ତୁ ଯାହା ଦ୍ବାରା ଜନସାଧାରଣଙ୍କୁ ମାଗଣା ଟିକା ବଣ୍ଟାଯାଇପାରିବ ।

ରାଜ୍ୟରେ ହେବାକୁ ଥିବା ବିଧାନସଭାକୁ ନଜରରେ ରଖି ଦିଦିଙ୍କ ଏହି ଚିଠି ରାଜନୀତି ବୋଲି ଅନୁମାନ କରାଯାଇପାରେ । ହେଲେ ଏହା ଉପରେ ବର୍ତ୍ତମାନସୁଦ୍ଧା ବିରୋଧୀ କିମ୍ବା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ପୂର୍ବରୁ ଫ୍ରି ଭ୍ୟାକ୍ସିନକୁ ନେଇ ବଡ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । ରାଜ୍ୟର ପ୍ରତ୍ୟେକ ଜନସାଧାରଣଙ୍କୁ ମାଗଣା ଭ୍ୟାକ୍ସିନ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ ।

ସେପଟେ ନିର୍ବାଚନ ଯେତେ ପାଖେଇ ଆସୁଛି ମୋଦି ଓ ଦିଦିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ସେତେ ବଢିଚାଲିଛି । କେତେବେଳେ ପ୍ରଧାନମନ୍ତ୍ରୀ ସିଏମ ମମତାଙ୍କୁ ନେଇ କଡା ପ୍ରତିକ୍ରିୟା ଦେଉଛନ୍ତି ତ ଆଉ କେତେବେଳେ ମମତା ମଧ୍ୟ ପଛକୁ ନହଟି ମୋଦିଙ୍କୁ କରୁଛନ୍ତି ଟାର୍ଗେଟ । ମଙ୍ଗଳବାର ପିଏମ ମୋଦିଙ୍କ ହୁଗୁଳି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ସିଏମ ମମତା ବାନାର୍ଜୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.