ETV Bharat / bharat

ଦିଲ୍ଲୀରେ ଲକଡାଉନ ବଳବତ୍ତର, କୋହଳ ହେଲା କଟକଣା - ଦିଲ୍ଲୀରେ କଟକଣା କୋହଳ

ଦିଲ୍ଲୀରେ ସଂକ୍ରମଣ ହ୍ରାସ ପାଉଛି । ତଥାପି ଲକଡାଉନ ନ ହଟାଇ କଟକଣାକୁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜିରୱାଲ । ଅଧିକ ପଢନ୍ତୁ...

ଦିଲ୍ଲୀରେ ଲକଡାଉନ ବଳବତ୍ତର, କୋହଳ ହେଲା କଟକଣା

author img

By

Published : Jun 5, 2021, 2:06 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ବର୍ତ୍ତମାନ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ଲକଡାଉନକୁ ହଟାଇ ନାହାନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ତେବେ ସହରରେ ଲକଡାଉନକୁ ବଳବତ୍ତର ରଖିବା ସହିତ କଟକଣାକୁ କୋହଳ କରିଛନ୍ତି ସରକାର । ଅଡ-ଇଭିନ ଫର୍ମୁଲାରେ ଦିଲ୍ଲୀରେ ଦୋକାନ ବଜାର ଖୋଲିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ କେଜିରୱାଲ ଘୋଷଣା କରିଛନ୍ତି ।

ଦିଲ୍ଲୀରେ ଲକଡାଉନ ହଟିପାରେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଶନିବାର ଲକଡାଉନକୁ ହଟାଇନାହାନ୍ତି ସରକାର । କିନ୍ତୁ କଟକଣାକୁ କୋହଳ କରିଛନ୍ତି । ଆସନ୍ତା ସୋମବାରଠାରୁ ସହରରେ ଯୁଗ୍ମ-ଅଯୁଗ୍ମ କୌଶଳ ମାଧ୍ୟମରେ ଦୋକାନ ବଜାରଗୁଡିକ ଖୋଲାଯିବ ଅର୍ଥାତ ଗୋଟିଏ ଦିନ ଛାଡି ଗୋଟିଏ ଦିନ ଦୋକାନ ଖୋଲିବ । ସେପଟେ 50 ପ୍ରତିଶତ ଯାତ୍ରୀଙ୍କୁ ନେଇ ମଧ୍ୟ ମେଟ୍ରୋ ସେବା ଚାଲୁ ରହିବ । ସଂକ୍ରମଣ ବଢିବା ପରେ ଦିଲ୍ଲୀରେ ମେଟ୍ରୋ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା ।

ଏହାସହିତ ବିଭିନ୍ନ କାର୍ଯ୍ୟାଳୟଗୁଡିକରେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବ । ବର୍ତ୍ତମାନ ଦିଲ୍ଲୀରେ 0.5 ପ୍ରତିଶତ ପଜିଟିଭ ଚିହ୍ନଟ ହେଉଛନ୍ତି । ଏଣୁ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାକୁ ନଜରରେ ରଖି କଟକଣାକୁ କୋହଳ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗୋଟିଏ ଦିନ ଅଧା ଦୋକାନ ଖୋଲାଗଲେ ପରଦିନ ଆଉ ଅଧା ଦୋକାନ ଖୋଲାଯିବ । ତେବେ ଦୋକାନ ସକାଳ 10ଟାରୁ ରାତି 8ଟା ପର୍ଯ୍ୟନ୍ତ ଖୋଲାଯିବ ।

ଗ୍ରୁପ-ଏ କାର୍ଯ୍ୟାଳୟରେ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ଚାଲିବାକୁ ଥିବା ବେଳେ ଅନ୍ୟ କାର୍ଯ୍ୟାଳୟରେ 50 ପ୍ରତିଶତ କର୍ମଚାରୀଙ୍କୁ ନିଆଯିବ । ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀମାନେ 100 ପ୍ରତିଶତ କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବେ । ଘରୋଇ କାର୍ଯ୍ୟାଳୟରେ 50 ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.